ବିବାହର 33ବର୍ଷ ପରେ ଜାଣିଲେ ଦୁହେଁ ନିଜ ଭାଇ ଭଉଣୀ, Bhagban ଏହାପରେ ଘଟିଲା କିଛି ଏପରି

ନମସ୍କାର ବନ୍ଧୁଗଣ ବିବାହର ୩୩ ବର୍ଷ ପରେ ସ୍ଵାମୀ ସ୍ତ୍ରୀ ଜାଣିଲେ ସେମାନେ ଭାଇ ଭଉଣୀ ଆଉ ଏହାପରେ ଯାହା ହେଲା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣା ଉପରେ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ। ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣନ୍ତି ଯେ ବିବାହ ଏକ ପବିତ୍ର ବନ୍ଧନ, କୁହାଯାଏ ଏହା ଭଗଵାନଙ୍କ ବରଦାନ କିନ୍ତୁ ଥରେ ଭାବନ୍ତୁ ବିବାହ ପରେ ଯଦି ଜଣାପଡ଼ିଯାଏ ଆପଣ ଯାହାକୁ ବାହା ହୋଇଛନ୍ତି ସେ ଆପଣଙ୍କର ରକ୍ତ ସମ୍ପର୍କୀୟ, ସେତେବେଳେ ପାଦ ତଳୁ ମାଟି ଖସିଯିବା ପରି ଲାଗେ।

ଠିକ୍ ଏମିତି ଏକ ଘଟଣା ଘଟିଛି ଗୁଜୁରାଟରେ ବିବାହର ଦୀର୍ଘ ୩୩ ବର୍ଷ ପରେ ସ୍ଵାମୀ ସ୍ତ୍ରୀ ଜାଣିବାକୁ ପାଇଛନ୍ତି ଯେ ସେମାନେ ଯାଆଁଳା ଭାଇଭଉଣୀ। ଏହି ଦୁଇଜଣ ଯେତେବେଳେ ପରସ୍ପରକୁ ଦେଖିଲେ ତେବେ ସେମାନଙ୍କ ମଧ୍ୟରେ ପ୍ରଥମ ଦେଖାରେ ପ୍ରେମ ହୋଇଯାଇଥିଲା। ସେମାନେ ଯେତେବେଳେ ନିଜ ନିଜ ମଧ୍ୟରେ ପରିଚୟ ଦିଆନିଆ ହେଲେ ସେମାନେ ଜାଣିଲେ ଯେ ଉଭୟଙ୍କ ଜନ୍ମଦିନ ଏକା ମସିହା ଏକା ବାର ଏବଂ ଏକା ତାରିଖରେ।

ଏହାକୁ ସେମାନେ ଭଗଵାନଙ୍କ ସଂଯୋଗ ବୋଲି ଭାବିଲେ ଆଉ ଭଗଵାନ ଉଭୟଙ୍କୁ ଉଭୟଙ୍କ ପାଇଁ ଜନ୍ମ ଦେଇଛନ୍ତି ବୋଲି ଭାବି ବିବାହ କରିନେଲେ। କ୍ଲିନିକରେ ଯେତେବେଳେ ଡ଼ାକ୍ତର ଦୁଇଜଣଙ୍କ ଜନ୍ମ ପ୍ରମାଣ ପତ୍ର ଦେଖିଲେ ଦୁହିଁଙ୍କ ଭିତରେ ସମାନତା ଥିବା ଜାଣି ପାରିଥିଲେ। ଦୁହିଁଙ୍କ ଜନ୍ମ ୧୯୮୪ ମସିହାରେ ହୋଇଥିଲା। ଏକା ତାରିଖ ଆଉ ଏକା ବାରରେ ତେଣୁ ଡାକ୍ତର ଏହି କଥାର ସତ୍ୟତା ସେମାନଙ୍କୁ ଜଣାଇଥିଲେ।


ଡାକ୍ତରଙ୍କ କଥା ତାଙ୍କୁ ଚକିତ କରି ଦେଇଥିଲା। ଏହି ଯାଆଁଳା ଭାଇଭଉଣୀ ଯେତେବେଳେ ଛୋଟ ଥିଲେ ସେମାନଙ୍କ ମାତା ପିତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହାପରେ ପିଲା ଦୁହିଁଙ୍କୁ କେହି କୋଳେଇ ନେବାକୁ ଇଛା ପ୍ରକାଶ କରିଲେ ନାହିଁ। ଏହାର ସମାଧାନ ପାଇଁ ଦୁଇଜଣଙ୍କୁ ଅଲଗା ସ୍ଥାନକୁ ପଠାଇ ଦିଆଯାଇଥିଲା।

ଭିନ୍ନ ଭିନ୍ନ ପରିବାରରେ ଦୁହେଁ ବଢ଼ିଲେ। ଯେହେତୁ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଉଭୟଙ୍କୁ ପାଳିଥିବା ପରିବାର ଲୋକେ ବେଶୀ କିଛି ଚିନ୍ତା ନକରି ନିର୍ଦ୍ବନ୍ଦ୍ବରେ ବିବାହ କରିଦେଇଥିଲେ କିନ୍ତୁ ପରେ ଯେତେବେଳେ ସେମାନେ ଦୁହେଁ ଭାଇ ଭଉଣୀ ବୋଲି ଜାଣିଲେ ସେତେବେଳକୁ ବୋହୁତ ଦିନ ବିତି ଯାଇଥିଲା ଆଉ ସେହି ସମୟରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଆଉ କଣ ବା ସେମାନେ କରି ପାରିବେ ଏହାର କୌଣସି ସମାଧାନ ସେମାନେ ବାହାର କରି ପାରୁ ନଥିଲେ।