ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ ଅକଲ୍ୟାଣ୍ଡ ର ଇଡ଼ନ ପାର୍କ ଷ୍ଟାଡିୟମ ରେ ୱାନଡେ ସିରିଜ ର ଦ୍ୱିତୀୟ ମ୍ୟାଚ ଖେଳା ଗଲା | ଏହି ମ୍ୟାଚରେ ଭାରତୀୟ ଦଳ 22 ରନ ବ୍ୟବଧାନରେ ପରାଜୟ ହାସଲ କରିବାକୁ ପଡିଲା |
ଏମିତିରେ ଆଜି ଆମେ ଏହି ପୋଷ୍ଟରେ ଭାରତୀୟ କ୍ରିକେଟ ଦଳ ଦ୍ଵାରା ହେଇଥିବା ୫ଟି ବଡ ଭୁଲ ବିଷୟରେ କହିବାକୁ ଯାଉଛୁ, ଯାହା ପାଇଁ ଏହି ମ୍ୟାଚରେ ଭାରତୀୟ ଦଳକୁ ପରାଜ୍ୟର ସାମ୍ନା କରିବାକୁ ପଡିଲା |
ପ୍ରଥମ ଭୁଲ – ବିରାଟ କୋହଲି ଏହି ମ୍ୟାଚ ରେ ମନୀଷ ପାଣ୍ଡେ ଙ୍କ ସ୍ଥାନରେ କେଦାର ଯାଦବ ଙ୍କୁ ଖେଳାଇଥିଲେ | ମନୀଷ ଟି 20 କ୍ରିକେଟରେ ଭଲ ଖେଳ ପ୍ରଦର୍ଶନ କରି ସାରିଛନ୍ତି | ଏହା ସତ୍ୱେ ମଧ୍ୟ ତାଙ୍କୁ ଟିମ ରୁ ବାହାର କରିବା ଏହା ବିରାଟ କୋହଲି ଙ୍କ ର ଏକ ଭୁଲ ନିଷ୍ପତି ଥିଲା |
ଦ୍ୱିତୀୟ ଭୁଲ – ଆଘାତ ପରେ ମଧ୍ୟ ଯଶପ୍ରୀତ ବୁମରାହ ଏହି ମ୍ୟାଚ ଖେଳିଥିଲେ ଯାହା ଦ୍ୱାରା କି ଯଶପ୍ରୀତ ନିଜର ପୁରୁଣା ଫର୍ମ ପରି ଖେଳିବାକୁ ଅସମର୍ଥ ହେଇଥିଲେ | ସେ 10 ଓଭର ରେ 64 ରନ ଦେଇଥିଲେ ଯାହା ଦ୍ୱାରା କି ଟିମ ପାଁଇ ଏହା ଥିଲା ଚିନ୍ତାର ବଡ଼ କାରଣ |
ତୃତୀୟ ଭୁଲ – ନ୍ୟୁଜଲାଣ୍ଡ ବିପକ୍ଷ ରେ ଭାରତୀୟ ନୂଆ ଓପନିଂ ଯୋଡି ର ବିଫଳ ହେବା | ଟିମ ଇଣ୍ଡିଆ ପରାଜୟର ଏକ ବଡ଼ କାରଣ ଅଟେ | ମୟଙ୍କ ଅଗ୍ରୱାଲ ଓ ପୃଥିବୀ ସା ଦୁହେଁ ଶୀଘ୍ର ଆଉଟ ହେଇ ଯାଇଥିଲେ |
ଚତୁର୍ଥ ଭୁଲ – ସିରିଜର ସବୁଠାରୁ ବଡ଼ ଭୁଲ ମୋହମ୍ମଦ ସମୀଙ୍କୁ ବିରାଟ କୋହଲି ଏହି ମ୍ୟାଚ ରୁ ବାହାରେ ରଖିଥିଲେ I ଏହା ତାଙ୍କ ପାଁଇ ଏକ ଭୁଲ ନିଷ୍ପତି ଥିଲା I
ପଞ୍ଚମ ଭୁଲ – ଏହି ମ୍ୟାଚ ରେ ନ୍ୟୁଜଲାଣ୍ଡ 197 ରନ ରେ 8 ଵିକେଟ ହରାଇ 273 ରନ କରିଥିଲେ I ଭାରତୀୟ ଟିମ ତାଙ୍କ ବରାବରୀ କରିବା ରେ ଅସମର୍ଥ ଥିଲେ I
ଭାରତ ବନାମ ନ୍ୟୁଜଲାଣ୍ଡ ଦ୍ୱିତୀୟ ୱାନଡେରେ ହେଲା ୫ଟି ବଡ ଭୁଲ, ନଚେତ ଜିତି ପାରିଥାନ୍ତା ଭାରତୀୟ ଦଳ, ପ୍ରଥମ ଭୁଲ ସବୁଠୁ ବଡ ଭୁଲ
