ହାଇଦ୍ରାବାଦ ଏନକାଉଣ୍ଟର ଉପରେ ବଲିଉଡ କଳାକାରଙ୍କର ଆସିଲା ପ୍ରତିକ୍ରିୟା, ଏହି ଅଭିନେତ୍ରୀ କହିଲେ ପୋଲିସ ଭୁଲ କରିଛି

ହାଇଦ୍ରାବାଦ ରେ ପଶୁ ଚିକିସ୍ଛାକ ମହିଳା ଡାକ୍ତର ଙ୍କ ର ଗଣବଲାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଛି I ଏବଂ ଗତ କାଲି ପୋଲିସ ଏହି ଆରୋପି ଘଟଣା ସ୍ଥାନ କୁ ନେଇଥିଲା ସିନ ଋଆକ୍ସନ ଦେଖିବା ପାଁଇ I ସେଠାରେ ଏହି 4 ଜଣ ଅପରାଧୀ ପୋଲିସ ଙ୍କ ପାଖ ରୁ ଖସି ପଳାଇବା କୁ ଉଦ୍ୟମ କରୁଥିଲେ ଏବଂ ପୋଲିସ ଏନ୍କାଉଣ୍ଟର କରି ତାଙ୍କୁ ହତ୍ୟା କରିଛି I ଏହି ଘଟଣା ରେ ବଲିଉଡ ର କଳାକାର ମାନେ ନିଜ ନିଜ ର ପ୍ରତିକ୍ରିୟା ଦେଇଛନ୍ତି I

ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଲେଖିଛନ୍ତି – ତେଲେଙ୍ଗାନା ଘଟଣା ରେ ପ୍ରଶ୍ନ କରିବା ଉଚିତ ନୁହେଁ I ବଳାତ୍କାର ଓ ହତ୍ୟା ଅପରାଧୀ ଙ୍କୁ ପୋଲିସ ଏନ୍କାଉଣ୍ଟର କରି ବେଶ ଭଲ କାମ କରିଛି I ପୋଲିସ ଙ୍କୁ ଧନ୍ୟବାଦ ଜଣାଇବା ଉଚିତ I

ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ଟ୍ୱିଟ କରି କହିଛନ୍ତି ଏହା ନ୍ୟାୟ ନୁହେଁ I ପୋଲିସ ଆଇନି ଅମାନ୍ୟ କରିଛି I ତେବେ ନ୍ୟାୟ ପ୍ରକ୍ରିୟା ର ଅର୍ଥ କଣ ରହିଲା I

ରୁଷି କପୁର ଟ୍ୱିଟ ମାଧ୍ୟମ ରେ କହିଛନ୍ତି ବହାଦୁର ତେଲେଙ୍ଗାନା ପୋଲିସ ଙ୍କୁ ମୋର ଅଭିନନ୍ଦନ I

ଅନୁପମ ଖେର କେହିଛନ୍ତି – ବଢ଼ାଇ ଓ ଜୟ ହୋ I ତେଲେଙ୍ଗାନା ପୋଲିସ ର ଏହି ଏନ୍କାଉଣ୍ଟର କୁ ନେଇ ମୁ ବେଶ ଗର୍ବିତ ଅଟେ I ଅନ୍ୟାୟ ବିରୋଧ ରେ ଏପରି ସ୍ୱର ଉତ୍ତଳନ ହେବା ଜରୁରୀ ଅଟେ I ଜୟ ହୋ I

ଏହିପରି ଭାବ ରେ ସବୁ କଳାକାର ନିଜ ନିଜ ର ମତ ଦେଇଛନ୍ତି I ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ଲୋକେ ଏହି ଘଟଣା କୁ ନେଇ ତେଲେଙ୍ଗାନା ପୋଲିସ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I କାରଣ ଏହିପରି ଘଟଣା ଘଟିଲେ ହିଁ ଅପରାଧୀ ମାନେ ସଚେତନ ହେଇପାରିବେ ଓ ମନ ରେ ଭୁଲ କାର୍ଯ୍ୟ କରିବା କୁ ଡର ରହିବ I