ନମସ୍କାର ବନ୍ଧୁଗଣ ବାହାଘର ପରେ ପ୍ରଥମଥର ପାଇଁ ସବ୍ୟସାଚୀଙ୍କ ସହିତ ନିଜର ୩୨ ତମ ଜନ୍ମଦିନ ପାଳନ କରିଛନ୍ତି ଅର୍ଚ୍ଚିତା ସାହୁ। ଏହି ଜନ୍ମଦିନରେ ଅର୍ଚ୍ଚିତା କିଭଳି ଭାବେ ମଜାମସ୍ତି କରିଥିଲେ ଓ କେକ୍ କାଟିଥିଲେ ଏହା ଉପରେ ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।
ଆପଣମାନେ ଜାଣିଥିବେ ଓଲିଉଡର ଜବରଦସ୍ତ କଳାକାର ଅର୍ଚ୍ଚିତା ଓ ସବ୍ୟସାଚୀ ପରସ୍ପରକୁ ମାର୍ଚ୍ଚ ୧ ତାରିଖରେ ବିବାହ କରିଥିଲେ। ବିବାହ ପରେ ଅର୍ଚ୍ଚିତା ଓ ସବ୍ୟସାଚୀ ବୋହୁତ ଖୁସିରେ ରହିଥିବାର ନଜର ଆସୁଛନ୍ତି। ବର୍ତ୍ତମାନ କୋଭିଦଡ୍ ସମୟରେ ଗରୀବ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ନଜର ଆସୁଛନ୍ତି ଓଲିଉଡର ଏହି ଜବରଦସ୍ତ ଗୋଡ଼ି। ଏହା ମଧ୍ୟରେ ଅର୍ଚ୍ଚିତା ନିଜ ଜନ୍ମଦିନ ପାଳନ କରିଛନ୍ତି ନିଜ ଶାଶୁଘରେ।
ଆଉ ସେ ପ୍ରଥମଥର ପାଇଁ ବାହାଘର ପରେ ସବ୍ୟସାଚୀଙ୍କ ସହିତ ନିଜର ଜନ୍ମଦିନ ପାଳନ କରିଛନ୍ତି। ଅର୍ଚ୍ଚିତା ସାହୁ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କୁ ବର୍ତ୍ତମାନ ସମୟରେ ୩୨ ବର୍ଷ ବୟସ ହୋଇଛି। ନିଜର ଏହି ଜନ୍ମଦିନରେ ସବ୍ୟସାଚୀଙ୍କ ସହ କେକ୍ କାଟିଥିଲେ ଆଉ ତାଙ୍କ ପରିବାର ଲୋକଙ୍କ ସହିତ ବୋହୁତ ମଜାମସ୍ତି କରିଥିଲେ ଅର୍ଚ୍ଚିତା। ଆପଣମାନେ ଜାଣିଛନ୍ତି କି ଅର୍ଚ୍ଚିତା ମାତ୍ର ୧୫ ବର୍ଷ ବୟସରେ ଓଲିଉଡ ଜଗତରେ ପାଦ ଦେଇଥିଲେ ଏବଂ ୨୦୦୫ ମସିହାରେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ୍ ହୋଇଥିଲା।
ଏହି ଫିଲ୍ମଟିର ନାମ ଥିଲା ଆକାଶେ କି ରଙ୍ଗ ଲାଗିଲା। ଏହି ଫିଲ୍ମରୁ ଅର୍ଚ୍ଚିତା ସାହୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ବୋହୁତସାରା ଫିଲ୍ମରେ ଅଭିନୟ କରିଛନ୍ତି। ସୁଟିଂ ସେଟ୍ ରୁ ସେ ସବ୍ୟସାଚୀଙ୍କୁ ଭଲ ପାଇଥିଲେ ଆଉ ଶେଷରେ ୨୦୨୧ ମାର୍ଚ୍ଚ ୧ ତାରିଖରେ ସବ୍ୟସାଚୀଙ୍କୁ ବିବାହ କରିଥିଲେ ଅର୍ଚ୍ଚିତା। ଅର୍ଚ୍ଚିତାଙ୍କ ୩୨ ତମ ଜନ୍ମଦିନରେ ଆମ ତରଫରୁ ତାଙ୍କୁ ବୋହୁତ ବୋହୁତ ଶୁଭକାମନା।