BSF ଯବାନ ଜଣଙ୍କ 11 ଲକ୍ଷ ଟଙ୍କାର ଯୌତୁକ ନେବାକୁ କରିଦେଲେ ମନା, କହିଲେ ‘ମୋ ପାଇଁ କନିଆଁ ପଇସା ଠାରୁ ଅଧିକ ମୂଲ୍ୟବାନ’

ଭାରତ ରେ ବିବାହ ସମାରୋହ କୁ ବେଶ ଆଡମ୍ବର ସହ କରାଯାଇଥାଏ I କିନ୍ତୁ ଏହି ବିବାହ ପରମ୍ପରା ରେ ଝିଅ ଘର ଲୋକେ କିଛି ଯୌତୁକ ଦେବାର ପ୍ରଥା ଅନେକ ଦିନ ରୁ ଚାଲି ଆସୁଛି I ଏବଂ ଭାରତ ସରକାର ମଧ୍ୟ ଏହି ଆଇନି ଲାଗୁ କରିଛନ୍ତି ଯଦି କେହି ପୁଅ ଘର ଯୌତୁକ ନିଅନ୍ତି 7 ବର୍ଷ ର ଜେଲ ଦଣ୍ଡ ମଧ୍ୟ ରହିଛି I ଜଣେ ପିତା ନିଜ ଝିଅ ପାଁଇ ଏହି ଯୌତୁକ କୁ ନେଇ ଚିନ୍ତା ରେ ରହିଥାନ୍ତି I

ଇତି ମଧ୍ୟ ରେ ଜୟପୁର ରେ ରହୁଥିବା BSF ଯବାନ ତାଙ୍କ ବିବାହ ରେ 11 ଲକ୍ଷ ଟଙ୍କା ର ଯୌତୁକ କୁ ମନା କରି ଦେଇଥିଲେ I ଜିତେନ୍ଦ୍ର ସିଂ ନାମ ଏହି ଦୁଲହ ନିଜ ଶଶୁର ଘର ତରଫରୁ 11 ଲକ୍ଷ ଟଙ୍କା ର ଯୌତୁକ ନେବାକୁ ସ୍ପଷ୍ଟ ମନା କରିଦେଇଥିଲେ I ତାଙ୍କ ପତ୍ନୀ LLB ଓ LLM ଗ୍ରାଜୁଏଟ ଅଟନ୍ତି I ଏବଂ PHD ପାଁଇ ପ୍ରସ୍ତୁତି କରୁଛନ୍ତି I ତେବେ ଏହି ଯବାନ ଙ୍କ ର ଏପରି ନିଷ୍ପତି କୁ ନେଇ ଲୋକେ ତାଙ୍କ ର ଅନେକ ପ୍ରଶଂସା କରିଛନ୍ତି I

ଦୁଲହନ ଙ୍କ ର 59 ବର୍ଷୀୟ ପିତା ଙ୍କ କହିବା ଅନୁସାରେ ପୁଅ ଘର ଲୋକେ ବିବାହ ଆୟୋଜନ ରେ ଖୁସି ନ ଥିଲେ ତେଣୁ ସେ ଯୌତୁକ ଦେଇ ଖୁସି କରିବା କୁ ଚାହୁଁଥିଲେ I କିନ୍ତୁ ଯେତେବେଳେ ଦୁଲହ ଏହି ଯୌତୁକ ଟଙ୍କା ମନା କରିଥିଲେ ତ ଝିଅ ର ପିତା ବେଶ ଖୁସି ହେଇଯାଇଥିଲେ I ଜିତେନ୍ଦ୍ର ଙ୍କ ର ଏହି ବିଚାରଧାରା କୁ ଆଜି ସାରା ଦେଶବାସୀ ସଂମାନ କରିଛନ୍ତି I

ସୋସିଆଲ ମିଡ଼ିଆ ରେ ମଧ୍ୟ BSF ଯବାନ ଙ୍କ ର ଏପରି କାର୍ଯ୍ୟ କୁ ସବୁ ଲୋକେ ବେଶ ପ୍ରଶଂସା କରିଛନ୍ତି I କାରଣ ଆଜିକା ସମାଜ ରେ କିଛି ଲୋଭି ଲୋକେ ବିବାହ ପରେ ଝିଅ ଘର ଲୋକ ଙ୍କୁ ନାନା ହଇରାଣ କରିଥାନ୍ତି ଏବଂ ଯୌତୁକ ମାଗିଥାନ୍ତି I ଯୌତୁକ ନେବା ଆଜିକା ସମୟ ରେ ଏକ ଭୁଲ କାର୍ଯ୍ୟ ଅଟେ I ତେଣୁ ଜନସଚେତନତା ମଧ୍ୟ ଆବଶ୍ୟକ ରହିଛି I