ନମସ୍କାର ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡି ଅନୁଭବ ଏବଂ ବର୍ଷାଙ୍କୁ କିଏବା ନ ଜଣେ। ଦୁଇଜଣଙ୍କ ବିବାହର ଛାଡ଼ପତ୍ର ବିବାଦ ବେଶ୍ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏବେ ଚର୍ଚ୍ଚା ଏକ ନୂଆ ମୋଡ଼ ଧରିଛି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ଆଉ ଅନୁଭବ ମହାନ୍ତିଙ୍କ ଠାରୁ ଛାଡ଼ପତ୍ର ହେଲାପରେ ଦ୍ଵିତୀୟ ବିବାହ କରିବେ ବର୍ଷା ପ୍ରିୟଦର୍ଶିନୀ। ଏଭଳି ଖବର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏବଂ ଲୋକମାନେ ମଧ୍ୟ ଏହାକୁ ସହସ୍ର ମାତ୍ରାରେ ଦେଖୁଛନ୍ତି।
ଏହାକୁ ନେଇ ମତ ରଖିଛନ୍ତି ଅନୁଭବ ମହାନ୍ତି ତଥା ନିଜେ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ଵାମୀ। ଅନୁଭବ ମହାନ୍ତି କହିଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱିତୀୟ ବିବାହରେ ମୋର କୌଣସି ଆପତ୍ତି ନାହିଁ ଏବଂ ସେ ଛାଡ଼ପତ୍ର ଦେବାପରେ ସେ ନିଜ ସ୍ଵଇଚ୍ଛାରେ ସବୁ କାମ କରିପାରିବେ କିନ୍ତୁ ସେ ଏତେ ଦାୟିତ୍ବହିନ ହୋଇଥିବେ ବୋଲି ମୁଁ ଜାଣି ନାହିଁ। କାହିଁକି ନା କୋର୍ଟର ଡେଟ୍ ଥାଇ ମଧ୍ୟ ସେ କୋର୍ଟକୁ ଗଲେ ନାହିଁ। ସୋସିଆଲ ମିଡିଆରେ କିନ୍ତୁ ବେଶ୍ ଆକ୍ଟିଭ୍ ରହୁଛନ୍ତି ବର୍ଷା କିନ୍ତୁ ତାଙ୍କୁ କୋର୍ଟକୁ ଆସିବା ପାଇଁ ସମୟ ଜ୍ଞାନ ରହୁନାହିଁ ବୋଲି ଅନୁଭବ ମହାନ୍ତି କହିଛନ୍ତି।
ତେବେ ଅନୁଭବ ମହାନ୍ତିଙ୍କ କଥାରୁ ସ୍ପଷ୍ଟ ଜାଣି ହେଉଛି ଯେ ବର୍ଷାଙ୍କୁ ଛାଡ଼ପତ୍ର ଦେବାପାଇଁ ପୁରା ଜୋର୍ ସୋର୍ ରେ ଲାଗି ପଡିଛନ୍ତି ଅନୁଭବ। ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ କିନ୍ତୁ ଛାଡ଼ପତ୍ର ନେବାକୁ ହେଲେ ଅନୁଭବଙ୍କ ପାଖରେ କିଛି ଦାବି ରଖିଥିଲେ। ତାଙ୍କ ଦାବି ଥିଲା ଅନୁଭବ ତାଙ୍କୁ କିଛି ଭରଣ ପୋଷଣ ପାଇଁ ପଇସା ଏବଂ ରହିବା ପାଇଁ ମଧ୍ୟ ପାଇସ ଦେବେ ବୋଲି ଏଭଳି କିଛି ଦାବି ରଖିଥିଲେ ବର୍ଷା ପ୍ରିୟଦର୍ଶିନୀ।
ତେବେ ଦୁଇଜଣଙ୍କର କୋର୍ଟରେ ଏବେ ମାମଲା ଚାଲୁଥିବା ସମୟରେ ନିଜ ହାଜିରା ଯାଇ ପକାଉଥିବା ସମୟରେ ଗତ ହାଜିରାରେ ନଜର ଆସିନଥିଲେ ବର୍ଷା ପ୍ରିୟଦର୍ଶିନୀ କିନ୍ତୁ ଅନୁଭବ ମହାନ୍ତି ଯାଇ ହାଜିରା ପକାଇଥିଲେ। ତେବେ ଦେଖାଯାଉ ଦୁଇଜଣଙ୍କ ମ୍ୟାରେଜ୍ ମ୍ୟାଟର୍ କେଉଁ ଆଡ଼କୁ ଗତି କରୁଛି।
ବର୍ଷାଙ୍କର ଦ୍ଵିତୀୟ ବିବାହ କରିବା କଥାକୁ ଶୁଣିକି ଏମିତି କିଛି କହିଲେ Anubhav, ସମସ୍ତେ ରହିଗଲେ ସ୍ତବ୍ଦ
