ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ଏକ ଆକର୍ଷଣୀୟ ପ୍ରେମ କାହାଣୀ ସହିତ ପରିଚିତ କରିବାକୁ ଯାଉଛୁ |ଏହା ପଛରେ ଥିବା ସମ୍ପୂର୍ଣ୍ଣ କାହାଣୀ ଜାଣିବା ପରେ ଆପଣଙ୍କ ହୋସ ଉଡିଯାଇପାରେ | ଆପଣ ନିଶ୍ଚିତ ଭାବରେ ପୂର୍ବରୁ ଗାଉଁଲି ଝିଅ ଏବଂ ବିଦେଶୀ ବାବୁଙ୍କ ପ୍ରେମ କାହାଣୀ ଶୁଣିଥିବେ | କିନ୍ତୁ ଏହି କାହାଣୀ ଟି ସେଗୁଡିକ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ | ଏହି ପ୍ରେମ କାହାଣୀରେ ଜଣେ ବିଦେଶୀ ସୁନ୍ଦରୀ ଯୁବତୀ ଏକ ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି |
ଆମେ ଯେଉଁ ସୁନ୍ଦରୀ ଯୁବତୀଙ୍କ ସମ୍ପର୍କରେ କହୁଛୁ ସେ ଆମେରିକାର ୱାସିଂଟନ ର ବାସିନ୍ଦା ଅଟନ୍ତି | ଏହି ଗୋରୀ ମାଡାମଙ୍କ ନାମ ହଉଛି ମେରୀ | ମେରୀ ପାଖାପାଖି 3 ବର୍ଷ ପୂର୍ବରୁ ଆମ ଭାରତ ଭ୍ରମଣ ରେ ଆସିଥିଲେ |
ଭାରତ ଭ୍ରମଣ ସମୟରେ ସେ ହିମାଚଳ ପ୍ରଦେଶ ର ଡଲହଜି ସହରକୁ ଯାଇଥିଲେ | ଏହି ଭ୍ରମଣ ସ୍ଥାନଗୁଡିକ ସମ୍ପର୍କରେ ତାଙ୍କୁ କିଛି ଜଣା ନଥିଲା | ଏତତ୍ ବ୍ୟତୀତ ସରଠାରେ ତାଙ୍କୁ ରହିବାକୁ ଜାଗା ମିଳୁନଥିଲା | ଯାହାଫଳରେ ସେ ଅନେଟ ବିରକ୍ତ ହଇଯାଇଥିଲେ |
ଏହି ସମୟରେ ତାଙ୍କ ପାଖରେ ଥିବା ସବୁ ଟଙ୍କା ମଧ୍ୟ ସରିଗଲା | ଏହି ପରିସ୍ଥିତିରେ ସେ ଏକ ରାସ୍ତା କଡରେ ବସିପଡ଼ିଲେ | ଏହି ସମୟରେ ସେହି ସ୍ଥାନରେ ପୃଥ୍ଵୀ ସିଂ ନାମକ ଏକ ଯୁବକ ଯାଉଥିଲେ ଏବଂ ତାଙ୍କ ନଜର ଏହି ବିଦେଶିନୀଙ୍କ ଉପରେ ପଡିଥିଲା | ପୃଥ୍ଵୀ ମେରିଙ୍କୁ ଉଦାସ ଥିବାର ଦେଖି ତାଙ୍କ ଉଦାସ ହେବାର କାରଣ ଜାଣିବାକୁ ଚାହିଁଥିଲେ |
ମେରିଙ୍କର ଅସୁବିଧା ଜାଣିଲା ପରେ ସେ ତାଙ୍କୁ ନିଜ ଏକ ହୋଟେଲ ରେ ରହିବାର ବ୍ୟବସ୍ଥା କରିଦେଲେ ଏବଂ ହୋଟେଲ ଖର୍ଚ୍ଚ ନିଜେ ବହନ କଲେ | କେବଳ ଏତିକି ନୁହେଁ, ସେ ମେରିଙ୍କୁ ସେଠାକାର ସମସ୍ତ ଭ୍ରମଣ ସ୍ଥାନ ଗୁଡିକ ମଧ୍ୟ ଦର୍ଶନ କରାଇଲେ | ଇତି ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ସମ୍ପର୍କ ସ୍ଥାପନ ହୋଇଯାଇଥିଲା | ପୃଥ୍ଵୀ ଙ୍କ ଭଲ ଗୁଣ ଦେଖି ମେରୀ ପୃଥ୍ଵୀଙ୍କୁ ପ୍ରେମ କରି ବସିଲେ | ଆପଣଙ୍କୁ କହି ରଖୁଛୁ ଯେ, ପୃଥ୍ଵୀ ମାତ୍ର ଦ୍ୱାଦଶ ପାସ କରିଥିଲେ | ପ୍ରାରମ୍ଭରେ ତାଙ୍କୁ ଇଂରାଜୀ ବୁଝିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା | ଏହାପରେ ଉଭୟ ସଲୁଣି ସ୍ଥିତ ଏସ.ଡି.ଏମ କାର୍ଯ୍ୟାଳୟ ରେ ବିବାହ କରିଛନ୍ତି | ମେରୀ କହିଛନ୍ତି ଯେ, ବିଦେଶରେ ପ୍ରତିବଦ୍ଧତା ବହୁତ କମ ରହିଛି |