ଭୁବନେଶ୍ୱର ଭଡା ଘରର Real ଘଟଣା, ରାତିରେ ଏମିତି କିଛି ଘଟିଲା ଯୁବକ ସହ, ଏବେବି ସେଠି କେହି ଯାଉ ନାହାନ୍ତି

ନମସ୍କାର ବନ୍ଧୁଗଣ ବାସ୍ ୨ ମାସ ହିଁ ହୋଇଥିଲା ଆଶିଷକୁ ଭୁବନେଶ୍ୱର ଆସିବାର। ଘରୋଇ କମ୍ପାନୀରେ ଗୋଟିଏ ଚାକିରୀ ମିଳିଥିଲା ତାକୁ। କମ୍ପାନୀଟି ଥିଲା ଭଲ ଏବଂ ତାର ଷ୍ଟାଫ୍ ଲୋକ ସମସ୍ତେ ଭଲ ଥିଲେ କିନ୍ତୁ ସେଠାରେ ଥିଲା ଗୋଟିଏ ସମସ୍ୟା ସେଟା ଥିଲା କାମ ହିସାବରେ ତାକୁ ବୋହୁତ କମ୍ ଦରମା ମିଳୁଥିଲା। କଣ ଆଉ ବା କରିବ ଆଜିକାଲି ଏଇ ଚାକିରୀ ଖଣ୍ଡକ ତ ବୋହୁତ କଷ୍ଟରେ ମିଳୁଛି ତେଣୁ ଏଥି ଆଗାମୀ ବୋହୁତ ବର୍ଷ ପର୍ଯ୍ୟନ୍ତ କାମ କରିବା ପାଇଁ ସେ ମାନସିକ ଭାବେ ସ୍ଥିର କରି ନେଇଥିଲା। ଗଲା ୨ ମାସ ହେବ ଆଶିଷ ତା ସାଙ୍ଗ ସହ ଆଡ୍ଜଷ୍ଟ୍ କରି ରହିଗଲା କିନ୍ତୁ ଏବେ ତାକୁ ନିହାତି ଭାବରେ ଗୋଟିଏ ନୂଆ ଘର ନେବାକୁ ଥିଲା।

ତେଣୁ ଆଶିଷ ଭଡ଼ା ଘର ଦେଖିବା ପାଇଁ ବାହାରି ପଡ଼ିଲା, ଭୁବନେଶ୍ୱରର ଘର ଭଡାର ଦାମ୍ ଶୁଣି ଆଶିଷର ମୌଳି ଗଲା। ସବୁ ପାଖାପାଖି ୮ ବା ୯ ହଜାରର ଘର, ଏତେ ପଇସା ଦେଇ ରହି ହେବନାହିଁ ଏମିତି ସବୁ ଭାବି ସେ ଆସୁଥିଲା କି ସେ ଜାଣିବାକୁ ପାଇଲା ଭୁବନେଶ୍ୱର ଠାରୁ ଟିକେ ଦୂର ଉପକଣ୍ଠ ଜାଗା ଗୁଡ଼ିକରେ ଘରର ଦାମ୍ ଶସ୍ତା ଥାଏ। ଟିକେ ଦୂର ହେଲେ ବି ଚଳିବ କାରଣ ବାଇକ୍ ରେ ଅଫିସ୍ ଆସିବାକୁ ଅସୁବିଧା ହେବ ନାହିଁ। ଶେଷରେ ଟିକେ ଦୁରିଆ ଘର ନେବାକୁ ଚିନ୍ତା କଲା ଆଶିଷ। ତେଣୁ ସେ ଟାଉନ ଠାରୁ ଟିକେ ମଫସଲ ଏରିଆରେ ଘର ଖୋଜିବା ପାଇଁ ବାହାରି ପଡିଲା

