Odia Bastu: ଚମତ୍କାର ଉପାୟ ଏହି ଗଛର ଚେରକୁ ନିଜ ପାଖରେ ରଖିଲେ ଭିକାରି ବି ହୋଇଯାଏ ରାଜା…

ନମସ୍କାର ବନ୍ଧୁଗଣ ଗଛର ଚେରରେ ଅନେକ ପ୍ରକାରର ଚମତ୍କାରି ଗୁଣମାନ ଲୁଚି ରହିଥାଏ ଯାହାକି ଅନେକ କମ୍ ଲୋକମାନଙ୍କୁ ଜଣାଥାଏ। ଗଚମନଙ୍କର ସବୁଠାରୁ ଚମତ୍କାରି ଗୁଣ ଅଧିକ ମାତ୍ରାରେ ଗଛର ମୂଳରେ ହିଁ ରହିଥାଏ। ତନ୍ତ୍ରଶାସ୍ତ୍ର ଅନୁସାରେ ଅନେକ ଗଛର ଚେର ବିଷୟରେ ବର୍ଣ୍ଣିତ ରହିଛି ଯାହାର ବ୍ୟବହାରରେ ପୂର୍ବ ଜନ୍ମର କର୍ମକୁ ସମାନ୍ତ କରିହୋଇଥାଏ। ଗଛର ଚେର ଦ୍ଵାରା ଦାରିଦ୍ର୍ୟତା ମଧ୍ୟ ଦୂର କରିହୁଏ ତାହା ଯେତେ ବଡ଼ ଦୁର୍ଭାଗ୍ୟ ଜନକ ହୋଇଥାଏ ନା କାହିଁକି। ଆହୁରି ଅନେକ ପ୍ରକାର କାର୍ଯ୍ୟରେ ଫାଇଦା ଦେଇଥାଏ ଯେପରିକି ବଶିକରଣ ମାନେ ଜଣକୁ ନିଜର ଆୟତନକୁ ଆଣି ନିଜର ଇସାରାରେ କାର୍ଯ୍ୟ ହାସଲ କରିବା। ତନ୍ତ୍ର କ୍ରିୟା ଆଦି ସମସ୍ତ କ୍ଷେତ୍ରରେ ଗଛର ଚେରକୁ ହିଁ ବ୍ୟବହାର କରାଯାଇଥାଏ। ତେବେ ଆଜି ଆସନ୍ତୁ ଅନେକ ଚେର ବିଷୟରେ ଜାଣିବା ଯେ କେଉଁ ଗଛର ଚେର କେଉଁ ପ୍ରକାର କାର୍ଯ୍ୟରେ ବ୍ୟବହାର କରାଯାଇଥାଏ।

ଏହି ସଂସାରର ସଂପୂର୍ଣ୍ଣ ଶାସ୍ତ୍ରର ଗୁରୁ ହେଉଛନ୍ତି ଭଗଵାନ ଶିବ ଏବଂ ଯେଉଁ ବ୍ୟକ୍ତିଙ୍କ ପାଖରେ ଭଗଵାନ ଶିବଙ୍କର ଆଶ୍ରିବାଦ ରହିଥାଏ ଏହିପରି ବ୍ୟକ୍ତି ତନ୍ତ୍ର ଶାସ୍ତ୍ରରେ ଅନେକ ଜ୍ଞାନ ହାସଲ କରିପାରନ୍ତି। ବିନା ଶିବଙ୍କର କୃପାରେ ତନ୍ତ୍ର ଶାସ୍ତ୍ରରେ ସଫଳତା ମିଳି ନଥାଏ। ତେବେ ଦର୍ଶକ ବନ୍ଧୁ ଏପରି ଅନେକ ଗଛ ଅଛି ଯାହାର ଚେରରେ ତନ୍ତ୍ର ଶକ୍ତି ବା ଚମତ୍କାରି ଶକ୍ତି ଲୁଚି ରହିଥାଏ ଯାହାକି ମୂଖ ଭିତରେ ରଖିବା ମାତ୍ରେ କେହିବି ନାରୀ ହେଇ ଅବା ପୁରୁଷ ହେଉ କାହାକୁବି ବଶିକରଣ କରିପାରିବେ। ତେଣୁ ଅନେକ ତାନ୍ତ୍ରିକ ଏହିପରି ଚେରକୁ ପାଖରେ ରଖିଥାନ୍ତି ଯାହାର ମୁଖରେ ରଖି କାହାରିକୁବି ନିଜର ବଶବର୍ତ୍ତି କରିପାରନ୍ତି। ଏଣୁ ପ୍ରତ୍ୟେକ ଗଛ କିଛି ଖାସ୍ କାର୍ଯ୍ୟ ପାଇଁ ଚମତ୍କାରି ଗୁଣର ଅଧିକାରୀ ହୋଇଥାଏ।

