ବଲିଉଡ ଜଗତ ର ଅଭିନେତ୍ରୀ କରିନା କପୁର ଖାଁ ଓ ସାହିଦ କପୁର ଏକ ସମୟ ରେ ଫିଲ୍ମ ଜଗତ ର ଚର୍ଚିତ ଯୋଡି ଥିଲେ I କରିନା ଓ ସାହିଦ ଅନେକ ଗୁଡିଏ ଫିଲ୍ମ ରେ ବେଶ ସୁନ୍ଦର ଅଭିନୟ କରିଛନ୍ତି I ଏହି ଦୁହିଁଙ୍କ ର ଯୋଡି କୁ ଅନେକ ଦର୍ଶକେ ମଧ୍ୟ ବେଶ ଅଧିକ ପସନ୍ଦ କରିଛନ୍ତି I କିନ୍ତୁ ଏକ ସମୟ ପରେ କରିନା ଓ ସାହିଦ ଙ୍କ ର ବ୍ରେକଅପ ହେଇଥିଲା I କିନ୍ତୁ ଅନେକ ବର୍ଷ ପରେ କରିନା ଏହି ବିଷୟ ରେ ଦର୍ଶକ ଙ୍କ ସହ ଆଲୋଚନା କରିଛନ୍ତି I
ବିଗତ ଦିନ ରେ କରିନା କପୁର , ଅନୁପମା ଚୌପଡ ଙ୍କୁ ଏକ ଇଣ୍ଟରଭିୟୁ ଦେଇଥିଲେ I ଏହି ଇଣ୍ଟରଭିୟୁ ରେ କରିନା ସାହିଦ ଙ୍କ ସହ ବ୍ରେକଅପ ଓ ସୈଫ ଅଲ୍ଲୀ ଙ୍କ ସହ ବିବାହ ର ଘଟଣା ସମ୍ବନ୍ଧ ରେ ଆଲୋଚନା କରିଥିଲେ I କରିନା କହିଥିଲେ ଆମେ ଭାବିଥାଉ କିଛି କିନ୍ତୁ ଆମ ର ଭାଗ୍ୟ ରେ କିଛି ଅଲଗା ହିଁ ଲେଖା ରହିଥାଏ I ଫିଲ୍ମ ” ଜବ ୱେ ମେଟ ” ର ସୁଟିଂ ଚାଲିବା ରୁ ନେଇ ଫିଲ୍ମ “ଟସନ” ମଧ୍ୟ ଅନେକ କିଛି ଏପରି ଘଟଣା ଘଟିଛି I ଏହା ପରେ ନିଜ ନିଜ ର ରାସ୍ତା ଅଲଗା କରିଥିଲୁ I
କରିନା ଏହା ମଧ୍ୟ କହିଛନ୍ତି କି ବାସ୍ତବ ଜୀବନ ଓ ଫିଲ୍ମ ଯିବନି ମଧ୍ୟ ରେ ଅନେକ କିଛି ଫରକ ରହିଥାଏ I ମୋ ପାଁଇ ଯାଜକ ସମୟ ରେ ପର୍ସନଲି ଓ ପ୍ରଫେସନାଲି ଏହା କୁ ହ୍ୟାଣ୍ଡେଲ କରିବା କଷ୍ଟକର ହେଇଥାଏ I ଆପଣ ଦେଖିଥିବେ ଫିଲ୍ମ ରେ ଗୋଟେ ଗୀତ ପରେ କିପରି ଏକ କଳାକାର ର ଭୂମିକା ରେ ପରିବର୍ତନ ହେଇଥାଏ ସେହିପରି ମୋ ଜୀବନ ଓ ଫିଲ୍ମ ଜୀବନୀ ମଧ୍ୟ ରେ ପରିବର୍ତନ ହେଇଚି I
କରିନା କପୁର ନିଜ ର ଫିଲ୍ମ ଜବ ୱେ ମେଟ ଓ ଟସନ ରେ ନିଜ ର ଜୀବନ ରେ ଅନେକ କିଛି ପରିବର୍ତନ ଦେଖିଥିଲେ I ଫିଲ୍ମ ଟସନ ର ସୁଟିଂ ସେଟ ରେ କରିନା ଓ ସୈଫ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I ଫିଲ୍ମ ଟସନ ରୁ ହିଁ କରିନା ଙ୍କ ର ଜୀବନ ର ଏକ ନୂଆ ମୋଡ଼ ଆସିଥିଲା I କରିନ ଓ ସୈଫ ଙ୍କ ର ବିବାହ 2012 ମସିହା ରେ ହେଇଥିଲା ଓ 2016 ମସିହା ରେ କରିନା ତୈମୁର ଙ୍କୁ ଜନ୍ମ ଦେଇଥିଲେ I ସେହିପରି ସାହିଦ ଙ୍କ ର ବିବାହ ମୀରା ରାଜପୁତ ଙ୍କ ସହ 2015 ରେ ହେଇଥିଲା I ଏବଂ ସାହିଦ ଙ୍କ ର ବର୍ତମାନ ଏକ ଝିଅ ମିସା ଓ ପୁଅ ଜେନ ଜନ୍ମ ହେଇଛନ୍ତି I
ଅନେକ ବର୍ଷ ପରେ ସହିଦ କପୁରଙ୍କ ସହ ବ୍ରେକଅପ ର କାରଣ ପ୍ରକଶ କରିଲେ କରିନା କପୁର, କହିଲେ ସେ ସବୁବେଳେ ମୋ …
