ଆଶ୍ଚର୍ଯ୍ୟ ଖବର – ଦ୍ୱିତୀୟ ବିବାହ କରିବେ ଓଡ଼ିଆ ହିରୋ Anubhav Mohanty, ସାମ୍ନାକୁ ଆସିଲା ସବୁ ସତ

ନମସ୍କାର ବନ୍ଧୁଗଣ ଦ୍ୱିତୀୟ ବିବାହ କରିବେ ଅନୁଭବ ମହାନ୍ତି। ସାମ୍ନାକୁ ଆସିଲା ଅନୁଭବଙ୍କ ସତ। ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେଇ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି। ଏହି ବିଷୟ ଉପରେ କଣ ରହିଛି ଅଧିକ ତଥ୍ୟ ଆସନ୍ତୁ ଜାଣିବା। ଓଲିଉଡର ନମ୍ୱର୍ ୧ ଯୋଡି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଦୁହେଁ ଦୁହିଁଙ୍କୁ ବୋହୁତ ଭଲ ପାଉଥିଲେ। ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଏକାଠି ବୋହୁତସାରା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

ଯାହାଦ୍ଵାରା ଓଡ଼ିଶାର ଦର୍ଶକମାନଙ୍କୁ ବୋହୁତସାରା ସୁପରହିଟ ଭେଟି ଦେଉଥିଲେ କିନ୍ତୁ ଏବେ ସେମାନେ ଆଉ ଏକାଠି ଫିଲ୍ମ କରୁନାହାଁନ୍ତି। ଅନୁଭବ ମହାନ୍ତି କେନ୍ଦ୍ରାପଡ଼ାର ସାଂସଦ ହେଲାପରେ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସମ୍ମାନିତା ଟିମ୍ ସହାୟତାରେ ଏହି ବିକଟାଳ ସ୍ଥିତିରେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଏବଂ ତାଙ୍କ ସୁଖରେ ଦୁଃଖରେ ତାଙ୍କ ସହିତ ରହୁଥିବାର ନଜର ଆସିଛନ୍ତି।


ଆପଣମାନେ ଜାଣିଛନ୍ତି ଯେ ୨୦୧୪ ମସିହାରେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଦୁହେଁ ଦୁହିଁଙ୍କୁ ଭଲପାଇ ବିବାହ କରିଥିଲେ। ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ କରିଥିଲେ। ବାହାଘରର ଠିକ୍ ୫ ବର୍ଷ ପରେ ଏହି ସ୍ଵାମୀ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ଫାଟ ସୃଷ୍ଟି ଏବଂ ଏହି ଫାଟ ସୃଷ୍ଟି ବୋହୁତ ଆଗକୁ ଚାଲି ଯାଇଥିଲା। ଏହାପରେ ଅନୁଭବ ଓ ବର୍ଷା ଦୁହେଁ ଦୁହିଁଙ୍କୁ ଛାଡ଼ିପତ୍ର ଦେବାପାଇଁ ଦୁଇଜଣ କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ବର୍ଷାଙ୍କର ଅନୁଭବଙ୍କ ପ୍ରତି ଏହି ଅଭିଯୋଗ ଥିଲା କି ଅନୁଭବ ଅନ୍ୟ ନାରୀଙ୍କ ସହ ହୋଟେଲରେ ସମ୍ପର୍କ ରଖୁଛନ୍ତି। ଅନୁଭବଙ୍କର ମଧ୍ୟ ଏହିପରି ଅଭିଯୋଗ ଥିଲା ଯେ ବର୍ଷା ତାଙ୍କ ସହ ସମ୍ପର୍କ ରଖିବାକୁ ଦେଉ ନାହାଁନ୍ତି। ଏମିତି ଦୁହିଁଙ୍କ ମଧ୍ୟରେ ଝଗଡ଼ା ବଢିବାକୁ ଲାଗିଲା। ନିଶ୍ଚିତ ଭାବରେ ଆଗକୁ କଣ ହେବାକୁ ଯାଉଛି ତାହା କୋର୍ଟରେ ବିଚାର ସାରିବା ପରେ ଜଣା ପଡ଼ିବ।