46 ବର୍ଷ ମାର ଗର୍ଭରେ ରହିବା ପରେ ଜନ୍ମ ନେଲା ଛୁଆ, ଛୁଆ ଟିକୁ ଦେଖିବା ପରେ ଡାକ୍ତର ସେଉଠି ହେଇଗଲେ ବେହୋସ

ଏପରି ଅଜବ ଗଜବ ଖବର ଆପଣମାନେ ଆଗରୁ ଅନେକ ଶୁଣିଥିବେ | ଏଗୁଡିକ ମଧ୍ୟରୁ କେତେକ ଖବର ଗୁଡିକୁ ବିଶ୍ୱାସ କରିହୁଏନାହିଁ | ଆଜି ଆମେ ଆପଣମାନଙ୍କୁ ଏପରି ଏକ ଅଜବ ଖବର ବିଷୟରେ କହିବୁ | ୪୬ ବର୍ଷ ଧରି ମାତୃଗର୍ଭ ରେ ରହିବ ପରେ ଶିଶୁଟି ଜନ୍ମ ନେଇଛି | ଏବେ ଏହା କିପରି ସମ୍ଭବ ହେଲା ବୋଲି ଆପଣ ନିଶ୍ଚୟ ଭାବୁଥିବେ | ଆସନ୍ତୁ ଏବେ ଏହି ଖବରର ସମ୍ପୂର୍ଣ୍ଣ ବିବରଣୀ ଜାଣିବା |

ମୋରୋକୋ ର ଜଣେ ମହିଳା 1955 ମସିହାରେ 26 ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ | କିନ୍ତୁ ସର୍ଜରୀ ଭୟରେ ମହିଳା ଜଣକ ଡାକ୍ତରଖାନାରୁ ଦୌଡ଼ି ପଳାଇଥିଲେ | ଏହାପରେ ସେ ସନ୍ତାନ ପ୍ରସବ କରିନଥିଲେ | କିଛି ଦିନ ଧରି ତାଙ୍କ ପେଟ ଯନ୍ତ୍ରଣା ଜୋରରେ ହୋଇଥିଲା | ଏହାପରେ ଯନ୍ତ୍ରଣା ଧୀରେ ଧୀରେ କମିଯାଇ ସମ୍ପୂର୍ଣ ଠିକ ହୋଇଯାଇଥିଲା | ମହିଳାଙ୍କୁ 72 ବର୍ଷ ବୟସ ହେଇଥିଲା, ଅର୍ଥାତ ଠିକ 46 ବର୍ଷ ପରେ ପୁଣିଥରେ ପେଟ ଯନ୍ତ୍ରଣା ଅରମ୍ଭ ହୋଇଥିଲା |

ତାଙ୍କୁ ପୁଣିଥରେ ଡାକ୍ତରଖାନା ନିଆଗଲା |ସେଠାରେ ଏମ.ଆର.ଆଇ ସ୍କାନ ରିପୋର୍ଟ ରୁ ତାଙ୍କ ଗର୍ଭରେ ସନ୍ତାନ ଥିବା ଜଣାପଡିଥିଲା | ଏହାପରେ ସର୍ଜରୀ ମାଧ୍ୟମରେ ଶିଶୁକୁ ବାହାର କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ |

ବାସ୍ତବରେ ଉକ୍ତ ମହିଳା ଜଣକ ପ୍ରସବ କରିନଥିଲେ | ଦୀର୍ଘ 46 ବର୍ଷ ଧରି ଶିଶୁଟି ଗର୍ଭରେ ରହି ସମ୍ପୂର୍ଣ୍ଣ ପଥର ପାଲଟି ଯାଇଥିଲା | ଖାଲି ଏତିକି ନୁହେଁ ଶିଶୁଟି ମହିଳାଙ୍କ ଗର୍ଭ ରେ ସମ୍ପୂର୍ଣ୍ଣ ଭାବେ ଲାଗିଯାଇଥିଲା | ଦୀର୍ଘ 5 ଘଣ୍ଟା ର ସର୍ଜରୀ ପରେ ଶିଶୁଟିକୁ ବାହାର କରାଯାଇଥିଲା | ଡାକ୍ତରମାନେ ଏହି ଶିଶୁକୁ ‘ଷ୍ଟୋନ ବେବି’ ନାମ ଦେଇଥିଲେ |