ଜାଣନ୍ତୁ ବୟସ ଅନୁସାରେ ଆମକୁ କେତେ ସମୟ ଶୋଇବା ଉଚିତ; ଶରୀର ରହିବ ସୁସ୍ଥ ସବଳ

ରାତି ରେ ଶୋଇବା ଦ୍ୱାରା ଆମ ଶରୀର ରୁ ଅନେକ ରୋଗ ଭଲ ହେଇଥାଏ I ଡାକ୍ତର ସର୍ବଦା ରାତି ରେ ସଠିକ ନିଦ୍ରା ରେ ଶୋଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି I ସେହିପରି ଦିନ ରେ ସକାଳୁ ଉଠି ବ୍ୟାୟାମ କରିବା ଓ ସଠିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ମଧ୍ୟ ଶରୀର ସୁସ୍ଥ ରହିଥାଏ I ଶୋଇବା ସମୟ ରେ ଆମ ଶରୀର ରେ ଖାଦ୍ୟ ପାଚନ ହେଇଥାଏ ଏବଂ ଆମ ଶରୀର କୁ ଶକ୍ତି ପ୍ରଦାନ କରିଥାଏ I

ନିଦ ସ୍ଵାସ୍ତ୍ୟ ପାଁଇ ଆବଶ୍ୟକ -ବର୍ତମାନ ସମୟ ରେ ବ୍ୟସ୍ତବହୁଳ ଜୀବନ କୁ ନେଇ ଲୋକେ ସଠିକ ସମୟ ନିଦ ରେ ସୋଇପାରୁନାହାନ୍ତି I ଏବଂ ଆମ ଶରୀର କୁ ସଠିକ ପୋଷକତତ୍ୱ ମିଳି ନ ଥାଏ I ରାତି ରେ ବିଳମ୍ବିତ ସମୟ ରେ ଶୋଇବା I ଏବଂ ସକାଳୁ ବିଳମ୍ବ ରେ ଉଠିବା ଦ୍ୱାରା ଶରୀର ସଠିକ ବିଶ୍ରାମ ମଧ୍ୟ ନେଇପାରି ନ ଥାଏ I ତେବେ ଆଜି ଆମେ ଆଲୋଚନା କରିବା କେଉଁ ବୟସ ରେ ଜଣେ ବ୍ୟକ୍ତି କେତେ ସମୟ ଶୋଇବା ଉଚିତ I

ସଠିକ ନିଦ ନ ହେଲେ ହେଇପାରେ ନାନା ରୋଗ
ନିଦ ଆମ ମନୁଷ୍ୟ ଶରୀର ପାଁଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ I ଏବଂ ଆମ ଶରୀର ସୁସ୍ଥ ରହିବାକୁ ଯେପରି ଖାଦ୍ୟ ଗ୍ରହଣ କରିଥାଏ ଆମେ ସେହିପରି ସମୟ ଅନୁସାରେ ନିଦ ରେ ଶୋଇବା ମଧ୍ୟ ଜରୁରୀ ଅଟେ I ସଠିକ ନିଦ୍ରା ଦ୍ୱାରା ଶରୀର ର ଉର୍ଜା ମଧ୍ୟ ବୃଦ୍ଧି ପାଇଥାଏ I

ଶାରୀରିକ ହାନି – ନିଦ ପୁରା ନ ହେଲେ ଅନେକ ପ୍ରକାର ର ରୋଗ ହେଇଥାଏ I ଏବଂ ଶରୀର ପାଁଇ ଏହା ହାନିକାରକ ହେଇଥାଏ I ଆଖି ତଳ ଭାଗ ମଧ୍ୟ କଳା ପଡିରହିଥାଏ I

ତେଣୁ ଆପଣ ପ୍ରତୋକ ଦିନ 7- 8 ଘଣ୍ଟା ସମୟ ଶୋଇବା ଉଚିତ I

ନବଜାତ ଶିଶୁ – 15 ରୁ 17 ଘଣ୍ଟା ଏକ ନବଜାତ ଶିଶୁ ଶୋଇବା ଉଚିତ I ଏହା ଦ୍ୱାରା ଏକ ନବଜାତ ଶିଶୁ ସୁସ୍ଥ ରହିଥାଏ I

3-5 ବର୍ଷ ର ଶିଶୁ -ଏକ 3 ରୁ 5 ବର୍ଷ ର ଶିଶୁ ଅତି କମ ରେ 10 ରୁ 14 ଘଣ୍ଟା ସମୟ ଶୋଇବା ଉଚିତ I ନିଦ ନ ହେଲେ ଶରୀର ର ସଠିକ ବିକାଶ ହେଇ ନ ଥାଏ I

6-13 ବର୍ଷ ର ପିଲାଟି – ଯଦି ଏକ 6 – 13 ବର୍ଷ ର ପିଲାଟି କଥା ଦେଖିବା ତେବେ ସେ 9 ରୁ 11 ଘଣ୍ଟା ସମୟ ଶୋଇବା ଉଚିତ ଅଟେ I

କିଶୋର ଅବସ୍ଥା – ସେହିପରି କିଶୋର ଅବସ୍ଥା ଅର୍ଥାତ 14 ରୁ 17 ବର୍ଷ ବୟସ ମଧ୍ୟ ରେ ପ୍ରାୟ 9 ଘଣ୍ଟା ଶୋଇବା ଉଚିତ I

18 ବର୍ଷ ରୁ ଅଧିକ – ଏହି ବୟସ ରେ ଲୋକେ 7-8 ଘଣ୍ଟା ସମୟ ଶୋଇବା ଉଚିତ I