ଦିନ ତମାମ ଖୋଜା ଖୋଜି କରିସାରିବା ପରେ ରସଲ୍ ଗଡ଼ ଠାରୁ ୧୦ କିଲୋମିଟର ଦୂରରେ ତାକୁ ଗୋଟିଏ ଘର ମିଳିଲା। ଗୋଟିଏ ଦୁଇ ମହଲା ବିଶିଷ୍ଟ ଘର ଥିଲା ସେଠାରେ। ଘର ସାମନାରେ ଲେଖା ହୋଇଥିଲା ଟୁ-ଲେଟ୍ ଏବଂ ଘର ମାଲିକର ଫୋନ୍ ନମ୍ୱର୍। ଘରଟି ଦେଖିବାକୁ ସେତେ ପୁରୁଣା ଲାଗୁ ନଥିଲା, ଲାଗୁଥିଲା ସତେ ଯେମିତି ୫/୬ ବର୍ଷର ପୁରୁଣା ଘର କିନ୍ତୁ ସେହି ଘରଟିରେ କେହି ରହୁ ନଥଲେ ଯାହାକି ତାର ଗେଟ୍ ରେ ପଡ଼ିଥିବା ବଡ଼ ଗୋଟିଏ ତାଲାରୁ ଜଣା ପଡୁଥିଲା। ଦିନସାରା ବୁଲିବା ପରେ ଘରଟି କାହିଁକି କେଜାଣି ଆଶିଷକୁ ଭଲ ଲାଗିଲା ତେଣୁ ଗେଟ୍ ରେ ଲାଗିଥିବା ନମ୍ୱର୍ ରେ ସେ ମାଲିକ ସହ ଯୋଗାଯୋଗ କଲା। ମାଲିକ ସହ କଥାବାର୍ତ୍ତା ହୋଇ ସେ ଜାଣିଲା ସେ ଘରେ ମାଲିକ ରୁହେ ନାହିଁ ବରଂ ଏହି ଘରଠାରୁ ପାଖାପାଖି ୨ ରୁ ୩ କିଲୋମିଟର ଦୂରରେ ଏକ ଅଲଗା ଘରେ ରୁହେ। ଫୋନ୍ ରେ କଥାବାର୍ତ୍ତା ହେବା ପରେ ଘରଭଡ଼ା ୪୦୦୦ ଟଙ୍କା ଦେବା ପାଇଁ ନିଷ୍ପତି ହେଲା। କିଛି ସମୟ ପରେ ମାଲିକ ଆସି ଆଶିଷକୁ ଘର ଦେଖାଇଦେଲା କିଛି ସିକୁରୁଟି ପଇସା ନେଇ ଚାଲିଗଲା।

ଦୁଇ ଦିନ ଭିତରେ ହିଁ ଆଶିଷ ସେଠାକୁ ସିଫ୍ଟ୍ ହୋଇଗଲା। ଘରଟି ଭିତରୁ ଥିଲା ବେଶ୍ ଚକାଚକ୍। ୨ ଟି ବେଡ୍ ରୁମ୍,କିଚେନ ଏବଂ ଲାଟିନ ବାର୍ଥରୁମ୍ ସବୁଥିଲା ସେଠାରେ। ଏତେ ଶାସ୍ତ୍ରରେ ଏତେ ଭଲ ଘର ପାଇଥିବାରୁ ଆଶିଷ ମାନେ ମନେ ମନେ ବହୁତ ଖୁସି ହେଉଥିଲା। ଆଶିଷର ସେହି ଘରେ ପ୍ରଥମ ଦିନ ରୁମ୍ ସଫାସଫିରେ ପଳାଇଲା। ରୁମ୍ ସଫାସଫି କରିବା ସମୟରେ ଆଶିଷ ଗୋଟିଏ ଜିନିସ ଲକ୍ଷ୍ୟ କଲା, ପ୍ରତ୍ୟେକ ରୁମ୍ ର କାନ୍ଥ ମଝିରେ ଗୋଟିଏ ଗୋଟିଏ କଣ୍ଟା ପିଟା ଯାଇଥିଲା ଯାହା ଉପରେ ନାଲି ଛିଟ କପଡ଼ା ବନ୍ଧା ଯାଇଥିଲା। ଏହା ରୁମ୍ ର ମଝି ମଝି ଜାଗାରେ ପୀଟା ହୋଇଥିବାରୁ ରୁମ୍ ଟି ବୋହୁତ ଅସୁନ୍ଦର ଦେଖା ଯାଉଥିଲା ତେଣୁ ଆଶିଷ ସେହି ସବୁକୁ କାଢି ବାହାରକୁ ଫିଙ୍ଗି ଦେଲା। ସବୁ ସଜାସଜି ସାରିଲା ବେଳକୁ ରାତି ୧୧:୦୦ ବାଜି ଯାଇଥିଲା। ସେଦିନ ଆଶିଷ ବୋହୁତ ଥକି ଯାଇଥିଲା। ତେଣୁ ତାକୁ ଶୋଇବା ପାଇଁ ଜମାରୁ ବି ଚେଷ୍ଟା କରିବାକୁ ପଡ଼ିଲା ନାହିଁ। ସେମିତି ଚେୟାରରେ ବସି ବସି ହିଁ ଶୋଇ ଯାଇଥିଲା ଆଶିଷ।

