ଏହି ଖେଳାଳି ଜଣଙ୍କ ଭାରତ ଦଳରେ ଆସିବା ପାଇଁ କରିଲେ ବଡ ଠକାମୀ, ଏବେ BCCI ୨ବର୍ଷ ପାଇଁ ଲଗାଇଲା ବ୍ୟାନ

ଭାରତୀୟ କ୍ରିକେଟ ଟିମ ରେ ଯୋଗ ଦେବାକୁ ଅନେକ ଲକ୍ଷ ଲକ୍ଷ କ୍ରିକେଟର ଚେଷ୍ଟା ଜାରି ରଖିଛନ୍ତି I ଅଧିକାଂଶ ଖେଳାଳି ଭଲ ଖେଳ ପ୍ରଦର୍ଶନ କରିକି ଭାରତୀୟ ଟିମ ର ସ୍ଥାଇ ଖେଳାଳି ହେବାକୁ ବେଶ ଇଛୁକ ଅଟନ୍ତି I କିନ୍ତୁ କିଛି ଏପରି ଖେଳାଳି ଅଛନ୍ତି ଯିଏ କି ନିଜ ର ସ୍ବପ୍ନ ପୁରା କରିବାକୁ ଭୁଲ ରାସ୍ତା ଆପଣେଇଥାନ୍ତି I ଦିଲ୍ଲୀ ରେ ଜଣେ କ୍ରିକେଟର ନିଜ ର ବାସ୍ତବ ବୟସ କୁ ଲୁଚାଇ BCCI କୁ ଭୁଲ ପ୍ରମାଣପତ୍ର ଦେଇଥିଲେ I

ଆଜି ଆମେ ଯେଉଁ ଖେଳାଳି ଙ୍କ ବିଷୟ ରେ ଆଲୋଚନା କରୁଛେ ତାଙ୍କ ର ନାମ ହେଉଛି ପ୍ରିନ୍ସ ରାମନିବାସ ଯାଦବ I ଏହି ଖେଳାଳି ନିଜ ର ଭୁଲ ବୟସ ର ପ୍ରମାଣ ପତ୍ର ଦେଖାଇଥିଲେ ଏବଂ ତାଙ୍କ ମିଛ ଧରା ପଡିଯିବାକୁ ନେଇ ତାଙ୍କ ଉପରେ 2 ବର୍ଷ ର ପ୍ରତିବନ୍ଧକ ଲାଗିଥିଲା I ପ୍ରିନ୍ସ ରାମନିବାସ BCCI କୁ ନିଜ ର ଜନ୍ମ 2001 ମସିହା କହିଥିଲେ I ଏବଂ ଦଶମ ଶ୍ରେଣୀ ସାର୍ଟିଫିକେଟ ଯାଞ୍ଚ ରୁ ତାଙ୍କ ର ମିଛ ଧରାପଡ଼ିଯାଇଥିଲା I ଦେଖିବା କୁ ଗଲେ 2012 ରେ ପ୍ରିନ୍ସ 10 ଶ୍ରେଣୀ ପାସ କରିଥିଲେ ଏବଂ ତାଙ୍କ ବାସ୍ତବିକ ଜନ୍ମ ମସିହା 1996 ଅଟେ I

ପ୍ରିନ୍ସ ରାମନିବାସ BCCI କୁ 5 ବର୍ଷ ବୟସ କମ କହିଥିଲେ I ଏବଂ ଦଶମ ଶ୍ରେଣୀ ସାର୍ଟିଫିକେଟ ଅନୁସାରେ ତାଙ୍କ ବୟସ 23 ବର୍ଷ ହେବା ଉଚିତ I ଏବଂ ତାଙ୍କ ବୟସ 18 ବର୍ଷ ବୋଲି ସେ କହୁଥିଲେ I 2018-19 ରେ ପ୍ରିନ୍ସ ରାମନିବାସ ନିଜ କୁ ଅଣ୍ଡର 19 ରେ ସାମିଲ କରିବା ର ଥିଲା I ତେଣୁ ସେ 18 ବର୍ଷ ବୟସ ପ୍ରମାଣ ପତ୍ର ଦେଖାଇ ଖସି ଯିବାକୁ ଚେଷ୍ଟା କରିଥିଲେ I ଏହା ପରେ BCCI ର ଏହି ଖେଳାଳି ଙ୍କ ଉପରେ ସନ୍ଦେହ ହେଇଥିଲା ଓ ଯାଞ୍ଚ ରୁ ସବୁ ମିଥ୍ୟା ଧରାପଡ଼ିଯାଇଥିଲା I 2021-22 ପର୍ଯ୍ୟନ୍ତ ସେ ଘରୋଇ କ୍ରିକେଟ ଖେଳିପାରିବେ ନାହିଁ I

ଏପରି ଘଟଣା ପ୍ରଥମଥର ଘଟୁନାହିଁ I ଅନେକ ଏପରି ଖେଳାଳି ମିଥ୍ୟା ସାର୍ଟିଫିକେଟ ଦେଇ ନାନା ଅପରାଧିକ ମାମଲା ର ଶିକାର ହେଇଛନ୍ତି ଓ ଖେଳ ରେ ତାଙ୍କ ଉପରେ ପ୍ରତିବନ୍ଧକ ମଧ୍ୟ ଲାଗିଛି I ଅଣ୍ଡର 19 ରେ ଓପନ୍ର ରୂପେ ମନଜୋତ ଓ IPL ର ସୁପର ଷ୍ଟାର ନୀତିଶ ରଣା ମଧ୍ୟ ସାମିଲ ହେଇଛନ୍ତି I