ପ୍ରଥମ ଉପାୟ: ଯଦି ଜୀବନରେ ଧନର ସମସ୍ୟା ଲାଗି ରହିଥାଏ କିମ୍ବା ବିବାହରେ ସମସ୍ୟା ଲାଗି ରହୁଥାଏ କିମ୍ବା ବିବାହରେ ବିଳମ୍ବ ହେଉଥାଏ ଅବା ବିବାହ ହୋଇ ସାରିଛି କିନ୍ତୁ ସୁଖ ପାଇପାରୁ ନାହାଁନ୍ତି କିମ୍ବା ଅନେକ ପ୍ରକାରର ସମସ୍ୟାମାନ ଦେଖା ହେଉଛି କୌଣସି ସୁଖ ମିଳିପାରି ନାହିଁ ତେବେ ସେହିସବୁ ସମସ୍ୟା ପାଇଁ କେବଳ କଦଳୀ ଗଛର ଚେରକୁ ଧାରଣ କରିବାର ଅଛି। କେବଳ ଏତିକି କରିବାର ଅଛି କି କୌଣସି ଗୁରୁବାର ଦିନ କଦଳୀ ଗଛର ଚେରକୁ କାଟିକି ନିଜର ହାତରେ ଧାରଣ କରିବାର ଅଛି। କେବଳ ୧୧ ଦିନ ପର୍ଯ୍ୟନ୍ତ ହଳଦୀ ରଙ୍ଗର କପଡାରେ ବାନ୍ଧିବାର ଅଛି। କେବଳ ଏତିକି କରିବା ଦ୍ବାରା ଗୁରୁଗ୍ରହ ବଳବାନ୍ ହୋଇଥାନ୍ତି ଯିଏକି ଭାଗ୍ୟର ଦେବତା ଅଟନ୍ତି।

ଯଦି ଆପଣଙ୍କୁ ସୌଭାଗ୍ୟର ଆବଶ୍ୟକତା ରହିଥାଏ ଏବଂ ସୁଖ ସମୃଦ୍ଧିର ଆବଶ୍ୟକତା ରହିଥାଏ ତେବେ ଏହି ଚେରକୁ ଆଣି ଧାରଣ କରନ୍ତୁ କିନ୍ତୁ ଏହାକୁ ଆଣିବାର କିଛି ନିୟମମାନ ରହିଛି। ସର୍ବପ୍ରଥମେ ତାହାକୁ ନିମନ୍ତ୍ରଣ କରିବାର ଅଛି ମାନେ ବୁଧବାର ଦିନ ପାଣି ଲୋଟାଏ ଅର୍ପଣ କରନ୍ତୁ ଅକ୍ଷତ ଅର୍ପଣ କରନ୍ତୁ ପ୍ରାର୍ଥନା କରନ୍ତୁ ଏବଂ ତାପର ଦିନ ବା ଗୁରୁବାର ଦିନ ସେହି ଗଛ ମୂଳରେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରନ୍ତୁ ଏବଂ ପରେ ସେହି ଗଛର ଚେରକୁ କାଟି ଆଣନ୍ତୁ ଏବଂ ସେହି ଚେରକୁ ଆଣିବା ପରେ ବିଷ୍ଣୁ ଭଗଵାନଙ୍କ ଚରଣରେ ଅର୍ପଣ କରନ୍ତୁ। ତାହାପରେ ଏକ ହଳଦୀ ରଙ୍ଗର କପଡାରେ ଗୁଡ଼ାଇ ନିଜ ହାତରେ ବାନ୍ଧି ଦିଅନ୍ତୁ ଏବଂ ଏହାକୁ ୧୧ ଦିନ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ। ୧୧ ଦିନ ପରେ ପୁଣି ଥରେ ଏହି ଉପୟାକୁ କରିପାରନ୍ତି। ତେବେ ପୁରୁଣା ଚେରକୁ ପାଣିରେ ବିସର୍ଜନ କରିଦେବେ।