ରାତି ପାଖାପାଖି ୧:୦୦ ହେବ ଆଶିଷ ଚୌକିରୁ ଜୋର୍ ରେ ତଳେ କଚାଡି ହୋଇ ପଡ଼ିଗଲା। ତାକୁ ଲାଗିଲା ସତେ ଯେମିତି ତାକୁ କିଏ ଧକ୍କା ଦେଇ ଦେଲା ବୋଧ ହୁଏ ଭାରସାମ୍ୟ ହରାଇ ପଡିଯାଇଥିଲା ଆଶିଷ। ଏମିତି ଭାବି ଆଶିଷ ନିଦରେ ନିଦରେ ଯାଇ ନିଜ ବେଡ୍ ଉପରେ ଶୋଇ ପଡ଼ିଲା। ସକାଳ ହେଲା ଏବଂ ଆଶିଷ ନିଜ ଅଫିସ୍ କୁ ଚାଲିଗଲା। ଦିନସାରା ଅଫିସ୍ ର କମାପରେ ଆଶିଷ ସନ୍ଧ୍ୟାରେ ନିଜ ରୁମ୍ କୁ ଫେରିଲା। କବାଟ ଖୋଲି ଆଶିଷ ଯାହା ଦେଖିଲା ତାକୁ ବୋହୁତ ଆଶ୍ଚର୍ଯ୍ୟ ଲଗିଲା। ତାର ସବୁ ଡ୍ରେସ୍ କପଡ଼ା ଏବେ ତେଣେ ବିଛେଇ ହୋଇ ରହିଥିଲା କିନ୍ତୁ ଗଲା ରାତିରେ ତ ସେ ସବୁ କପଡ଼ା ଗୁଡ଼ିକ ସଜାଡି କରି ରଖିଥିଲା। ତେବେ ଏମିତି କଣ ପାଇଁ ହେଲା।

ବୋଧ ହୁଏ ଝରକା ପଟରୁ ଗୋଟିଏ ବିଲେଇ ଆସି ସବୁ ଏଣେତେଣେ କରି ପକାଇ ଦେଇଛି। ତେଣୁ କାଲି ଅଫିସ୍ ଯିବା ପୂର୍ବରୁ ଝରକା ବନ୍ଦ୍ କରି ଯିବି ନହେଲେ ସବୁଦିନ ସେ ବିଲେଇ ଆସି ଏମିତି କରିବ ଏମିତି ସବୁ ଭାବୁଥାଏ ଆଶିଷ। ରାତି ଖାଇବା ଖାଇସାରି ଆଶିଷ ଶୋଇବା ପାଇଁ ନିଜ ରୁମ୍ କୁ ଚାଲିଗଲା। ପାଖାପାଖି ରାତି ୨:୦୦ ଆଶିଷର ନିଦ ଅଚାନକ ଭାଙ୍ଗିଗଲା। ଦୁମ୍ ଦୁମ୍ ହେବାର ଶବ୍ଦ ଉପର ମହଲାରୁ ଆସୁଥିଲା। ଶବ୍ଦରୁ ଏମିତି ଲାଗୁଥିଲା ସତେ ଯେମିତି କେହି ଜଣେ ମଣିଷ ଉପର ମହଲାରେ ଚାଲୁଛି। ଶବ୍ଦଟି କିଛି ସମୟ ଚାଲୁଥିଲା ଏବଂ ପୁଣି କିଛି ସମୟ ପାଇଁ ରହି ଯାଉଥିଲା। କାଳେ କେହି ଚୋର ପଶିଥିବ ଏହା ଭାବି ଆଶିଷ ଟର୍ଚ୍ଚ ଧରି ଜୋର୍ ରେ ଉପର ମହଲାକୁ ଦୌଡ଼ି ଚାଲିଲା। ବୋହୁତ ଖୋଜା ଖୋଜି ପରେ ମଧ୍ୟ ସେ କାହାକୁ ପାଇଲା ନାହିଁ।

