Breaking: ବଡ଼ ଖବର 4ଟି ଛୁଆର ମାଁ କୁ ନେଇ 3ଟି ଛୁଆର ବାପ ଫେରାର, ରାତିରେ ଯାହା ଘଟିଲା, ନିଜେ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ୪ ଟି ଛୁଆର ମାଆକୁ ନେଇ ୩ ଟି ଛୁଆର ବାପା ଫେରାର। ରାମଗିରି ଥାନା ଅନ୍ତର୍ଗତ ପରିଶିତ ପଞ୍ଚାୟତର ସିନ୍ଧବା ଗ୍ରାମରେ ଜଣେ ବିବାହିତା ସ୍ତ୍ରୀକୁ ଆଉ ଜଣେ ବିବାହିତ ପୁରୁଷ ଧରି ଫେରାର ହୋଇ ଯାଇଥିବା ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ଘଟଣା ମୁତାବକ ସିନ୍ଧବା ଗ୍ରାମର ଲକ୍ଷ୍ମୀକାନ୍ତ ରଇତ ୧୭ ବର୍ଷ ତଳେ ନମିତା ରଇତଙ୍କୁ ବିବାହ କରିଥିଲେ। ଏତିକି ସମୟ ମଧ୍ୟରେ ୩ ଟି କନ୍ୟା ସନ୍ତାନ ଓ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ତେବେ ଅଚାନକ ଦେଢ଼ ମାସ ତଳେ ମେ ମାସ ୧୭ ତାରିଖ ଦିନ ସେହି ଗ୍ରାମର ସାରଥୀ ନାୟକ ନମିତାଙ୍କୁ ଧରି କେଉଁଆଡେ ଫେରାର ହୋଇଗଲେ |

ଏହିକଥା ଲକ୍ଷ୍ମୀକାନ୍ତ ଦେଢ଼ମାସ ତଳେ ରାମଗିରି ଥାନାରେ ଏତଲା ମଧ୍ୟ ଦେଇଥିବା କଥା କହିଛନ୍ତି। ଏହି ଦେଢ଼ମାସ ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ ସ୍ତ୍ରୀ ନ ଫେରିବାରୁ ଦେଖି ଲକ୍ଷ୍ମୀକାନ୍ତ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯାଇ ରାଜ୍ୟ ପୋଲିସ୍ ଡିଜି, ବ୍ରହ୍ମପୁର ପୋଲିସ୍ ଆଇଡିଜି ଗଜପତି ଆରକ୍ଷ ଅଧକ୍ଷଙ୍କୁ ଲିଖିତ ଆକାରରେ ନିବେଦନ କରିଥିଲେ।

ବର୍ତ୍ତମାନ ଉଭୟ ଫେରାର ପ୍ରେମୀ ରାଜସ୍ଥାନ ଚାଲି ଯାଇଥିବା କଥା ରାମଗିରି ପୋଲିସ୍ କହିଛି। ନମିତା ନିଜ ୩ଟି କନ୍ୟା ଓ ୧ ପୁତ୍ର ସନ୍ତାନକୁ ଛାଡି ଏବଂ ସାରଥୀ ନିଜର ୩ଟି ପୁତ୍ର ସନ୍ତାନକୁ ଛାଡି ଫେରାର ହୋଇ ଯାଇଛି। ଏହି ଘଟଣାର ଦେଢ଼ମାସ ହୋଇଥିଲେ ମଧ୍ୟ ଲକ୍ଷ୍ମୀକାନ୍ତ ନିଜ ପିଲା ଛୁଆକୁ ଧରି ଅନେଇ ବସିଛି ନମିତାର ଫେରିବା ବାଟକୁ।