ଚନ୍ଦ୍ରଗ୍ରହଣ ୨୦୨୦- ଗର୍ଭବତୀ ମହିଳା ମାନେ ରଖନ୍ତୁ ଏହି କଥାର ବିଶେଷ ଧ୍ୟାନ, ନଚେତ ଗ୍ରହଣ ହେଇପାରେ କାଳ …

5 ଜୁନ ଶୁକ୍ରବାର ଅର୍ଥାତ ଆଜି ଚନ୍ଦ୍ର ଗ୍ରହଣ ପ୍ରତିଫଳିତ ହେବାକୁ ଯାଉଛି I ରାତି 11 ଘଟିକା 16 ମିନିଟ ସମୟ ରୁ ରାତି 2 ଘଟିକା 32 ମିନିଟ ସମୟ ପର୍ଯ୍ୟନ୍ତ ଏହା ଚାଲିବ I ଧାର୍ମିକ ମାନ୍ୟତା ଅନୁସାରେ ଚନ୍ଦ୍ର ଗ୍ରହଣ ର ଖରାପ ପ୍ରଭାବ ରହିଥାଏ I ଏପରି ସମୟ ରେ ଗର୍ଭବତୀ ମହିଳା କିଛି କଥା କୁ ବିଶେଷ ଧ୍ୟାନ ଦେବା ଉଚିତ I ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ବିଷୟ ରେ ଗର୍ଭବତୀ ମହିଳା ସତର୍କ ରହିବା ଉଚିତ I

ଗର୍ଭବତୀ ମହିଳା ରଖିବେ ବିଶେଷ ଧ୍ୟାନ
ଧାର୍ମିକ ମାନ୍ୟତା ଅନୁସାରେ ଚନ୍ଦ୍ର ଗ୍ରହଣ ସମୟ ରେ ଗର୍ଭବତୀ ମହିଳା ଙ୍କୁ ବିଶେଷ ଧ୍ୟାନ ରଖିବା କୁ ହେଇଥାଏ I କାରଣ ଗର୍ଭ ରେ ଥିବା ସନ୍ତାନ ଟି ଉପରେ ଏହା ର ଖରାପ ପ୍ରଭାବ ପଡିଥାଏ I

ଗ୍ରହଣ ସମୟ ରେ କଣ କରିବେ ?
ଭଗବାନ ଙ୍କ ର ଧ୍ୟାନ
ଚନ୍ଦ୍ର ଗ୍ରହଣ ସମୟ ରେ ଗର୍ଭବତୀ ମହିଳା ଭଗବାନ ଙ୍କ ର ଧ୍ୟାନ କରିବା ଉଚିତ I ଏହି ସମୟ ରେ ଜପ ଆଦି କାମ କରିବା ଲାଭଦାୟକ ଅଟେ I

ସ୍ନାନ କରନ୍ତୁ I
ଯେତେବେଳେ ଗ୍ରହଣ ଶେଷ ହେଇଯିବ ଗର୍ଭବତୀ ମହିଳା ସ୍ନାନ କରିବା ଉଚିତ I ଗ୍ରହଣ ଚାଲିଥିବା ସମୟ ରେ ସ୍ନାନ କରିବେ ନାହିଁ I ଏବଂ ସ୍ନାନ କରୁଥିବା ପାଣି ରେ କିଛି ଗଙ୍ଗା ପାଣି ମିଶାଇ ଦିଅନ୍ତୁ I

ଘରେ ଗଙ୍ଗା ପାଣି ଛିଂଚିବେ
ଗ୍ରହଣ ଶେଷ ହେବା ପରେ ପୁରା ଘରେ ଗଙ୍ଗା ପାଣି ଛିଂଚିବେ I ଏହା ଦ୍ୱାରା ଘରେ ଥିବା ସବୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ I

ଗ୍ରହଣ ସମୟ ରେ ଘରେ ରହିବେ
ଗର୍ଭବତୀ ମହିଳା ଗ୍ରହଣ ସମୟ ରେ ଘରୁ ବାହାର କୁ ଯିବା ଉଚିତ ହେଇ ନ ଥାଏ I ଏହି ସମୟ ଘରୁ ବାହାର କୁ ଗଲେ ଗର୍ଭ ରେ ଥିବା ସନ୍ତାନ ଟି ଉପରେ ଖରାପ ପ୍ରଭାବ ପଡିଥାଏ I

ନଡ଼ିଆ ରଖନ୍ତୁ I
ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ଲାଗିବ ସମୟ ରେ ଗର୍ଭବତୀ ମହିଳା ନିଜ ପାଖ ରେ ଏକ ନଡ଼ିଆ ରଖନ୍ତୁ I ଏହା ଦ୍ୱାରା ଆପଣ ନକାରାତ୍ମକ ଶକ୍ତି ରୁ ଦୁରେଇ ରହିବେ I

ଭଗବାନ ଙ୍କ ର ସ୍ନାନ
ଗ୍ରହଣ ଶେଷ ହେବା ପରେ ଭଗବାନ ଙ୍କ ର ସ୍ନାନ କରିବା ଆବଶ୍ୟକ ଅଟେ I ଭଗବାନ ଙ୍କୁ ମଧ୍ୟ ଗଙ୍ଗା ପାଣି ରେ ସ୍ନାନ କରାନ୍ତୁ I

ଚନ୍ଦ୍ର ଗ୍ରହଣ ସମୟ ରେ ଏହି କାମ କରିବା ଉଚିତ ନୁହେଁ

କପଡା ସିଲେଇ କରିବା ଉଚିତ ନୁହେଁ
ଚନ୍ଦ୍ର ଗ୍ରହଣ ସମୟ ରେ ଗର୍ଭବତୀ ମହିଳା କପଡା ସିଲେଇ କରିବା ଉଚିତ ନୁହେଁ I

ଚନ୍ଦ୍ରମା କୁ ଦେଖିବେ ନାହିଁ
ଏହି ସମୟ ରେ ଗର୍ଭବତୀ ମହିଳାମାନେ ଚନ୍ଦ୍ରମା କୁ ଦେଖିବା ଅଶୁଭ ହେଇଥାଏ I

ଭଗବାନ ଙ୍କ ର ମୂର୍ତି କୁ ଛଅନ୍ତୁ ନାହିଁ
ଗ୍ରହଣ ଲାଗିବ ସମୟ ରେ ଗର୍ଭବତୀ ମହିଳା ଭଗବାନ ଙ୍କ ର ମୂର୍ତି ଠାରୁ ଦୁରେଇ ରୁହନ୍ତୁ I ଏହି ସମୟ ରେ କୌଣସି ଦେବୀ ଦେବତା ଙ୍କ ର ପ୍ରତିମା କୁ ସ୍ପର୍ଶ କରିବା ଉଚିତ ନୁହେଁ I

ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ I
ଚନ୍ଦ୍ର ଗ୍ରହଣ ସମୟ ରେ ଗର୍ଭବତୀ ମହିଳାମାନେ ଭୋଜନ କରନ୍ତୁ ନାହିଁ I ପାଣି ପିଇବା କୁ ମଧ୍ୟ ଶାସ୍ତ୍ର ରେ ମନା କରାଯାଇଛି I ଯଦି ସ୍ଵାସ୍ତ୍ୟ ଖରାପ ରହିଛି ତେବେ ଗର୍ଭବତୀ ମହିଳା ଫଳ ଓ ପାଣି ସେବନ କରିପାରିବେ I