ଏତିକି ମଧ୍ୟରେ ତା ରୁମ୍ ରୁ ଜିନିଷ ପତ୍ର ପଡ଼ିବାର ଶବ୍ଦ ଆସିଲା। ସେ ଯାଇ ଦେଖେ ତ ତାର ସବୁ ଜିନିଷ ପୁଣି ଏତେତେଣେ ହୋଇ ପଡ଼ି ରହିଛି। ଆଶିଷ ନିଜ ରୁମ୍ ର କୋଣ ଅନୁକୋଣରେ ଯାଞ୍ଚ୍ କରିଲା କାଳେ କେହି ଲୁଚି ରହିଥିବା କିନ୍ତୁ ସେଠାରେ କେହିବି ନଥିଲେ। ସେଦିନ ଆଶିଷକୁ ଡର ଲାଗୁଥିଲା କାରଣ ସେହି ଘରେ ସେ ଏକା ହିଁ ରହୁଥିଲା। ସେଦିନ ସେ ରାତିରେ ଗୋଟିଏ ଠେଙ୍ଗା ଧରି ନଶୋଇ ଅନାଇ ରହିଲା ସେ ଚୋର ବାହାରିଲେ ତାକୁ ପିଟିବା ପାଇଁ। ସକାଳ ହୋଇଗଲା କିନ୍ତୁ ସେ ଘରେ ଆଶିଷ ବ୍ୟତୀତ ଆଉ କେହି ଥିବାର ଜଣା ପଡିଲା ନାହିଁ। ସେଦିନ ଆଶିଷ ଭଲରେ ଶୋଇ ନଥିବାରୁ ତାର ମୁଣ୍ଡ ପ୍ରବଳ ବିନ୍ଧୁଥିଲା ତେଣୁ ଅଫିସ୍ ରୁ ହାପ୍ ଛୁଟି ନେଇ ସେ ଘରକୁ ଆସିଗଲା। କିଛି ଖାଇ ନିଜ ବେଡ୍ ରେ ଯାଇ ପଡ଼ିଗଲା ସେ। ଦୁଇପହର ତାକୁ ନିଦ ଭଲ ହୋଇଗଲା ଉଠିଲା ବେଳକୁ ସନ୍ଧ୍ୟା ୫:୦୦। ତାକୁ ନିଜ ବେଡ୍ ଟି କାଇଁ ବାଲିଆ ବାଲିଆ ମନେ ହେଲା, ବେଡ୍ ସାରା ବାଲି ବିଛେଇ ହୋଇ ପଡ଼ିଥିଲା। ଲାଗିଥିଲା ସତେ ଯେମିତି କେହି ଜଣେ ଖାଲି ପଦରେ ତା ବେଡ୍ କୁ କୁଦାଦଳା କରିଛି। ଘରଭଡ଼ା ନେବାର ୨ ଦିନ ହିଁ ହୋଇଥିଲା ଏହି ସବୁ କଥା ଗୁଡ଼ିକ ଆଶିଷର ଚିନ୍ତା ବଢାଇ ଦେଲା।

