ବଲିଉଡ ରେ କାମ କରୁଥିବା କଳାକାର ମାନେ କେଉଁ ଫିଲ୍ମ ରେ ସଫଳ ହେଇଥାନ୍ତି ତ କେଉଁ ଫିଲ୍ମ ରେ ବିଫଳତା ହାସିଲ କରିଥାନ୍ତି I କିଛି ଏପରି କଳାକାର ମଧ୍ୟ ରହିଛନ୍ତି ଯେଉଁମାନେ ଫିଲ୍ମ କ୍ୟାରିୟର ରେ ଖୁବ କମ ସଫଳତା ପାଇଁକି ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଧନୀ କଳାକାର ରୂପେ ପରିଚିତ ହେଇପାରିଛନ୍ତି I ଆଜି ଆମେ ଯେଉଁ କଳାକାର ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ହେଉଛନ୍ତି ଅଭିନେତା ଧର୍ମେନ୍ଦ୍ର ଙ୍କ ର ସାନ ପୁଅ ବବି ଦେୱଲ I ବବି ଦେୱଲ ଙ୍କ ର 25 ବର୍ଷ ର ଫିଲ୍ମ କ୍ୟାରିୟର ରେ ସେ ମାତ୍ର 4 ଗୋଟି ହିଟ ଫିଲ୍ମ ହିଁ ଦେଇଛନ୍ତି I ଏହା ସତ୍ୱେ ମଧ୍ୟ ସେ ଜଣେ ସବୁଠାରୁ ଧନୀ କଳାକାର ହେଇପାରିଛନ୍ତି I
25 ବର୍ଷ ରେ ମାତ୍ର 4ଗୋଟି ହିଟ ଫିଲ୍ମ ଦେଇ ମଧ୍ୟ ସବୁଠାରୁ ଧନୀ କଳାକାର ଅଟନ୍ତି
27 ଜାନୁୟାରୀ 1969 ରେ ମୁମ୍ବାଇ ରେ ଜନ୍ମ ହେଇଥିଲେ ବବି ଦେୱଲ I ବବି ଙ୍କ ର ବଡ଼ ଭାଇ ଙ୍କ ର ନାମ ସନି ଦେୱଲ ଅଟେ I ବବି ଙ୍କ ର ଆଜିକା ସମୟ ରେ ମଧ୍ୟ ବିବାହ ପରେ ଦୁଇଟି ସନ୍ତାନ ଅଛନ୍ତି ଜଣେ ଆର୍ଯ୍ୟମାନ ଓ ଧରମ I ଆଜିକା ସମୟ ରେ ମଧ୍ୟ ବବି ଦେୱଲ ବଲିଉଡ ଇଣ୍ଡଷ୍ଟ୍ରି ରେ ସକ୍ରିୟ ଅଟନ୍ତି I ବିଗତ ଦିନ ରେ ବବି ଫିଲ୍ମ ହାଉସଫୁଲ 4 ରେ କାମ କରିଥିଲେ ଏବଂ 4 ବର୍ଷ ଖାଲି ରେ ବସିବା ପରେ ରେସ 3 ରେ ନଜର ଆସିଥିଲେ I
ଏହି ଦୁଇଟି ଫିଲ୍ମ ବକ୍ସ ଅଫିସ ରେ ସେପରି ସଫଳ ହେଇ ନ ଥିଲା I ଏହା ପରେ ପୁଣି ବବି ବେରୋଜଗାର ହେଇଯାଇଥିଲେ I ରେସ 3 ଫିଲ୍ମ ର ପ୍ରମୋସନ ସମୟ ରେ ଏକ ଇଣ୍ଟରଭିୟୁ ରେ ବବି ଦେୱଲ କହିଛନ୍ତି କି ଯଦି 20 ବର୍ଷ ବୟସ ରେ ସେ ନିଜ ର ଫିଟ୍ନେସ କୁ ଧ୍ୟାନ ଦେଇଥାନ୍ତି ତେବେ ଆଜିକା ସମୟ ରେ ସେ ବଲିଉଡ ର ଜଣେ ସଫଳ କଳାକାର ରୂପେ ରହିପାରିଥାନ୍ତେ I ବବି 26 ବର୍ଷ ବୟସ ରେ 1995 ରେ ଫିଲ୍ମ ବର୍ଷତ ରୁ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ଏହି ଫିଲ୍ମ ରେ ତାଙ୍କ ସହ ଟ୍ୱିଙ୍କିଲ ଖାନା ମଧ୍ୟ ଡେବ୍ୟୁ କରିଥିଲେ I ଏହି ଫିଲ୍ମ ପରେ ତାଙ୍କୁ ବେଶ ଡେବ୍ୟୁ ଆକ୍ଟର ଆୱାର୍ଡ ମଧ୍ୟ ମିଳିଥିଲା I ଫିଲ୍ମ ଏକ ଗୁପ୍ତ (1997) ରେ ବବି ବିଶେଷ ସଫଳତା ପାଇଥିଲେ I ଏହି ଫିଲ୍ମ ରେ ତାଙ୍କ ସହ ଅଭିନୟ କରିଥିଲେ କାଜଲ ଓ ମନୀଷା କୋଇରାଲା ଥିଲେ I
1998 ମସିହା ଆସିଥିବା ଫିଲ୍ମ ସୋଲଯର ରେ ବବି ବେଶ ସଫଳ ହେଇଥିଲେ ଓ ଏଥିରେ ତାଙ୍କ ସହ ଅଭିନୟ କରିଥିଲେ ପ୍ରୀତି ଜିନ୍ତା I 2001 ରେ ବବି ଫିଲ୍ମ ଅଜନବି ରେ ମଧ୍ୟ ବେଶ ସଫଳତା ହାସିଲ କରିଥିଲେ I ତାଙ୍କ ସହ ଏହି ଫିଲ୍ମ ରେ ଅଭିନୟ କରିଥିଲେ ଅକ୍ଷୟ କୁମାର , କରିନା କପୁର ଓ ବିପଶା ବାସୁ I 2002 ମସିହା ରେ ଫିଲ୍ମ ହମରାଜ ରେ ମଧ୍ୟ ବବି ଦେୱଲ ସଫଳତା ହାସିଲ କରିଥିଲେ I ଏତେ କମ ଫିଲ୍ମ ରେ ସଫଳ ହେଇ ମଧ୍ୟ ଆଜି ସେ କୋଟି କୋଟି ସମ୍ପତି ର ମାଲିକ ହେଇପାରିଛନ୍ତି I ବବି ଙ୍କ ପାଖ ରେ 3 ଗୋଟି ଲଜ୍ଜରି କାର ରହିଛି ଓ ମୁମ୍ବାଇ ରେ 2 ଗୋଟି ଚାଇନିଜ ରେଷ୍ଟରାଣ୍ଟ ମଧ୍ୟ ରହିଛି I ବବି ଙ୍କ ର ମୁମ୍ବାଇ ର ଜୁହାଉ ରେ ଏକ ଲଜ୍ଜରି ଘର ରହିଛି I