Breaking: ବଡ଼ ଖବର ଆସନ୍ତା 15ରେ ପୁରା ଓଡ଼ିଶା ବନ୍ଧ ଡ଼ାକରା, କଣ ଚାଲିବ କଣ ବନ୍ଧ ରହିବ, ଜାଣି ରଖନ୍ତୁ, ହଇରାଣ ହୁଅନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ ଆସନ୍ତା ୧୫ ଓଡ଼ିଶା ବନ୍ଦ୍ ଡାକରା। ଆସନ୍ତୁ ଜାଣିବା କଣ ଖୋଲିବ କଣ ବନ୍ଦ୍ ରହିବ। ଲକ୍ ଡାଉନ୍ କାରଣରୁ ଅନେକ ଲୋକ ନିଜ ଜୀବିକା ହରେଇଛନ୍ତି ଓ ଘରେ ବସୁଛନ୍ତି। ଜୀବନକୁ ବଞ୍ଚାଇବାକୁ ଯାଇ ସରକାର ଲୋକଙ୍କର ଜୀବିକାକୁ ବନ୍ଦ୍ କରି ଦେଇଛନ୍ତି। କୋରୋନ ଟୀକା ଦେବା ସତ୍ତ୍ୱେ ମଧ୍ୟ ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଲକ୍ ଡାଉନ୍ ଖୋଲା ଯାଇନାହିଁ।

ସହକାରଙ୍କ ଏହି ନିୟମ ପାଇଁ ଲୋକମାନେ ଅନେକ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଅନ୍ୟ ପକ୍ଷରେ ପେଟ୍ରୋଲ ଓ ଡିଜେଲ୍ ର ଦର ଲୋକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତବର୍ଷ ଲକ୍ ଡାଉନ୍ ବୋହୁତ ବର୍ଷ ଧରି ଚାଲିଥିଲା ହେଲେ କୋରୋନ ସଂକ୍ରମଣ ସେମିତି ବଢ଼ି ବଢ଼ି ଚାଲିଥିଲା। ଯଦି ସରକାର ଏହି ବର୍ଷ ସେମିତି ଲକ୍ ଡାଉନ୍ ଗଡ଼େଇ ଚାଲିବେ ତାହେଲେ ଲୋକେ ଖାଦ୍ୟ ବିନା ନିଜ ପ୍ରାଣ ହରାଇବେ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଆସୁଥିବା ଜୁଲାଇ ୧୫ ତାରିଖରେ ଓଡ଼ିଶା ବନ୍ଦ୍ ହେବ ବୋଲି ଜଣା ପଡିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ବନ୍ଦ୍ ଡାକରାକୁ ବାମ ଦଳ ଦେଉଛନ୍ତି। ବାମ ଦଳକୁ ସମର୍ଥନ କରିବ କଂଗେସ।

ସକାଳ ୬ ଟାରୁ ୧୨ ଟା ପର୍ଯ୍ୟନ୍ତ ଏହି ବନ୍ଦ୍ ଡାକରା ଦିଆଯାଇଛି। ସରକାରଙ୍କ ଲକ୍ ଡାଉନ୍ ପାଇଁ ଲୋକମାନଙ୍କ ଜୀବିକା ଉପରେ ବୋହୁତ ଖରାପ ପ୍ରଭାବ ପଡିଛି। ଏହିପରି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ୍ ଦର ୧୦୦ ଟପିଗଲାଣି। ଏହା ସହିତ ଅତ୍ୟାବଶ୍ୟକୀୟ ଜିନିଷ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାକୁ ଲାଗିଛି।

କେନ୍ଦ୍ର ସରକାରଙ୍କ ଏମିତି ଜନ ମରଣ ନୀତି ବିରୁଦ୍ଧରେ ବନ୍ଦ୍ ଡାକରା ଦେଇଛନ୍ତି ବାମଦଳ। ଏହି ବନ୍ଦ୍ ଡାକରାକୁ ଓଡିଶା ପ୍ରଦେଶ କଙ୍ଗେସ କମିଟି ପୂର୍ଣ୍ଣ ସମର୍ଥନ ଦେବ ବୋଲି କହିଛନ୍ତି।