ସେ ବୁଝି ପାରୁନଥିଲା ତାହ ସହ ସେଠି କଣ ହେଉଛି। ସେ ସେହି ଘରକୁ ଆସିବା ଦିନ ଠାରୁ ହିଁ ଏମିତି ଅଦ୍ଭୁତ ଜିନିଷ ତାହା ସହ ଘଟି ଆସୁଥିଲା। ଆଶିଷ ସେହି ସବୁ ଜିନିଷ ବିଷୟରେ ବେଶୀ ନଭାବି ସେଠି ଶାନ୍ତିରେ ରହିବା ପାଇଁ ଚେଷ୍ଟା କଲା କାରଣ ଏହି ଘରଟି ତା ପାଇଁ ସବୁ ଦୃଷ୍ଟିରୁ ଭଲ ଥିଲା। ଦିନ ବଢି ଚାଲିଲା ଏବଂ ଆଶିଷକୁ ପ୍ରତି ୨/୩ ଦିନରେ ଏମିତି ଅଦ୍ଭୁତ ଜିନିଷ ଦେଖିବାକୁ ମିଳୁଥିଲା। କେବେ ଅଧ ରାତିରେ ବାର୍ଥରୁମ୍ ର ଟ୍ୟାପ୍ ଖୋଲିଯିବା ତ କେବେ ଖାଇବା ଭିତରୁ ଚୁଟି ବାହାରିବା। ଧୀରେ ଧୀରେ ଆଶିଷ ଜାଣି ସାରିଥିଲା ଯେ ଏହି ଘରେ କୌଣସି ଆତ୍ମାର ଛାୟା ଅଛି କାରଣ ବାରମ୍ବାର ଏହି ଜିନିଷ ଗୁଡ଼ିକ ତାହା ସହିତ ହେଉଥିଲା। ଦିନକୁ ଦିନ ନୂଆ ନୂଆ ସମସ୍ୟା ଆଶିଷ ସାମ୍ନାକୁ ଆସିବାକୁ ଲାଗିଲା। ଆଶିଷ ବୋହୁତ ଥର ଏହି ବିଷୟରେ ନିଜ ସାଙ୍ଗ ସହ କଥା ହୋଇଥିଲା କିନ୍ତୁ କୌଣସି ବି ବ୍ୟକ୍ତି ତା କଥା ଉପରେ ବିଶ୍ୱାସ କରୁ ନଥିଲେ। ଗୋଟିଏ ଦିନ ଆଶିଷ ଆରାମରେ ଶୋଇଥିଲା ହଠାତ୍ ତାର ନିଦ କାହାର କାନ୍ଦ ଶୁଣି ଭାଙ୍ଗିଗଲା କାନ୍ଦୁଥିଲା ଗୋଟିଏ ଝିଅ ଏବଂ ତାହା ବାର୍ଥରୁମ୍ ରୁ ଆସୁଥିଲା। ଆଶିଷ ଜାଣିଗଲା ଯେ ତାହା ସହ ଆଜି ବୋହୁତ ଖରାପ ଘଟିବାରୁ ଯାଉଛି।

ଆଜି ପ୍ରଥମ ଥର ପାଇଁ ଆଶିଷ ସେହି ଆତ୍ମାର ଅବସ୍ଥିତିକୁ ଅନୁଭବ କରି ପାରୁଥିଲା। ଆଶିଷ ନିଜ ଚାଦର ତଳେ ସେମିତି ଚୁପ୍ ଚାପ୍ ଅପେକ୍ଷା କରି ରହିଥିଲା କେତେବେଳେ ସେହି ଆତ୍ମାଟି ଚାଲିଯିବ କିନ୍ତୁ ସେହି କାନ୍ଦ କମିବା ଅପେକ୍ଷା ଅଧିକରୁ ଅଧିକ ବଢିବାକୁ ଲାଗିଲା। କିଛି ସମୟ ପରେ ସେହି କାନ୍ଦଟି ପ୍ରତି ରୁମ୍ ରେ ବୁଲିବାର ଅନୁଭବ ହେଲା। ସେହି ଆତ୍ମାର ପାଉଁଜି ଶବ୍ଦ ହିଁ କେଉଁ ଆଡ଼କୁ ଯାଉଛି ଆଶିଷ ଭଲ ଭାବରେ ଜାଣି ପାରୁଥିଲା। ଆଶିଷ ସେଦିନ ନିଜ ବେଡ୍ ରୁମ୍ ର କବାଟ ବନ୍ଦ କରି ଶୋଇଥିଲା ତେଣୁ ତାର ବିଶ୍ୱାସ ଥିଲା କି ସେହି ଆତ୍ମାଟି ରୁମ୍ କୁ ଯେପରି ନ ଆସି ପାରେ କିନ୍ତୁ ଆଶିଷ ଭୁଲ୍ ଥିଲା। ଧୀରେ ଧୀରେ ସେହି ଶବ୍ଦଟି ଆଶିଷର ରୁମ୍ ଆଡ଼କୁ ଆସିବାକୁ ଲାଗିଲା ଏବଂ ଶେଷରେ ଆଶିଷର ରୁମ୍ ରେ ଆସି ପହଞ୍ଚିଲା। ସେତେବେଳକୁ ଆଶିଷ ହୃଦୟର ସ୍ପନ୍ଦନ ଜୋର୍ ଜୋର୍ ରେ ବଢିବାକୁ ଆରମ୍ଭ କରିଥିଲା।ହଠାତ୍ ସେହି ପାଉଁଜିର ଶବ୍ଦ ତାର ବେଡ୍ ପାଖକୁ ଆସି ବନ୍ଦ୍ ହୋଇଗଲା।

