ନମସ୍କାର ବନ୍ଧୁଗଣ ସୀଙ୍ଗର ତପୁ ମିଶ୍ରଙ୍କ ଦେହାନ୍ତକୁ ନେଇ ଖୋଲିଲା ଅସଲ ଗୁମର। ତାଙ୍କର ଦେହାନ୍ତ ପଛର କଣ ରହିଛି ମୁଖ୍ୟ କାରଣ ଆଜି ଆସନ୍ତୁ ଜାଣିବା। ଓଲିଉଡର ଜବରଦସ୍ତ ଗାୟିକା ତପୁ ମିଶ୍ରଙ୍କୁ କିଏବା ନ ଜଣେ। ସେ ଓଲିଉଡ ଜଗତକୁ ବୋହୁତସାରା ସୁପରହିଟ ଗୀତ ଦେଇଛନ୍ତି। ତପୁ ମିଶ୍ର ଜଣେ ବୋହୁତ ଭଲ ମଣିଷ ଥିଲେ। ତାଙ୍କ ଗୀତ ଯେତେ ସୁନ୍ଦର ତା ଠାରୁ ଅଧିକ ତାଙ୍କ ମନ ସୁନ୍ଦର ଥିଲା। ସେ ଭଜନ, ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତରେ ମଧ୍ୟ ନିଜର କଣ୍ଠଦାନ କରିଛନ୍ତି।
ସେ ଦୀପକ୍ ପୂଜାରୀଙ୍କୁ ପ୍ରେମ ବିବାହ କରିଥିଲେ ଏବଂ ତାଙ୍କ ସହ ସୁଖରେ ସଂସାର ଗଢ଼ୁଥିଲେ। ବନ୍ଧୁଗଣ ଅଫେରା ରାଇଜକୁ ଚାଲିଗଲେ ଆପଣଙ୍କ ପ୍ରିୟା ସିଙ୍ଗର ବା କଣ୍ଠଶିଳ୍ପୀ ତପୁ ମିଶ୍ର। ତାଙ୍କର ସତ୍ୟନଗର ଶ୍ମଶାନରେ ସମ୍ପନ୍ନ ହେଲା ଶେଷ କୃତ୍ୟ। ଗତ କିଛିଦିନ ତଳେ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ଆପଣଙ୍କ ପ୍ରିୟ ସିଙ୍ଗର ତପୁ ମିଶ୍ର।
ତାଙ୍କର ବର୍ତ୍ତମାନର ବୟସ ୩୬ ବର୍ଷ ହୋଇଥିଲା। ଏହା ଶୁଣି ସମସ୍ତ ଓଡ଼ିଶାବାସୀ ଦୁଃଖ ପ୍ରକାଶ କରିଛନ୍ତି। ମେ ୨୦ ତାରିଖରେ କୋରୋନାରେ ସଂକ୍ରମଣ ହୋଇଥିଲେ ତପୁ ମିଶ୍ର। କିଛି ଦିନ ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଭଲ ହୋଇଥିଲା କିନ୍ତୁ ପୁଣି କିଛିଦିନ ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା।
ଅମ୍ଳଜାନର ସ୍ତର ଆସ୍ତେ ଆସ୍ତେ କମିବାରେ ଲାଗିଲା। ତାପରେ ତାଙ୍କୁ ସମ୍ ହସ୍ପିଟାଲରେ ତାଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଥିଲା। ପରେ ଏହି କୋରୋନା ସଂକ୍ରମଣ ୧ ମାସ ସଙ୍ଘର୍ଷ କରିବା ପରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ ତପୁ ମିଶ୍ର। ତାଙ୍କର ସ୍ଵାମୀ ଦୀପକ୍ ପୂଜାରୀ ଶେଷ କୃତ୍ୟ ସଂପନ୍ନ କରିଛନ୍ତି ତାଙ୍କ ସ୍ତ୍ରୀ ତପୁ ମିଶ୍ରଙ୍କର।