ଆଜିକା ସମାଜ ରେ ବିବାହ ଠାରୁ ଅଧିକ ଛାଡପତ୍ର ର ଘଟଣା ଘଟିଥାଏ I ପତି ପତ୍ନୀ ଆଜିକା ସମୟ ରେ ସାମାନ୍ୟ କଥା କୁ ନେଇ ଛାଡପତ୍ର ପର୍ଯ୍ୟନ୍ତ ପହଂଚି ଯାଇଥାନ୍ତି I ପତି ପତ୍ନୀ ଙ୍କ ମଧ୍ୟ ରେ ଛାଡପତ୍ର ହେଲେ ଏହା ର ଅଧିକ ପ୍ରଭାବ ପିଲା ଙ୍କ ଉପରେ ରହିଥାଏ I ଛାଡପତ୍ର ପରେ ପିଲାମାନେ ପିତାମାତା ଙ୍କ ର ସ୍ନେହ ରୁ ବଂଚିତ ହେଇଥାନ୍ତି I ଯଦି ଅଯଥା କଥା ରେ ଘରେ କଳି ଝଗଡା ନ ହେବ ତେବେ ବୈବାହିକ ଜୀବନ ରେ ସମସ୍ୟା ହିଁ ଆସିବ ନାହିଁ I
ବିଗତ ଶନିବାର ରେ ଗୱାଳିୟାର ରେ ଫ୍ୟାମିଲି କୋର୍ଟ ରେ ପହଂଚିଥିଲେ ଏକ ଦମ୍ପତି I ଏହି ପତି ପତ୍ନୀ ପାରସ୍ପରିକ ଭୁଲ ବୁଝାମଣା କୁ ନେଇ ଅଲଗା ରହୁଥିଲେ I ପିତା ଙ୍କ ର ଦାବି ରହିଥିଲା କି ସେ ନିଜ ପୁଅ କୁ ପାଖ ରେ ରଖିବା କୁ ଚାହୁଁଥିଲେ I କିନ୍ତୁ ପୁଅ ଟି ମା ପାଖ ରେ ରହୁଥିଲା I ଏହି ମାମଲା କୁ ନେଇ ପତି ପତ୍ନୀ ଙ୍କୁ ଜଜ କାଉନ୍ସିଲ କରିଥିଲେ I ଏବଂ ଶେଷ ରେ ପୁରାଘାତଣା ପରିବର୍ତନ ହେଇଯାଇଥିଲା I
ଜଜ ହିତେନ୍ଦ୍ର ସିଂ ଉଭୟ ପତି ପତ୍ନୀ ଙ୍କୁ ଏହି ମାମଲା ରେ ଉଭୟ ଙ୍କୁ ଏପରି କଥା କହିଥିଲେ କି ଦୁହିଁଙ୍କ ର ମୁଣ୍ଡ ରୁ ଛାଡପତ୍ର ର ଭୁତ ଓଲ୍ହାଇ ଯାଇଥିଲା I ଏବଂ ଜଜ ଏହା ମଧ୍ୟ କହିଛନ୍ତି ପତି ପତ୍ନୀ ଉଭୟ ଏକାଠି ରହିବେ I ଜଜ ଏହା କହିଥିଲେ କି ଆପଣ ଦୁହିଁଙ୍କ ର କଳି ଝଗଡା ର ପ୍ରଭାବ ସିଧା ପିଲା ଟି ଉପରେ ପଡୁଛି I ଏକ ପିଲାଟି କୁ ଉଭୟ ମା ଓ ବାପା ର ଆବଶ୍ୟକ ରହିଥାଏ I ଏହା ପରେ ପତି ପତ୍ନୀ ଉଭୟ ଙ୍କ ମଧ୍ୟ ରେ ଥିବା ମତ ଭେଦ ଦୂର ହେଇଥିଲା I
ଜଜ ଙ୍କ କଥା ଶୁଣିବା ପରେ ପତି ପତ୍ନୀ ଉଭୟ ଭାବୁକ ହେଇଯାଇଥିଲେ ଓ ଦୁହେଁ କାନ୍ଦି ପକାଇଥିଲେ I ଏହା ପରେ ଦୁହେଁ ନିଷ୍ପତି ନେଇଥିଲେ କି ଦୁହେଁ ଏକାଠି ରହିବେ I ପତି ପତ୍ନୀ ଦୁହେଁ ପରସ୍ପର କୁ ଭୁଲ ମାଗିଥିଲେ ଏବଂ ଫୁଲ ମାଳ ପିନ୍ଧାଇଥିଲେ I ଜଜ ଙ୍କ ସମୁଖ ରେ ଶପଥ ମଧ୍ୟ କରିଥିଲେ କି ଦୁହେଁ କେବେ ହେଲେ ଝଗଡା କରିବେ ନାହିଁ I
ଏହିପରି ଜଜ ଙ୍କ ର ଜ୍ଞାନ କୌଶଳତା କୁ ନେଇ ଏକ ବିବାହ ବନ୍ଧନ ଭାଙ୍ଗୁ ଭାଙ୍ଗୁ ରହି ଯାଇଥିଲା I ଏବଂ ପିଲାଟି ର ଭବିଷ୍ୟତ ମଧ୍ୟ ସୁରକ୍ଷିତ ରହିଥିଲା I ଆଜିକା ସମୟ ରେ ପତି ପତ୍ନୀ ଙ୍କ ମଧ୍ୟ ରେ ଝଗଡା ଏକ ସାଧାରଣ କଥା ଅଟେ I କିନ୍ତୁ ଏହା କୁ ନେଇ ପରସ୍ପର କୁ ଛାଡପତ୍ର ଦେବା ଏହା ଉଚିତ କଥା ନୁହେଁ I ତେବେ ଏହି ମାମଲା ଟି ରେ ଆପଣ ଙ୍କ ର ମତାମତ କଣ ରହିଛି କମେନ୍ଟ ମାଧ୍ୟମ ରେ ଜଣାଇବେ I