4 ଦିନ ପ୍ରବଳ ବର୍ଷା ହେବ, ପୁଣି ବନ୍ୟା ପରିସ୍ଥିତି ଦେଖାଯିବ, Wheather Updates ଓଡିଶା ପାଇଁ ବଡ ବିପଦ

ନମସ୍କାର ବନ୍ଧୁଗଣ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରିବା ସହ ଚିଠି ଲେଖି ସତର୍କ କରିଛି SRC। ତେବେ କେଉଁ ଜିଲ୍ଲାମାନଙ୍କୁ ରହିଛି ସତର୍କ ସୂଚନା କଣ ରହିଛି |ପାଣିପାଗ ବିଭାଗର ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ପୁଣି ଏକ ଲଘୁଚାପ ଆସୁଛି ଏହାର ପ୍ରଭାବରେ କଲିଠୁ ଅର୍ଥାତ୍ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସତର୍କ କରିଛନ୍ତି ସ୍ଵତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା। ଏଥିପାଇଁ ରାଜ୍ୟରେ ସବୁ ଜିଲ୍ଲାପାଳ ଓ ମୁନିସପାଲ୍ଟି କର୍ପୋରେସନକୁ SRC ମଧ୍ୟ ଚିଠି ଲେଖିଛନ୍ତି। SRC ଙ୍କ କହିବା ଅନୁସାରେ ୧୦ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ IMD ପୂର୍ବାନୁମାନ କରିଛି।

ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁଁ କେତେକ ଜାଗାରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ତେଣୁ ଏହି ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଇଛି। ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ସଫା କରିବାକୁ ନିର୍ଦ୍ଦେଶ ଦେଇଛି SRC। ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟାର ସମ୍ଭାବନା ରହିଛି। ତେଣୁ ବିପର୍ଜନକ ନଦୀବନ୍ଧ ପ୍ରତି ନଜର ରଖିବାକୁ ବିଭାଗୀୟ ମନ୍ତ୍ରୀଙ୍କୁ SRC ତାଗିଦ୍ କରିଛନ୍ତି। ଡ଼ଙ୍ଗା ଏବଂ ଯନ୍ତ୍ର ସହ ଅଗ୍ନିସମବାହିନୀକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସହରାଞ୍ଚଳ ଓ ତଳିଅଞ୍ଚଳରେ ବର୍ଷାପାଣି ଜମିବାର ସମ୍ଭାବନା ରହିଛି। ତେଣୁ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ନିର୍ଦ୍ଧେଶ ଦେଇଛି SRC। ବନ୍ୟାକଥା ବୁଝିଥିବା ସବୁ ଅଫିସ୍ ୨୪ ଘଣ୍ଟିୟା ଅଫିସ୍ ରୁମରେ ରହିବେ। ଏହି ସମୟ ମଧ୍ୟରେ ସମୁଦ୍ରକୁ ଯିବାକୁ ମତ୍ସଜିବୀମାନଙ୍କୁ ବାରଣ କରାଯାଇଛି। ସେହିଭଳି ଗୁରୁବାର ତଥା ଆଜି ସକାଳ ୮:୩୦ ରୁ ଶୁକ୍ରବାର ସକାଳ ୮:୩୦ ଭିତରେ କେନ୍ଦ୍ରାପଡ଼ା,ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଜୁଳି ଘଡଘଡି ବର୍ଷାର ମଧ୍ୟ ସମ୍ଭାବନା ରହିଛି। ସେହିପରି ୧୧ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ବର୍ଷର ସମ୍ଭାବନା ରହିଛି। ୧୨ ତାରିଖରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳରେ ବର୍ଷାର ଆଶଙ୍କା ରହିଛି। ବର୍ଷା ପାଇଁ
ଫିକା ପଡିପାରେ ସାବିତ୍ରୀବ୍ରତ ଓ ରଜ|