ରକ୍ଷାବନ୍ଧନ ଦିନ ଭାଇ ଭଉଣୀକୁ ରକ୍ଷା କରିବା ପାଇଁ କଥା ଦେଇଥାଏ। କିନ୍ତୁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯାହା ଶୁଣିଲେ ଆପଣ ଘଟଣାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହେବ | ଏଠାରେ ଜଣେ ଭାଇ ନିଜର ଭଉଣୀକୁ ହତ୍ୟା କରିଛି | ହତ୍ୟାକାଣ୍ଡ ର ମୂଳ କାରଣ ଭଉଣୀ ଜଣେ ଯୁବକଙ୍କ ସହ ପ୍ରେମ ବିବାହ କରିବାକୁ ଚାହୁଁଥିଲେ |
ଏହି କାରଣରୁ ନିଜ ଭଉଣୀ କୁ ହତ୍ୟା କରିଥିଲେ ଭାଇ
10 ଅକ୍ଟୋବର ଅଧରାତିରେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ କରିଥିଲେ। ଏହି ଭୟଙ୍କର ଘଟଣା ଘଟାଇଥିବା ଅଭିଯୁକ୍ତଙ୍କ ନାମ ହେଉଛି ମହେଶ ଭୁମାରକର। ପ୍ରେମ ବିବାହ କରିବାକୁ ଯାଉଥିବାରୁ ସେ ତାଙ୍କ ଫିଜିଓଥେରାପିଷ୍ଟ ଭଉଣୀ ବନ୍ଦନାଙ୍କୁ ହତ୍ୟା କରିଥିଲେ। ମୃତକଙ୍କ ରୋଜଗାରରେ ହିଁ ଅଭିଯୁକ୍ତ ଚଳୁଥିଲେ। ଯଦି ଭଉଣୀ ପ୍ରେମ ବିବାହ କରନ୍ତି ତେବେ ତାଙ୍କୁ ଚଳିବା ପାଇଁ ଆଉ ତାଙ୍କ ଦେବେ ନାହିଁ ଭାବି ସେ ନିଜର ଭଉଣୀଙ୍କୁ ହତ୍ୟା କରିଥିଲେ | ଅଭିଯୁକ୍ତ ବେକାର ଥିଲେ ଏବଂ ପ୍ରତିଦିନ ଭଉଣୀ ଟଙ୍କାରେ ମଦ୍ୟପାନ କରୁଥିଲେ।
ଅତି ନିର୍ମମ ଭାବେ ହତ୍ୟା କରିଥିଲେ
ଭଉଣୀ ଗଭୀର ନିଦ୍ରାରେ ଶୋଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିଲେ। ନାକ ଏବଂ ପାଟିକୁ ଅତି ନିର୍ଦ୍ଦୟତାର ସହିତ ଦବାଇ ତାଙ୍କୁ ହତ୍ୟା କରିଥିଲେ | ଏହି ଘଟଣା ସମୟରେ ମା ମଧ୍ୟ ଘରେ ଉପସ୍ଥିତ ଥିଲେ, କିନ୍ତୁ ସେ ଏକ ନିଦ ବଟିକା ଖାଇ ଶୋଇଥିଲେ। ଏଥିପାଇଁ ସେ ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜାଣିପାରିନଥିଲେ। ତେବେ ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରିଛି। ପଚରାଉଚରା ବେଳେ ସେ ନିଜ ଅପରାଧ ସ୍ୱୀକାର କରିଛନ୍ତି।
ଅନେକ ସମୟରେ ତାଙ୍କୁ ଦେଖିବାକୁ ଆସୁଥିଲେ ଭାଇ ଏବଂ ତାଙ୍କ ମାଆ
ପୋଲିସ କହିଛି ଯେ, ମୃତକଙ୍କ ମୂଳଘର ହେଉଛି ବୈତୁଲ ଜିଲ୍ଲାର ଘୋଡାଡ଼ଙ୍ଗରୀ ଅଂଚଳରେ। ସେ 35 ବର୍ଷୀୟା ଜଣେ ଫିଜିଓଥେରାପିଷ୍ଟ ଥିଲେ | ମୃତକ ଭୋପାଳର ଏକ ଭଡା ଘରେ ରହୁଥିଲେ। ତାଙ୍କ ମା ଚନ୍ଦ୍ରକଳା ଏବଂ ଅଭିଯୁକ୍ତ ଭାଇ ମହେଶ ତାଙ୍କୁ ଭେଟିବାକୁ ଭୋପାଳ ଆସୁଥିଲେ।