ଦାନ ଧର୍ମ କରିବା ବହୁତ ଭଲ କଥା ଅଟେ | ଦାନ ଧର୍ମ କରିବା ଦ୍ୱାରା ଭଗବାନ ଙ୍କର ଆଶ୍ରିବାଦ ପ୍ରାପ୍ତି ହେଇଥାଏ| ଏବେ ଏହି କଥା ତ ସମସ୍ତେ ଜାଣିଛନ୍ତି କିନ୍ତୁ ଏହାର ପାଳନ ବହୁତ କମ ଲୋକ କରିଥାନ୍ତି | ଏପରି ନୁହଁ କି ଲୋକମାନେ ରୋଜଗାର କରୁନାହାନ୍ତି | କିନ୍ତୁ ଯେତେବେଳେ କଥା ପଇସା ଦାନ କରିବାର ଆସେ ତ କଂଜୁସ ହେଇଯାଇଥାନ୍ତି ଆଉ କମ କମ ଦାନ କରିଥାନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଲୋକଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ପେସାରେ ଭିକାରି ଆଟନ୍ତି କିନ୍ତୁ ସେ ମନ୍ଦିର କୁ 8 ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି| ଏହି ଭିକାରି ଙ୍କ ର କହିବା ଅନୁସାରେ ସେ ବିଗତ 7 ବର୍ଷ ଧରି ଭିକ ମାଗି ଏହି 8 ଲକ୍ଷ ଟଙ୍କା ସଂଚୟ କରିଥିଲେ I ଏବଂ ଏହି ବି କହିଛନ୍ତି କି ଯେବେଠୁ ସେ ଦାନ କରିବା ଆରମ୍ବ କରିଛନ୍ତି ସେବେଠୁ ତାଙ୍କର ଆୟ ବି ବୃଦ୍ଧି ହେବାରେ ଲାଗିଛି |
ଏହି ଘଟଣା ଟି ଆନ୍ଧ୍ରପ୍ରଦେଶ ର ବିଜୟବାଡା ର ଅଟେ I ଏହି ମନ୍ଦିର ରେ 73 ବର୍ଷୀୟ ଜଣେ ଭିକାରି ୟାଦି ରେଡ୍ଡୀ ମନ୍ଦିର କୁ 8 ଲକ୍ଷ ଟଙ୍କା ର ଦାନ କରିଛନ୍ତି I ଏହି ଭିକାରି ଙ୍କ ର କହିବା ଅନୁସାରେ ଏହି ଜମା ପୁଞ୍ଜି ସେ ବିଗତ 8 ବର୍ଷ ରେ ଜମା କରିଛନ୍ତି I ତାଙ୍କ କହିବା ଅନୁସାରେ ବିଗତ ଦିନ ରେ ସେ ଯାହା କିଛି ବି ଧନ ସଂଚୟ କରିଛନ୍ତି ସବୁ ଏହି ମନ୍ଦିର ରେ ଭଗବାନ ଙ୍କ କାରଣ ରୁ ସମ୍ଭବ ହେଇଚି I ତେଣୁ ସେ ନିଜ ର କିଛି ଜମା ପୁଞ୍ଜି ମନ୍ଦିର ପ୍ରଶାସନ କୁ ଦାନ କରିଛନ୍ତି I ମନ୍ଦିର ପ୍ରଶାସନ ମଧ୍ୟ ଏଥିରେ ବେଶ ଖୁସି ଅଛି I
ୟାଦି ରେଡ୍ଡୀ କହିଛନ୍ତି କି ପ୍ରାୟ 40 ବର୍ଷ ପର୍ଯ୍ୟନ୍ତ ସେ ରିକ୍ସା ଚଳାଇଥିଲେ ଏବଂ ଏହା ଦ୍ୱାରା ତାଙ୍କ ପରିବାର ଚାଲିଥିଲା I କିନ୍ତୁ ମୋର ଆଣ୍ଠୁ ସମସ୍ୟା କୁ ନେଇ ମୁ ରିକ୍ସା ଚଳାଇବା ରେ ଅସମର୍ଥ ହେଇଥିଲି I ତେଣୁ ମନ୍ଦିର ବାହାରେ ବସି ଭିକ ମାଗିଥିଲି I ପୂର୍ବ ରୁ ମଧ୍ୟ ମୁ ମନ୍ଦିର ପ୍ରଶାସନ କୁ ଏକ ଲକ୍ଷ ଟଙ୍କା ଦାନ କରିଥିଲି I ଏହି ଭିକାରି ଙ୍କ ର କହିବା ଅନୁସାରେ ଯେତେବେଳେ ମୋର ଟଙ୍କା ର ଆବଶ୍ୟକତା ରହୁ ନ ଥିଲା ତ ମୋ ପାଖ ଥିବା ଧନ କୁ ମୁ ମନ୍ଦିର ପ୍ରଶାସନ କୁ ଦେଇ ଦେଉଥିଲି I
ୟାଦି ରେଡ୍ଡୀ ଏହା ମଧ୍ୟ କହିଛନ୍ତି କି ମନ୍ଦିର କୁ ଟଙ୍କା ଦାନ କରିବା ଦ୍ୱାରା ତାଙ୍କ ର ରୋଜଗାର ମଧ୍ୟ ବୃଦ୍ଧି ହେଉଛି I ଏବଂ ଏହି 7 ବର୍ଷ ରେ ସେ ଏହିପରି 8 ଲକ୍ଷ ଟଙ୍କା ସଂଚୟ ମଧ୍ୟ କରିପାରିଛନ୍ତି ଯାହା କୁ କି ସେ ମନ୍ଦିର ପ୍ରଶାସନ କୁ ଦାନ କରିଛନ୍ତି I ତେବେ ଏହି ୟାଦି ରେଡ୍ଡୀ ଙ୍କ ର ଦାନ ରାଶି ରେ ମନ୍ଦିର ରେ ଏକ ଗୋଶାଳା ନିର୍ମାଣ ହେବ I
ତେବେ ଏହି ୟାଦି ରେଡ୍ଡୀ ବର୍ତମାନ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେଇଛନ୍ତି I କାରଣ କୌଣସି ବି ବ୍ୟକ୍ତି ନିଜ ରୋଜଗାର ର ଏତେ ବଡ଼ ଅର୍ଥ ରାଶି ମନ୍ଦିର କୁ ଦାନ କରି ନ ଥାନ୍ତି I ଏହି ବାବଦ ରେ ଆପଣ ଙ୍କ ର ମତାମତ କଣ କମେନ୍ଟ ମାଧ୍ୟମ ରେ ଜଣାଇବେ I