ନମସ୍କାର ବନ୍ଧୁଗଣ ଗରୁଡ଼ ପୁରାଣ ଆମର ୧୮ ଟି ପୁରାଣରୁ ଏକ ମହତ୍ତ୍ୱପୂର୍ଣ୍ଣ ପୁରାଣ ଅଟେ। ଏଥିରେ ମୃତ୍ୟୁ ପରର ଘଟଣା ପ୍ରେତଲୋକ, ଯମଲୋକ ତଥା ନର୍କରେ ମିଳୁଥିବା କଷ୍ଟ ବିଷୟରେ ମହତ୍ତ୍ୱପୂର୍ଣ୍ଣ ଜାଣିବା କଥା କୁହାଯାଇଛି ଯାହାଦ୍ଵାରା ମନୁଷ୍ୟ ତାର ଜୀବନରେ କେବେ କୌଣସି ଖରାପ କାମ କରିବ ନାହିଁ ଏବଂ ତାକୁ ନର୍କକୁ ଯିବାକୁ ପଡ଼ିବ ନାହିଁ। ଗରୁଡ଼ ପୁରାଣ ଅନୁସାରେ ପାପ କରିବା ପରେ ମନୁଷ୍ୟ ନର୍କର କଷ୍ଟକୁ ଭୋଗିଥାଏ। ଏହା ସହିତ ପାପୀ ବ୍ୟକ୍ତି ସହ ରହିଥିବା ବ୍ୟକ୍ତିକୁ ମଧ୍ୟ ନର୍କରେ ହିଁ ସ୍ଥାନ ମିଳିଥାଏ ଏଥିପାଇଁ ମନୁଷ୍ୟକୁ ପାପୀ ଲୋକର ସାଙ୍ଗ ଛାଡ଼ିଦେବା ଉଚିତ୍ ଏବଂ ଧର୍ମର ମାର୍ଗରେ ଚାଲିବା ଉଚିତ୍। ଏଥିପାଇଁ ଆଜି ଆସନ୍ତୁ ଜାଣିବା ଏପରି ୮ ଟି ଲୋକଙ୍କ ବିଷୟରେ ଯାହାର ଘରକୁ କେବେବି ଭୋଜନ କରିବାକୁ ଯିବା ଉଚିତ୍ ନୁହେଁ। ଏହି ଲୋକଙ୍କ ଘରେ ଭୋଜନ କଲେ ବ୍ୟକ୍ତି ତାର ପାପର ଭାଗିଦାରୀ ବନିଯାଏ। ତେବେ ଆସନ୍ତୁ ଜାଣିବା ସେହି ୮ ଟି ଲୋକଙ୍କ ବିଷୟରେ ଯାହାର ଘରେ କେବେବି ଭୋଜନ କରିବା ଉଚିତ୍ ନୁହେଁ।
ଚୋରି କିମ୍ବା ଅପରାଧୀ ବ୍ୟକ୍ତି
ଯଦି କୌଣସି ବ୍ୟକ୍ତି ଚୋର ଅଟେ, ତାର ନ୍ୟାୟାଳୟରେ ଅପରାଧ ସିଦ୍ଧ ହୋଇଯାଇଛି ତେବେ ତାର ଘରେ ଭିଜନ କରିବା ଅନୁଚିତ୍ ମାନାଯାଏ। ଗରୁଡ଼ ପୁରାଣ ଅନୁସାରେ ଚୋରର ଘରେ ଭୋଜନ କଲେ ତାର ପାପର ପ୍ରଭାବ ଆମ ଜୀବନରେ ମଧ୍ୟ ପଡିଥାଏ। କାରଣ ଚୋରି କରି ଆଣିଥିବା ଧାନରେ ତିଆରି ହୋଇଥିବା ଭୋଜନ ଅଶୁଭ ହୋଇଥାଏ।
ଖରାପ ମାର୍ଗର ବ୍ୟକ୍ତି
ଯେଉଁ ଲୋକ ଅନ୍ୟର ଫାଇଦା ଉଠାଇ ଅନୁଚିତ୍ ରୂପେ ବୋହୁତ ଅଧିକ ଟଙ୍କା ପ୍ରାପ୍ତି କରେ ଗରୁଡ଼ ପୁରାଣ ଅନୁସାରେ ଏପରି ଲୋକ ପାପୀ ଅଟେ ଏବଂ ଏମାନଙ୍କ ଘରେ ମଧ୍ୟ କେବେ ଭିଜନ କରନ୍ତୁ ନାହିଁ। କୌଣସି ବି ପରିସ୍ଥିତିରେ ଅନ୍ୟର ଫାଇଦା ଉଠାଇବାକୁ ପାପ ମାନାଯାଏ। ଭୁଲ୍ ଢଙ୍ଗରେ କମାଇଥିବା ଧନ ଅଶୁଭ ଫଳ ଦେଇଥାଏ।
ରୋଗୀ ବ୍ୟକ୍ତି
ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପୀଡ଼ିତ କିମ୍ବା କୌଣସି ବ୍ୟକ୍ତି ଛୁଇଁବାରେ ଅସମର୍ଥ ତେବେ ତାହାର ଘରେ ମଧ୍ୟ ଭୋଜନ କରିବା ଅନୁଚିତ୍ କାରଣ ଏପରି ବ୍ୟକ୍ତିଙ୍କ ଘରେ ଭୋଜନ କଲେ ଆପଣ ମଧ୍ୟ ସେହି ଗୋଗର ଶିକାର ହୋଇପାରନ୍ତି।
ବୋହୁତ ଅଧିକ କ୍ରୋଧୀ ବ୍ୟକ୍ତି
