ICC ODI ଚମ୍ପିୟାନସିପ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ଦ୍ୱାରା ସଞ୍ଚାଳିତ ଏକ ଅନ୍ତରାଷ୍ଟ୍ରୀୟ ଏକ ଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପ୍ରତିଯୋଗିତା ଅଟେ I ଏହା ODI ମ୍ୟାଚ ଶୁଚି ଅନ୍ତର୍ଗତ ଅଟେ I
ଭାରତୀୟ ଟିମ ବର୍ତମାନ ସମୟ ରେ ନ୍ୟୁଜଲାଣ୍ଡ ବିପକ୍ଷ ରେ ୱାନଡେ ସିରିଜ ଖେଳିବା ରେ ବ୍ୟସ୍ତ ରହିଛି I ଏହି ସିରିଜ ଶେଷ ପରେ ଭାରତ ଓ ନ୍ୟୁଜଲାଣ୍ଡ କ୍ରିକେଟ ଟିମ ମଧ୍ୟ ରେ ଟେଷ୍ଟ ମ୍ୟାଚ ର ଆୟୋଜନ ହେବ I ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟ ରେ 2 ଟେଷ୍ଟ ମ୍ୟାଚ ର ସିରିଜ 21 ଫ୍ରେବୁଆରି ରେ ଆୟୋଜନ ହେବ I ଏବଂ 2 ମାର୍ଚ୍ଚ ରେ ଏହା ଶେଷ ହେବ I
ଏହା ପରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟ ରେ 3 ଗୋଟି ମ୍ୟାଚ ର ୱାନଡେ ସିରିଜ ଖେଳାଯିବ I ନ୍ୟୁଜଲାଣ୍ଡ ଗସ୍ତ ପରେ ଭାରତୀୟ ଟିମ ସାଉଥ ଆଫ୍ରିକା ସହ ମ୍ୟାଚ ଖେଳିବ I ଏଠାରେ ଉଭୟ ଟିମ ମଧ୍ୟ ରେ 3 ଗୋଟି ୱାନଡେ ମ୍ୟାଚ ର ଆୟୋଜନ ହେବ I
ମ୍ୟାଚ ଶୁଚି
ଭାରତ ଓ ସାଉଥ ଆଫ୍ରିକା ମଧ୍ୟ ରେ ଆଗାମୀ ୱାନଡେ ମ୍ୟାଚ ର ସିରିଜ 12 ମାର୍ଚ୍ଚ ରେ ଆରମ୍ଭ ହେବ I 12 ମାର୍ଚ୍ଚ ରେ ଧର୍ମଶାଳା ଷ୍ଟାଡିୟମ ରେ ଏହି ଦୁଇ ଟିମ ମଧ୍ୟ ରେ ପ୍ରଥମ ୱାନଡେ ର ଆୟୋଜନ ହେବ I ଦ୍ୱିତୀୟ ୱାନଡେ ମ୍ୟାଚ ସେହିପରି 15 ମାର୍ଚ୍ଚ ରେ ଲକ୍ଷ୍ନୌ ରେ ଆୟୋଜିତ ହେବ I ଏହା ଇକାନା ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମ ରେ ଆୟୋଜିତ ହେବ I ଏହି ସିରିଜ ର ତୃତୀୟ ୱାନଡେ ମ୍ୟାଚ 18 ମାର୍ଚ୍ଚ କୁ କଲିକତା ଇଡ଼ନ ଗାର୍ଡେନ ଷ୍ଟାଡିୟମ ରେ ଆୟୋଜିତ ହେବ I
ତେବେ ଆଗାମୀ ସାଉଥ ଆଫ୍ରିକା ବିପକ୍ଷ ରେ ଖେଳା ଯିବାକୁ ଥିବା ମ୍ୟାଚ ପାଁଇ ଭାରତୀୟ ଟିମ ର ଘୋଷଣା ହେଇନାହିଁ I କିନ୍ତୁ ତଳେ ଆମେ ସମ୍ଭାବିତ ଟିମ ର ଶୁଚି ଦେଇଚୁ I
ଭାରତୀୟ ସମ୍ଭାବିତ ଟିମ:
ଶିଖର ଧାୱନ , ରୋହିତ ଶର୍ମା , ବିରାଟ କୋହଲି , କେଏଲ ରାହୁଲ , ଶ୍ରେୟସ ଅୟର , ଋଷବ ପଂତ , ହାର୍ଦିକ ପାଣ୍ଡେ , ରବୀନ୍ଦ୍ର ଜାଡେଜା , କେଦାର ଯାଦବ , ମନୀଷ ପାଣ୍ଡେ , ଭୁବନେଶ୍ୱର କୁମାର , ମୋହମ୍ମଦ ସମୀ , ଦୀପକ ଚହାର , କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରାହା I
ଧୋନୀ ଙ୍କୁ ବିରତି:
ଭାରତୀୟ ଟିମ ର ବରିଷ୍ଟ ଖେଳାଳି ମହେନ୍ଦ୍ର ସିଂ ଧୋନି ଦୀର୍ଘ ସମୟ ହେବ ଖେଳ ମୈଦାନ ରୁ ଦୁରେଇ ରହିଛନ୍ତି I ଅକ୍ଟୋବର ମାସ ରେ ହେବାକୁ ଯାଉଛି ଟି 20 ବିଶ୍ୱକପ ତେଣୁ ଏହି ବିଶ୍ୱକପ କୁ ଧ୍ୟାନ ରେ ରଖି ଧୋନୀ ଙ୍କୁ ବିଶ୍ରାମ ଦିଆ ଯାଇଛି ବୋଲି ଅନୁମାନ ରହିଛି I