ଚାଣକ୍ୟ ନୀତି; କୁଆର ୫ଟି ଓ କୁକୁଡ଼ାର ୪ଟି କଥା କଥା ଶିଖିଥିବା ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ; ଜାଣନ୍ତୁ ଏହା ସମ୍ପର୍କରେ

ଆଚାର୍ଯ୍ୟ ଚାଣକ୍ୟ ପଟଳୀପୁତ୍ର ର ଜଣେ ପ୍ରମୁଖ ଆଚାର୍ଯ୍ୟ ଅଟନ୍ତି I ସେ ଜଣେ ମହାନ ବିଦ୍ୱାନ ଥିଲେ I ଚାଣକ୍ୟ ନିଜ ର ତିନି ଆଦର୍ଶ କୁ ନେଇ ବେଶ ସୁପରିଚିତ ଅଟନ୍ତି I ସେ ଏତେ ବଡ଼ ସାମ୍ରାଜ୍ୟ ର ମନ୍ତ୍ରୀ ହେଇ ମଧ୍ୟ ନିଜ ର ସାଧାରଣ ଜୀବନ ଅତିବାହିତ କରିବାକୁ ନେଇ ମଧ୍ୟ ବେଶ ଚର୍ଚା ରେ ରହୁଥିଲେ I ତେବେ ଚାଣକ୍ୟ ନୀତି ଏକ ଏପରି ନୀତି ଆଦର୍ଶ ଯାହା ଆଧାର ରେ ଆପଣ ଜୀବନ ଅତିବାହିତ କରିଲେ କେବେ ହେଲେ ଜୀବନ ରେ ଅସଫଳତା ହାସିଲ କରିବେ ନାହିଁ I ଚାଣକ୍ୟ ଙ୍କ ର ନୀତି ଦ୍ୱାରା ଆପଣ ଜୀବନ ରେ ସବୁ ସମସ୍ୟା ର ମଧ୍ୟ ସରଳ ସମାଧାନ କରିପାରିବେ I

ଶ୍ଳୋକ
ପ୍ରତ୍ୟୁତୟନ ଚ ଯୁଧ ଚ ସମ୍ଭିବାଗ ଚ ବନ୍ଧୁସୁ
ସ୍ଵୟମଙ୍କରମୟ ଭୁକ୍ତ ଚ ଶିକ୍ଷ୍ୟେଶଚାରୀ କୁକ୍କୁଟତମ II

ଗୁଧାମେଠୁନଚାରୀତ୍ୱ କାଳେ କାଳେ ଚ ସଦ୍ଗ୍ରହମ
ଅପରମତ୍ଵମାବିଶ୍ୱାସ ପାଞ୍ଚ ଶିକ୍ଷ୍ୟେଚ ଵ୍ୟସ୍ତମ II

ଏକ କୁକୁଡ଼ା ଠାରୁ ଶିଖିବା ଉଚିତ ଏହି 4 ଗୋଟି କଥା
ଚାଣକ୍ୟ କହିଛନ୍ତି କି ଏକ କୁକୁଡ଼ା ଠାରୁ 4 ଗୋଟି ଭଲ କଥା ଶିକ୍ଷ୍ୟା ଲାଭ କରିବା ଉଚିତ I

1.ସଠିକ ସମୟ ରେ ଉଠିଯିବା I
2.ଯୁଧ୍ୟ ପାଁଇ ପ୍ରସ୍ତୁତ ରହିବା I
3.ପରିବାର , ବନ୍ଧୁ ଓ ଜୀବନସାଥୀ ଙ୍କୁ ତାଙ୍କ ର ଅଧିକାର ଦେବା I
4.ନିଜେ ପରିଶ୍ରମ କରି ରୋଜଗାର କରିବା ଉଚିତ I

କାଉ ଠାରୁ 5 ଗୋଟି ଶିକ୍ଷ୍ୟା ଲାଭ
ସେହିପରି ଚାଣକ୍ୟ ନୀତି ଅନୁସାରେ କାଉ ଠାରୁ 5 ଗୋଟି ଶିକ୍ଷ୍ୟା ଲାଭ କରିବା ଉଚିତ I ଏହି ସବୁ ଗୁଣ ଗୁଡିକୁ ଆପଣ ଜୀବନ ରେ ଆପଣେଇ ଜୀବନ ରେ ଅନେକ ସଫଳତା ହାସିଲ କରିପାରିବେ I ଏହି ନୀତି ଆଦର୍ଶ ଦ୍ୱାରା ଆପଣ ଜୀବନ ରେ ଅନେକ ଉର୍ନତି ମଧ୍ୟ କରିବେ I

1.ଲୁଚିକି ନିଜ ର ଶିକାର କରିବା I
2.କୌଣସି ବି ପରିସ୍ଥିତି ରେ ଧାର୍ଯ୍ୟ ଧରି ଚାଲିବା I
3.ଜୀବନ ଅତିବାହିତ କରିବାକୁ ହେଲେ ଖାଦ୍ୟ ସାମଗ୍ରୀ ସଂଗ୍ରହ କରି ରଖିବା I
4.ସର୍ବଦା ସଜାଗ ରହିବା I
5.କାହାରି ଉପରେ ବିଶ୍ୱାସ କରିବା ନାହିଁ I