ଆଶିଷ ସେମିତି ଚୁପ୍ ଚାପ୍ ଅପେକ୍ଷା କରିଥାଏ ଆଉ କିଛି ଶବ୍ଦ ନହେବାରୁ ଆଶିଷକୁ ଲାଗିଲା କି ବୋଧ ହୁଏ ସେ ଚାଲିଗଲା। ତେଣୁ ଆଶିଷ ଧୀରେ ଧୀରେ ତାର ଚାଦରକୁ ମୁହଁରୁ ହଟାଇ ମିଞ୍ଜି ମିଞ୍ଜି ଆଖିରେ ଚାରି ପଟକୁ ଦେଖିବାକୁ ଲାଗିଲା। କେହି ନଥିଲେ ସେଠାରେ ଆଶିଷ ଶାନ୍ତିରେ ନିଶ୍ୱାସ ମାରି ଉପରକୁ ଅନାଇ ସେ ଯାହା ଦେଖିଲା ତାକୁ ଲାଗୁଥିଲା କି ତାର ଛାତି ଫାଟି ଯିବ। ଉପରେ ଝୁଲି ରହିଥିଲା ଗୋଟିଏ ଝିଅର ଲାସ୍। ଆଶିଷ ଆଉ କିଛି ନଭାବି ଯେମିତି ସେମିତି କରି ସେଠୁ ଖାଇବାରେ ସଫଳ ହେଲା। ସେହି ରାତିଟି ଆଶିଷ ତାହାର ସାଙ୍ଗ ରୁମ୍ ରେ ବିତାଇଲା। ତାହା ସହ ଯାହା ସବୁ ହେଲା ସେ ସବୁକୁ ସେ ଘର ମାଲିକକୁ କହିଲା। ମାଲିକ ପାଟିରୁ ସେ ଘର ବିଷୟରେ କିଛି ସତ କଥା ଶୁଣି ସାରିବା ପରେ ଆଶିଷ ସ୍ତବ୍ଦ ରହିଗଲା।

ପୂର୍ବରୁ ସେହି ରୁମ୍ ରେ ୨ ଜଣ ଝିଅ ରହୁଥିଲେ। ସେଥିରୁ ଜଣେ ଝିଅ ସୁଇସାଇଟ୍ କରିବା ପରେ ତାର ସାଙ୍ଗକୁ ତାର ଆତ୍ମା ବାରମ୍ବାର ଦେଖା ଦେଉଥିଲା ଏବଂ ବାଧ୍ୟ ହୋଇ ସେହି ଝିଅଟି ସେ ଘର ଛାଡିଦେଲା।। ତା ପରେ ପରେ ପୁରା ଘରକୁ ପୂଜା କରାଯାଇ କାନ୍ଥରେ କଣ୍ଟା ପିଟା ଯାଇଥିଲା ଏବଂ ସେହି ଆତ୍ମାକୁ ସେହି ଘରୁ ବାହାର କାର ଯାଇଥିଲା। ଆଶିଷକୁ ସେତେବେଳେ କାନ୍ଥରୁ କଣ୍ଟା ବାହାର କରିବା କଥା ମନେ ପଡ଼ିଗଲା। କଣ୍ଟା ଗୁଡ଼ିକ ବାହାର କରି ଥିବାରୁ ସେ ଆତ୍ମା ପୁଣି ଥରେ ସେ ଘର ଭିତରକୁ ଆସିବାର ସକ୍ଷମ ହେଲା। ଆଶିଷ ଆଉ ବେଶୀ କିଛି ନକହି ସେଦିନ ହିଁ ସେ ଘର ଛାଡିଦେଲା ଏବଂ ନୂଆ ଜାଗାକୁ ଶିଫ୍ଟ୍ ହୋଇଗଲା।