ଭାରତୀୟ ସେନା ତିଆରି କରିଲେ ଏପରି ସିଷ୍ଟମ, ମଦ ପି ସାରିବା ପରେ ଟ୍ରକ ଚଳାଇ ପାରିବ ନାହିଁ ଡ୍ରାଇଭର

ସେନା ପରିବହନ ସମୟ ରେ ହେଉଥିବା ଦୁର୍ଘଟଣା ରୋକିବା କୁ ସେନା ଇଣ୍ଡିଜରେଟେଡ଼ ସେଫଟି ସିଷ୍ଟମ ବିକଶିତ କରିଛି I ସେନା ଙ୍କ ର ଟ୍ରକ ରେ ଏହି ସିଷ୍ଟମ ରହିଛି ଯାହା ଦ୍ୱାରା କି ଗାଡି ଚାଲାକ ଯଦି ନିଶା ସେବନ କରିଛନ୍ତି କିମ୍ଭା ସିଟ ବେଲ୍ଟ ବାନ୍ଧି ନାହାନ୍ତି ତେବେ ସେ ଗାଡି ଚଳାଇପାରିବେ ନାହିଁ I

ଏହି ସିଷ୍ଟମ ଚାଲାକ ଙ୍କ ର ନିଶା ସେବନ କୁ ବିଶେଷ ଧ୍ୟାନ ରଖିବ I ଯଦି ଚାଲାକ ମଦ୍ୟପାନ କରିଛନ୍ତି ତେବେ ଏହି ସିଷ୍ଟମ ଟ୍ରକ କୁ ଷ୍ଟାର୍ଟ ହିଁ କରିବ ନାହିଁ I ଏହି ସିଷ୍ଟମ ଦ୍ୱାରା ଯଦି ଚାଳକ ସିଟ ବେଲ୍ଟ ବାନ୍ଧି ନ ଥିବେ ତେବେ ମଧ୍ୟ ଗାଡି ଷ୍ଟାର୍ଟ ହେବ ନାହିଁ I ଏହି ସିଷ୍ଟମ ଭାରତୀୟ ସେନା ଙ୍କ ପାଁଇ ଜବଲପୁର ରେ ଥିବା ଟ୍ରକ କାରଖାନା ରେ ବିକଶିତ ହେଉଛି I ଏହି ସିଷ୍ଟମ ସଫଳ ମଧ୍ୟ ରହିଛି I ସେନା ଙ୍କ କହିବା ଅନୁସାରେ ଏହି ସିଷ୍ଟମ ଦ୍ୱାରା ଅନେକାଂଶ ରେ ଦୁର୍ଘଟଣା ର ପରିମାଣ କମିଯିବ I