ଉତ୍ତର ପ୍ରଦେଶ ର ଲଖ୍ନୌ ର ସେଟ ଉନ୍ନବ ଜିଲ୍ଲାରୁ ଏକ ଅଜବ ଖବର ଆସିଅଛି | ଯାହା ସୁନୀଲ ପରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ |ବାହାଘର ପରେ ବର ଚାଁଥୁରଟି ରାତିରେ ନିଜ କୋଠରୀକୁ ଗଲା ମାତ୍ରେ ତାଙ୍କ ସହ କିଛି ଏପରି ଘଟଣା ଘଟିଥିଲା ଯାହା ସେ ଜୀବନରେ କେବେବି ଚିନ୍ତା କରିନଥିବେ | ପାଖାପାଖି ଏକ ସପ୍ତାହ ପୂର୍ବରୁ ଉନ୍ନବ ଜିଲ୍ଲାର ସଫିପୁର କୋଟୱାଲି ଅଂଚଳର ଜଣେ ଯୁବକ ବରଯାତ୍ରୀ ନେଇ ଫୋତେପୁର ଚୌରାସି ଥାନା ଅନ୍ତର୍ଗତ ଏକ ଗାଁକୁ ଯାଇଥିଲେ | ସେଠାରେ ଧୁମଧାମ ସହକାରେ ବାହାଘର ଅନୁଷ୍ଠିତ ହୋଇଥିଲା | ବର କନ୍ୟା ସହିତ ସାତଘେରା ନେଇ କନ୍ୟା ମଥାରେ ସିନ୍ଦୁର ଦେଇଥିଲେ |ଏହା ପରେ କନ୍ୟାକୁ ସାଥିରେ ନେଇ ନିଜ ଘରକୁ ଫେରି ଆସିଥିଲା |
ଏଠାରେ ମଧ୍ୟ କନ୍ୟା କୁ ବନ୍ଦାପନା କରି ସ୍ୱାଗତ କରାଗଲା | ସମସ୍ତ ପ୍ରକାର ବିଧି ସମାପନ ହେଲା |ଏହାପରେ ବରକୁ ଚତୁର୍ଥୀ ପାଇଁ କୋଠରୀ କୁ ପଠାଗଲା | ବର କନ୍ୟା ନିକଟକୁ ଗଲାପରେ ଜାଣିବାକୁ ପାଇଲେ ଯେ ସେ ଜଣେ କିନ୍ନରଙ୍କୁ ବିବାହ କରିଛନ୍ତି |ଏହା ଜାଣିବାପରେ ତାଙ୍କ ପାଦତଳୁ ମାଟି ଖସିଯାଇଥିଲା | ଏହାପରେ ସେ ବେହସ ହୋଇ ପଡିଯାଇଥିଲେ | ତାଙ୍କୁ ସକାଳେ ହୋସ ଆସିବା ପରେ ସେ ପୋଲିସ ପାଖକୁ ଯାଇ ଏସମ୍ପର୍କରେ ଅଭିଯୋଗ କରିଥିଲେ |
କନ୍ୟାର ମେଡିକାଲ ଟେଷ୍ଟ କଲାପରେ ସେ ଜଣେ କିନ୍ନର ବୋଲି ଜଣାପଡିଥିଲା | ଏହାପରେ କନ୍ୟାର ଘର ଲୋକ ଘଟଣାସ୍ଥଳ କୁ ଆସିବା ପରେ ବର ଘର ଲୋକଙ୍କ ସହ କଥା ହେବ ପରେ କନ୍ୟା କୁ ନେଇ ଚାଲିଯାଇଥିଲେ | ଅନ୍ୟପଟେ ବର, କନ୍ୟା ଘର ଲୋକଙ୍କ ବିରୁଦ୍ଧରେ ଠକାମିର ଅଭିଯୋଗ କରିବାକୁ ଏକ ପ୍ରାଥନା ପତ୍ର ଦାଖଲ କରିଛନନ୍ତି |