ଦ୍ୱିତୀୟ ଉପାୟ: ଯଦି ଆପଣଙ୍କର ଶତ୍ରୁ ବଢ଼ି ଯାଇଛନ୍ତି ଆପଣଙ୍କୁ ଅଧିକ ହଇରାଣ କରୁଛନ୍ତି। ଅନେକ ଲୋକଙ୍କ ଜୀବନରେ ଏହି ସମସ୍ୟା ରହିଥାଏ ଶତ୍ରୁମାନେ ବଢ଼ିଯାଇ ଥାଆନ୍ତି, ଜୀବନକୁ ନର୍କ କରି ଦେଇଥାନ୍ତି। ଅନେକ ଲୋକ ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥାନ୍ତି। ତେବେ ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ଅରଖ ଗଛର ଚେରକୁ ବ୍ୟବହାର କରନ୍ତୁ। ଅରଖ ଗଛର ଚେରକୁ କାଟିକି ଆଣି ମହାକାଳୀଙ୍କର ପାଦରେ ଅର୍ପଣ କରନ୍ତୁ। ଧୂପ, ଦୀପ, ନୈବେଦ୍ୟ ଏହାକୁ ଅର୍ପଣ କରନ୍ତୁ। ଏହାପରେ ୧୧ ମାଳା ଓମ୍ କ୍ଲିଂ କାଳିକାୟ ନମଃ ଏହି ମନ୍ତ୍ରକୁ ଜପ କରନ୍ତୁ। ଏହାପରେ ଏହି ଚେରକୁ ଆଣି ନିଜ ହାତରେ ବାନ୍ଧି ଦିଅନ୍ତୁ। ଏହାକୁ କୌଣସି କଳା ରଙ୍ଗର କପଡାରେ ଗୁଡ଼ାଇ ବାନ୍ଧିବାର ଅଛି। ଏହାକୁ ହାତରେ ବାନ୍ଧିବା ମାତ୍ରେ ଆପଣଙ୍କ ଶତ୍ରୁ ଥରିବେ ଏବଂ ଯଦି କିଛି ବି କରିବାକୁ ଚେଷ୍ଟା କରୁଥିବେ ତେବେ ତାଙ୍କରି ଖାଲରେ ସେ ନିଜେ ହିଁ ପଡ଼ିଯାଇଥାନ୍ତି। ଏହି ଅରଖ ଗଛର ଚେରକୁ ଅନେକ ପ୍ରକାରର ଚମତ୍କାରି ଗୁଣ ରହିଥାଏ ଯାହାକି ଅଲଗା ଅଲଗା କାର୍ଯ୍ୟରେ ଅଲଗା ଅଲଗା ଫଳ ପ୍ରଦାନ କରିଥାଏ। ଯଦି ଆପଣ ଶତ୍ରୁମାନଙ୍କ ଠାରୁ ମୁକ୍ତି ଚାହୁଁଥାନ୍ତି ଏହି ସରଳ ଉପାୟ କରି ଏହାର ଫାଇଦା ଉଠାଇ ପାରିବେ।

ତୃତୀୟ ଉପାୟ: ଦର୍ଶକ ବନ୍ଧୁ ଯଦି ଆପଣଙ୍କ ଜୀବନରେ କିଛି ନକରାତ୍ମକ ଶକ୍ତିମାନ ହଇରାଣ କରୁଥାନ୍ତି ଭୂତ, ପ୍ରେତ ଆଦିର ସମସ୍ୟା ରହୁଥାଏ ଅବା ମନ ଭିତରେ ସର୍ବଦା ଭୟ ବାସ କରି ରହିଥାଏ, ବଞ୍ଚିବାକୁ ଇଚ୍ଛା ହେଉନଥାଏ କାରଣ ଏହିପରି ସମସ୍ୟାମାନ ଅନେକଙ୍କ ଜୀବନରେ ଘଟିବାକୁ ଲାଗୁଛି ତେବେ ଏହିପରି ଅବସ୍ଥାରେ ଆପଣଙ୍କୁ କେବଳ ଏତିକି କରିବାର ଅଛି କି ତୁଳସୀ ଗଛର ଚେରକୁ ଭଗଵାନ ବିଷ୍ଣୁଙ୍କର ଚରଣରେ ଅର୍ପଣ କରନ୍ତୁ। ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରନ୍ତୁ ପରେ ସେହି ଚେରକୁ ଆଣି ନିଜର ତକିଆ ତଳେ ରଖି ଶୋଇ ଯାଆନ୍ତୁ ଏବଂ ସକାଳେ ଉଠିବା ପରେ ତାହାକୁ ମଥାରେ ମାରି ପୁଣିଥରେ ଭଗଵାନ ବିଷ୍ଣୁଙ୍କର ଚରଣରେ ରଖି ଦିଅନ୍ତୁ। ଏହିପରି ପ୍ରତିଦିନ କରନ୍ତି, ପ୍ରତି ମାସର ପୁରୁଣା ଚେରକୁ କୌଣସି ଏକ ଗଛ ମୂଳରେ ପୋତି ଦିଅନ୍ତୁ ଏବଂ ଏକାଦଶୀ ଦିନ ନୂଆ ଚେରଟିଏ ଆଣି ସେହି ବିଦ୍ଧି ପାଳନ କରନ୍ତୁ କିନ୍ତୁ ସଂପୂର୍ଣ୍ଣ ଗଛକୁ କେବେବି ଓପାଡିବେ ନାହିଁ।