ଯେଉଁ ଲୋକ ସବୁବେଳେ କ୍ରୋଧିତ ରହୁଥାଏ ସେମାନଙ୍କ ଘରେ ମଧ୍ୟ ଭୋଜନ କରିବା ଅନୁଚିତ୍ ମାନାଯାଏ। ଯଦି ଆମେ ସେହି ଲୋକଙ୍କ ଘରେ ଭୋଜନ କରିବା ତ ତାଙ୍କର ଗୁଣ ଆମ ଉପରେ ପ୍ରବେଶ କରିପାରେ।
ନାପୂଷକ ବା ଚ୍ଛକା
ଗରୁଡ଼ ପୁରାଣରେ କୁହାଯାଇଥିବା ନାପୁରୁଷ ବା ଚ୍ଛକା ଭୋଜନ କରିବା ଉଚିତ୍ ନୁହେଁ। କାରଣ ନାପୁରୁଷ ମାନେ କେତେ ଲୋକଠାରୁ ଦନରେ ଧନ ପ୍ରାପ୍ତ କରିଥାନ୍ତି। ଦାନ ଦେଉଥିବା ଲୋକମାନଙ୍କ ଭିତରୁ ଭଲ ବା ଖରାପ ଦୁଇ ପ୍ରକାରର ଲୋକ ଥାଆନ୍ତୁ। ସେଥିପାଇଁ ଏମାନଙ୍କ ଘରେ ଭୋଜନ କରିବାକୁ ଅନୁଚିତ୍ ମାନାଯାଏ।
ନିର୍ଦ୍ଦୟ ବ୍ୟକ୍ତି
ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ନିର୍ଦ୍ଦୟି ବା ରାଗି, ଏବଂ ଅନ୍ୟ ଉପରେ ଦୟା କରେ ନାହିଁ, ନିସ୍ପାପ ବ୍ୟକ୍ତିଙ୍କ ହତ୍ୟା କରିଥାଏ ତେବେ ଏପରି ଅମାନବୀୟ ରଖୁଥିବା ବ୍ୟକ୍ତିଙ୍କ ଘରେ କେବେ ଭୋଜନ କରିବା ଉଚିତ୍ ନୁହେଁ। କାରଣ ଏପରି ଲୋକ ଅନ୍ୟକୁ କଷ୍ଟ ଦେଲା ଭଳି ପାପୀ ହୋଇଥାନ୍ତି। ଏପରି ଲୋକଙ୍କ ହାତରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଭୋଜନ କଲେ ବ୍ୟକ୍ତି ନିଜେ ପାପୀ ହୋଇଯାଏ।
ନିଶା ଦ୍ରବ୍ୟ ବିକ୍ରି କରୁଥିବା ବ୍ୟକ୍ତି
ନିଶା ଦ୍ରବ୍ୟ ପାନ କରିବା ତ ପାପ ଅଟେ କିନ୍ତୁ ଯେଉଁ ଲୋକ ନିଶା ଦ୍ରବ୍ୟର ବ୍ୟାପାର କରିଥାନ୍ତି ଏହି ଲୋକ ସେମାନଙ୍କ ଠାରୁ ମଧ୍ୟ ବଡ଼ ପାପୀ ହୋଇଥାନ୍ତି। ଅନ୍ୟର ଜୀବନକୁ ବର୍ବାଦ କରିଥାନ୍ତି ଅନ୍ୟର ଘରକୁ ଉଜାଡି ଦେଇଥାନ୍ତି। ତେବେ ଏମାନଙ୍କୁ ବି ପାପୀ ହିଁ ମାନାଯାଏ। ତେଣୁ ଏହିପରି ଲୋକଙ୍କ ଘରକୁ କେବେବି ଭୋଜନ କରିବାକୁ ଯିବା ଉଚିତ୍ ନୁହେଁ।
ଚରିତ୍ରହିନ ସ୍ତ୍ରୀ
ଗରୁଡ଼ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ଚରିତ୍ରହିନ ଅର୍ଥାତ୍ ନିଜ ଇଚ୍ଛାରେ ସ୍ଵାମୀ ଥିଲେ ମଧ୍ୟ ଅନ୍ୟ ପୁରୁଷ ସହିତ ସମ୍ବନ୍ଧ ରଖନ୍ତି, ଅଧାର୍ମିକ ଆଚରଣ କରନ୍ତି ଗରୁଡ଼ ପୁରାଣରେ ଲେଖା ଅଛି କି ଏପରି ସ୍ତ୍ରୀ ହାତରୁ ଭୋଜନ କରିବାକୁ ପାପ ମାନାଯାଏ। କାରଣ ଏପରି ସ୍ତ୍ରୀ ଦେବଧର୍ମ ଉପରେ ବିଶ୍ୱାସ ରଖିନଥାନ୍ତି ଏବଂ ନିଜ ପତିବ୍ରତା ଧର୍ମକୁ ନଷ୍ଟ କରି ଦିଅନ୍ତି। ଏପରି ସ୍ତ୍ରୀ ଲୋକର ଘରେ ଭୋଜନ କରିଲେ ବ୍ୟକ୍ତି ସେହି ପାପର ଭାଗୀଦାର ବନିଥାଏ।