ଆସୁଛି ଲଘୁଚାପ 9 Juneରୁ ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା, Weather Update Odisha

ଭୟଙ୍କର ରୂପନେବ ମୌସୁମୀ ହେବ ପ୍ରବଳ ରୁ ଅତି ପ୍ରବଳ ବର୍ଷା 9 ତାରିଖରୁ ବଢିପାରେ ବର୍ଷା ର ପରିମାଣ ତେବେ ରାଜ୍ୟକୁ ଆସୁଛି ମୌସୁମୀ ଏବଂ ଏଇ ମୌସୁମୀ କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି ଏବଂ ଆଜି ମଧ୍ୟ ଓଡ଼ିଶାର ଏଇ କେତେଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ତେବେ କଣ ରହିଛି ପାଣିପାଗ କୁ ନେଇକି ନୂଆ ଅପଡେଟ ଆସନ୍ତୁ ଜାଣିବା |

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳରୁ ଅଗ୍ରସର ହୋଇ ଉପକୂଳ କର୍ଣ୍ଣାଟକ ଗୋଆ ଏବଂ ମହାରାଷ୍ଟ୍ର କେତେକ ଅଞ୍ଚଳ ଅତିକ୍ରମ କରିଛି | ଏହା ସହ ତେଲେଙ୍ଗାନା ଆନ୍ଧ୍ରପ୍ରଦେଶ ର କେତେକ ଅଂଚଳ ମୌସୁମୀ ବାୟୁ ଛୁଇଁଥିବା ନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି| ଏହାର ପ୍ରଭାବରେ ସୋଲପୁର ରାଇଚୁର ରେ ବର୍ଷା ଆରମ୍ଭ ହୋଇଯାଇଛି ସେପଟେ ବିହାର ଦକ୍ଷିଣ ଅଂଚଳ ଓ ଆଖ ପାଖ ଅଂଚଳରେ ଘ୍ରୁନି ବଳୟ ସୃଷ୍ଟି ହୋଇଛି ଏହା ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି |

କୋରାପୁଟ ର ତମାତା ପୁର ସିମିଲି ଗୁଳା ପଟାଙ୍ଗୀ ମୟୁରଭଞ୍ଜର ଚନ୍ଦନ ପୁର ଓ ବାଲେଶ୍ୱର ର ରାଜଘାଟି ରେ ମଧ୍ୟମତମର ବର୍ଷା ରେକର୍ଡ କରା ଯାଇଛି | ରାଜ୍ୟରେ ଆଗକୁ କେମିତି ରହିବ ପାଣିପାଗ ସେ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ ଅର ବିଶ୍ୱସ୍ତ ସୂଚନା ଦେଇ କହିଛନ୍ତି | 9 ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ର ପରିମାଣ ବଢିପାରେ ଓ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ବିଶେଷ କରି କୋରାପୁଟ ନବରଙ୍ଗ ପୁର କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ 10 ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ର ପରିମାଣ ବଢ଼ିବାନେଇ ସୂଚନା ଦେଇଛନ୍ତି ଓ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପରେ ସେଇ ଜିଲ୍ଲା ମଧ୍ୟରୁ ଗଜପତି ଗଞ୍ଜାମ ନୟାଗଡ ଖୋର୍ଦ୍ଧା କଟକ ମୟୁରଭଞ୍ଜ ବାଲେଶ୍ୱର କେନ୍ଦୁଝର ଅନୁଗୁଳ ଢେଙ୍କାନାଳ ଜିଲ୍ଲାରେ ଝଡ଼ ତୋଫାନ ବର୍ଷା ଓ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି ଆଗାମୀ ତିନି ରୁ ଚାରିଦିନ ପର୍ଯ୍ୟନ୍ତ ଏମିତି ପାଗ ରହିବ ଓ 9 ରୁ 10 ତାରିଖ ବେଳକୁ ବର୍ଷାର ପରିମାଣ ବଢିବ |