ନମସ୍କାର ବନ୍ଧୁଗଣ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ବର୍ତ୍ତମାନ ସମୟରେ ଅଲଗା ଏକ ମୋଡ଼ ନେଇଥିବାର ନଜର ଆସିଛି। ଆପଣମାନେ ଜାଣିଥିବେ ଗତକାଲି ବର୍ଷାଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ପୁରୀଘାଟ ଥାନାରେ। ତ ଏହା ବାବଦରେ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଏବଂ ସେ କଣ କହିଛନ୍ତି ଆସନ୍ତୁ ଜାଣିବା।
ଆପଣମାନେ ଜାଣିଥିବେ କି ଓଲିଉଡର ଜବରଦସ୍ତ ଯୋଡି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ୨୦୧୪ ମସିହାରେ ପରସ୍ପରକୁ ବିବାହ କରିଥିଲେ କିନ୍ତୁ ପରସ୍ପରଙ୍କ ମଧ୍ୟରେ ଝଗଡ଼ା ହେବାରୁ ବର୍ତ୍ତମାନ ସମୟରେ ସେମାନେ ପରସ୍ପରଙ୍କ ବିରୁଦ୍ଧରେ ସେମାନେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଆଉ ପରସ୍ପର ଠାରୁ ଅଲଗା ହେବା ପାଇଁ ଚାହୁଁଛନ୍ତି।
ଏହିଭଳି ପରିସ୍ଥିତିରେ ବର୍ଷା ବର୍ତ୍ତମାନ ସମୟରେ ଅନୁଭବଙ୍କ ଘରେ ରହୁଛନ୍ତି। ଗତ କିଛିଦିନ ପୂର୍ବେ ବର୍ଷା ନିଜ ସୁରକ୍ଷା ପାଇଁ ବା ବର୍ଷା ନିଜ ଶାଶୁଘରେ ନିଜର ସୁରକ୍ଷା ପାଇଁ ପୁରୀଘାଟ ଥାନାରେ ପୋଲିସ୍ ଙ୍କୁ ସାହାଯ୍ୟ ମାଗିଥିଲେ ଆଉ ପୋଲିସ୍ ବି ମଧ୍ୟ ତାଙ୍କୁ ଭରପୁର ସାହାଯ୍ୟ କରିଥିଲେ।
ବର୍ତ୍ତମାନ ସମୟରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ କିଛି ଲୋକମାନଙ୍କ ସହିତ ମିଶି ତାଙ୍କୁ ଓ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବା ପାଇଁ ଚାହୁଁଛନ୍ତି। ଆଉ ସେଥିପାଇଁ ତାଙ୍କ ଘରେ କିଛି ଅଜଣା ଲୋକମାନଙ୍କୁ ପସେଇବା ପାଇଁ ବର୍ଷା ଚେଷ୍ଟା କରୁଛନ୍ତି। ତେବେ ଗତ ଦିନମାନଙ୍କରେ ଅନୁଭବଙ୍କ ଘରେ କିଛି ଅଜଣା ବ୍ୟକ୍ତି ହେଲମେଣ୍ଟ ଲଗାଇ ବୁଲୁ ଥିବାର ଅନୁଭବ ତାଙ୍କ ସିସିଟିଭି କ୍ୟାମେରାରେ ଦେଖିଥିଲେ। ଆଉ ଏହା ସହିତ ସେ ବର୍ଷାଙ୍କ ସହିତ ଚର୍ଚ୍ଚା କରୁଥିବାର ମଧ୍ୟ ଅନୁଭବ ଦେଖିଥିଲେ।
ସେଥିପାଇଁ ପୁରୀଘାଟ ଥାନାରେ ଅନୁଭବ ମହାନ୍ତି ଅଭିଯୋଗ କରିଛନ୍ତି କି ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଓ ତାଙ୍କ ପରିବାର ଲୋକମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଘରେ ଅଜଣା ଲୋକ ମାନଙ୍କୁ ପସାଉଛନ୍ତି କରୁଛନ୍ତି। ଅନୁଭବଙ୍କ ଏହିଭଳି ଅଭିଯୋଗ ପରେ ବର୍ଷା ପ୍ରିୟଦର୍ଶିନୀ କୌଣସି ଜାଗାରେ ମଧ୍ୟ ଏହାର ପ୍ରତିକ୍ରିୟା ରଖିନାହାଁନ୍ତି। ସୋସିଆଲ ମିଡ଼ିଆ ହେଉ କିମ୍ବା ନୀଉଜ୍ ବର୍ଷା ପ୍ରିୟଦର୍ଶିନୀ କୌଣସି ସ୍ଥାନରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖି ନାହାଁନ୍ତି।