ଗରମ ଦିନ ଆରମ୍ଭ ହେବାକୁ ଯାଉଛି ଓ ଆମ ଦେଶ ରେ ପାଣି ର ଚାହିଦା ଖୁବ ଅଧିକ ଦେଖିବାକୁ ମିଳିଛି I ଏପରି ପାଣିପାଗ ରେ ପାଣି ମେସିନ ଲଗାଇବା ବେଶ ଲାଭଦାୟକ ଅଟେ I ଆପଣ କମ୍ପାନୀ ସହ ମିଶି ଏହି ବ୍ୟବସାୟ ଆରମ୍ଭ କରିପାରିବେ I
ଖୋଲନ୍ତୁ ପିରାମଲ ସର୍ବଜନ ୱାଟର ATM
ବର୍ତମାନ ଭାରତ ର ରେଳବାଇ , ମେଟ୍ରୋ ରୋଡ଼ ଓ ଟ୍ରାନ୍ସପୋର୍ଟ ରୁ ନେଇ ସବୁ ପ୍ରାଇଭେଟ କମ୍ପାନୀ ଏହି ୱାଟର ATM କୁ ବ୍ୟବହାର କରୁଛନ୍ତି I ତେବେ ଆପଣ ବି ଚାହିଁଲେ ଏହା ର ଫ୍ରାଞ୍ଚାଇଜ ନେଇ ବ୍ୟବସାୟ କରିପାରିବେ I ଏବଂ ମାସ କୁ 15 ରୁ 20 ହଜାରେ ରୋଜଗାର କରିପାରିବେ I
କଣ ଏହି ୱାଟର ATM
ଯେଉଁପରି ପଇସା ବାହାର କରୀବଙ୍କୁ ଅନେକ ଜାଗା ରେ ବ୍ୟାଙ୍କ ATM ଲଗାଇଥାଏ ସେହିପରି ଏହା ହେଉଛି ୱାଟର ATM I ଯାହା ର ବ୍ୟବହାର ରେ ଆପଣ ସହଜ ରେ ସୁଦ୍ଧ ପିଇବା ପାଣି ପାଇପାରିବେ I କୈନ କିମ୍ବା ନୋଟ ଦ୍ୱାରା ଆପଣ ପାଣି ର ଛୋଟ ଗ୍ଲାସ ରେ ଆଣି ପିପାରିବେ I
16 ରାଜ୍ୟ ରେ ଏହି ବ୍ୟବସାୟ କରିବାକୁ କମ୍ପାନୀ ସୁଯୋଗ ଦେଉଛି I
ପିରାମଲ ର ଏହି ସର୍ବଜଳ କମ୍ପାନୀ ୱାଟର ATM କରିବାର ବର୍ତମାନ 16 ରାଜ୍ୟ କୁ ଫ୍ରାଞ୍ଚାଇଜ ଦେଉଛି ଏବଂ ବର୍ତମାନ ପର୍ଯ୍ୟନ୍ତ କମ୍ପାନୀ 330 ୱାଟର ATM ଲଗାଇସାରିଲାଣି I ତେବେ ସୁଦ୍ଧ ପାଣି ଲୋକଙ୍କ ପାଁଇ ଅତ୍ୟନ୍ତ ଆବଶ୍ୟକ ଅଟେ I