୨୫ ବର୍ଷ ହେବ ମାତ୍ର ୨୫ ଟଙ୍କା ଫିସ ନେଇ ରୋଗୀଙ୍କର ଚିକିତ୍ସା କରୁଛନ୍ତି ଏହି ଡାକ୍ତର, ଯିଏ ଦେବା ପାଇଁ ଅସମର୍ଥ ତାଙ୍କୁ ମାଗନ୍ତି ବି ନାହିଁ

ପାଟଣା ର କଦମକୁଆ ଅଂଚଳ ରେ ଏକ ଛୋଟ ଘର , ସେଥିରେ ଏକ ଟେବଲ , ଏକ ପଙ୍ଖା , ଏଲଇଡି ଲାଇଟ , ଘର ଟି ବହୁତ ପୁରୁଣା ଅଟେ I ଅନେକ ସ୍ଥାନ ରେ କାନ୍ଥ ରୁ ପ୍ଳାଷ୍ଟର ମଧ୍ୟ ଛାଡି ଯାଇଛି I ସେଥିରେ ଏକ ଆଲମାରୀ ରହିଛି ଯେଉଁଥିରେ କିଛି ଔଷଧ ରହିଛି I ଏହି ରୁମ ବାହାରେ ସର୍ବଦା ରୋଗୀ ଙ୍କ ର ଭିଡ଼ ଲାଗି ରହିଥାଏ I ଆଜି ଆମେ ଆଲୋଚନା କରୁଛେ ଡାକ୍ତର ଅରବିନ୍ଦ କୁମାର ସିଂ ଙ୍କ ବିଷୟ ରେ I

ଡାକ୍ତର ଅରବିନ୍ଦ କୁମାର 25 ବର୍ଷ ହେବ 25 ଟଙ୍କା ର ଫିସ ନେଇ ରୋଗୀ ଙ୍କ ର ସେବା କରୁଛନ୍ତି I ଏହି ରୁମ ମଧ୍ୟ ରେ କେବଳ 10 ଜଣ ଲୋକେ ହିଁ ବସୀ ପାରିବେ I ଡାକ୍ତର ଅରବିନ୍ଦ କୁମାର ଙ୍କ ର ମୂଳ ଉଦେଶ୍ୟ ଗରିବ ଲୋକ ଙ୍କ ର ସଠିକ ସେବା ପ୍ରଦାନ କରି ତାଙ୍କ ର ସହାୟତା କରିବା I କମ ଖର୍ଚ୍ଚ ରେ ଗରିବ ଲୋକ ଙ୍କୁ କିପରି ସଠିକ ଔଷଧ ପ୍ରଦାନ କରାଯିବ ଏହି ଉଦେଶ୍ୟ ରହିଛି ଡାକ୍ତର ଅରବିନ୍ଦ କୁମାର ଙ୍କ ର I

ପ୍ରତୋକ ଦିନ 200 ରୋଗୀ ଙ୍କୁ ଦେଖନ୍ତି ଡାକ୍ତର ଅରବିନ୍ଦ କୁମାର
-ଡାକ୍ତର ଅରବିନ୍ଦ କୁମାର ଜଣେ ଫିଜିସିଆନ ଅଟନ୍ତି I ପ୍ରତୋକ ଦିନ ସେ 200 ରୋଗୀ ଙ୍କୁ ଦେଖନ୍ତି I ସେ କେବେ ହେଲେ ତାଙ୍କ କ୍ଲିନିକ ର ଇନ୍ଫ୍ରାଷ୍ଟ୍ରାଚର କୁ ମଧ୍ୟ ବଢ଼ାଇ ନାହାନ୍ତି I ଏହା କୁ ନେଇ ଡାକ୍ତର ଅରବିନ୍ଦ କୁମାର କହିଛନ୍ତି ମୁ ଏତିକିରେ ସନ୍ତୁଷ୍ଠ ରହିଛି I କାରଣ ମୋ ରୋଗୀ ମଧ୍ୟ ଏତିକି ରେ ସନ୍ତୁଷ୍ଠ ଅଛନ୍ତି I

-ଡାକ୍ତର ଅରବିନ୍ଦ କୁମାର ଙ୍କ କହିବା ଅନୁସାରେ ତାଙ୍କ ର ଟଙ୍କା ରୋଜଗାର କରିବା ର ମୋହ ନ ଥିଲା ତେଣୁ ସେ ପାଟଣା ଆସି ଏକ କ୍ଲିନିକ ଆରମ୍ଭ କରିଥିଲେ I ଯେତେବେଳେ ପିଏମସିଏଚ ରେ ସେ ଆସିଷ୍ଟାଣ୍ଡ ପ୍ରଫେସର ରୂପେ ପାଠ ପହଉଥିଲେ ତ ସେହି ସମୟ ରେ ସେ ନିଜ କ୍ଲିନିକ ରେ ଏକ ଘଣ୍ଟା ସମୟ ଦେଉଥିଲେ I 2008 ମସିହା ରେ ଏନଏସସିଏଚ ରେ ଆସୋସିଏଟ ପ୍ରଫେସର ରୂପେ ପାଠ ପଢ଼ାଇଥିଲେ I 30 ଅପ୍ରେଲ 2019 କୁ ଏନଏମସିଏଚ ରୁ ରିଟାୟାର ହେଇଥିଲେ I ଆରମ୍ଭ ରୁ ଡାକ୍ତର ଅରବିନ୍ଦ କୁମାର ଙ୍କ ର ଏହି କ୍ଲିନିକ କୁ ବହୁତ କମ ଲୋକେ ଆସନ୍ତି I

ଡାକ୍ତର ଅରବିନ୍ଦ କୁମାର ଙ୍କ କହିବା ଅନୁସାରେ ନିଃଶୁଳ୍କ ଚିକିତ୍ସା ରେ ରୋଗୀ ଙ୍କ ର ବିଶ୍ୱସନାହିଁ
ଡାକ୍ତର ଅରବିନ୍ଦ କୁମାର ଏହା କୁହନ୍ତି କି ମୁ ଚାହିଁଲେ ନିଃଶୁଳ୍କ ସେବା ପ୍ରଦାନ କରିପାରନ୍ତି କିନ୍ତୁ ରୋଗୀ ଙ୍କର ନିଃଶୁଳ୍କ ସେବା ଉପରେ ବିଶ୍ୱାସ ନାହିଁ I ଏହି କାରଣ ରୁ ଜଣେ ରୋଗୀ ଙ୍କ ପାଖ ରୁ ମୁ 25 ଟଙ୍କା ଫିସ ନେଉଛି I ଅନେକ ରୋଗୀ ଙ୍କ ର ଚିକିତ୍ସା ଖର୍ଚ୍ଚ ମଧ୍ୟ ନିଜେ ଡାକ୍ତର ଅରବିନ୍ଦ କୁମାର ହିଁ ବହନ କରିଥାନ୍ତି I ଏହି କ୍ଲିନିକ ବଢାଇବା ପାଁଇ ମଧ୍ୟ ତାଙ୍କ ର କୌଣସି ଯୋଜନା ନାହିଁ I ଡାକ୍ତର ଅରବିନ୍ଦ କୁମାର ଏମବିବିଏସ ଏମଜିଏମ କଲେଜ , ଜାମସେଦପୁର ଓ ପିଜି ପାଟଣା ମେଡିକାଲ କଲେଜ ରୁ ନିଜ ପାଠପଢା ପୁରା କରିଛନ୍ତି I