ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ବନିଲା ୭ଟି ରେକର୍ଡ, ଟି-୨୦ ଇତିହାସରେ ପ୍ରଥମ ଥର ହେଲା ଏପରି….

ଭାରତୀୟ ଦଳ ନିଜର ବଢିଆ ପ୍ରଦର୍ଶନ ଯୋଗୁ ୱଏଲିଂଟନରେ ଖେଳା ଯାଇଥିବା ଟି-20 ମ୍ୟାଚ ରେ ନ୍ୟୁଜିଲାଣ୍ଡ ଦଳକୁ ସୁପର ଓଭରରେ ହରେଇ ଦେଇଛନ୍ତି | ଆଉ ତା ସହ 5ଟି ମ୍ୟାଚ ବିସିସ୍ଟ ଏହି ଟି-20 ସିରିଜ ରେ 4-0ରେ ଆଗୁଆ ମଧ୍ୟ ରହିଛନ୍ତି | ଏହି ଚତୁର୍ଥ ଟି-20 ସମୟରେ ଦୁଇଟି ଦଳ କିଛି ନୂଆ ରେକର୍ଡ ସ୍ଥାପନ କରିଥିଲେ|ଏହି ପୋଷ୍ଟରେ ଆମେ ଆଜି ସେହି ସବୁ ରେକର୍ଡ ବିଷୟରେ କହିବୁ |

ଆସନ୍ତୁ ନଜର ପକାଇବା ଏହି ମ୍ୟାଚରେ ହେଇଥିବା କିଛି ରେକର୍ଡ ଉପରେ :
1. ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ସପ୍ତମ ବିଜୟ ଥିଲା | ଏହା ପୂର୍ବରୁ ଦୁଇଜଣଙ୍କ ମଧ୍ୟରେ 14ଟି ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ 8ଟି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିଲେ ଓ 6ଟି ମ୍ୟାଚ ଭାରତ ଜିତିଥିଲେ |

2. ଭାରତର ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ ମାଟିରେ ଏହା ପଞ୍ଚମ ଟି-20 ବିଜୟ ଥିଲା | ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ନ୍ୟୁଜିଲାଣ୍ଡ ମାଟିରେ 8ଟି ଟି -20 ମ୍ୟାଚ ଖେଳ ଯାଇଥିଲା | ଯେଉଥିଲେ 4ଟି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଥିଲେ ଓ 4ଟି ମ୍ୟାଚ ଭାରତୀୟ ଦଳ ଜିତିଥିଲେ .

3. ମନୀଷ ପାଣ୍ଡେ ଆଜି ନିଜର ଟି-20 କ୍ୟାରିଅରର ତୃତୀୟ ଅର୍ଧସତକ ମାରିଲେ |

4. ଏହି ମ୍ୟାଚ ପୂର୍ବରୁ ମନୀଷ ପାଣ୍ଡେ ପଛ 17ଟି ଟି-20 ମ୍ୟାଚର ପ୍ଲେଇଙ୍ଗ ଇଲେଭେନ ରେ ଥିଲେ, ତ ଭାରତକୁ ବିଜୟ ମିଳିଥିଲା| ଆଜି ବି ମନୀଷ ପାଣ୍ଡେ ପ୍ଲେଇଙ୍ଗ ଇଲେଭେନ ରେ ଥିଲେଆଉ ଭାରତ ମ୍ୟାଚ ଜିତିଲା ତ ଏହି ରେକର୍ଡ 18କୁ ପହଞ୍ଚି ଗଲା |

5.ନ୍ୟୁଜିଲାଣ୍ଡର ଓପନର କାଲୀନ ମୁନୁରୋ ଆଜି ନିଜର ଟି-20 ଅନ୍ତରାଷ୍ଟ୍ରୀୟ କ୍ୟାରିଅର 11ତମ ଅର୍ଦ୍ଧଶତକ ମାରିଲେ| ସେ 3ଟି ଶତକ ମଧ୍ୟ ମାରିଛନ୍ତି ଟି-20ରେ |

6.କାଲୀନ ମୁନୁରୋ ଆଜି ଟି-20 ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ନିଜର 1700 ରନ ବି ପୁରଣ କରିଲେ | ସେ ଟି-20 ଅନ୍ତରାଷ୍ଟ୍ରୀୟରେ 1700 କରିଥିବା 16ନମ୍ବର ଖେଳାଳି ହେଲେ |

7.କୌଣସି ଏକ ଦ୍ବିପକ୍ଷୀୟ ଟି-20 ସିରିଜରେ ପ୍ରଥମ ଥର 2ଟି ସୁପର ଓଭର ଖେଳା ହେଲା |