ବାହାଘର ପରେ ସ୍ୱାମୀ ସ୍ତ୍ରୀଂକ ବିରୋଧରେ ଅଭିଯୋଗ କରିବା ସହିତ ତାଙ୍କ ସହ ରହିବାକୁ ମଧ୍ୟ ମନ କରିଦେଇଛନ୍ତି | ଘଟଣାର ସତ୍ୟତା ସାମ୍ନା କୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି |ପାଟଣା ର ମେନାର ଅଂଚଳରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ କିନ୍ନର କହି ତାଙ୍କ ସହ ରହିବାକୁ ମନା କରିଦେଇଛନ୍ତି | ମାମଲା ଯାଇ ମହିଳା ଥାନାରେ ପହଂଚିବା ପରେ ମହିଳାଙ୍କ ମେଡିକାଲ ଟେଷ୍ଟ କରାଯାଇଥିଲା | ଏହା ପରେ ଜଣାପଡିଥିଲା ଯେ, ଯୁବକ ଜଣକ ମହିଳାଙ୍କ ବିରୋଧ ମିଥ୍ୟା ଅଭିଯୋଗ କରିଛନ୍ତି |
ମହିଳା ଜଣକ ବାସ୍ତବରେ ସମ୍ପୂର୍ଣ୍ଣ ଠିକ ଅଛନ୍ତି କିନ୍ତୁ ସେ ମାଆ ହେଇପାରିବେ ନାହିଁ | ବାହାଘର ପୂର୍ବରୁ ମହିଳା ଜଣକ ଏସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣେଇ ଦେଇଥିଲେ | ମହିଳାଙ୍କ ରିପୋର୍ଟ ଆସିବା ପରେ ସ୍ୱାମୀ ମହିଳା ଥାନାରେ ଲିଖିତ ଭାବେ କ୍ଷମା ମାଗିଥିଲେ ଏବଂ ନିଜ ସ୍ତ୍ରୀଙ୍କୁ ସାଥିରେ ନେଇ ଯାଇଥିଲେ | ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ଗୋପାଳନ କରନ୍ତି | ତାଙ୍କର ପୂର୍ବ ପତ୍ନୀଙ୍କର ମୃତ୍ୟୁ ପରେ ସେ ତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ | ସେ ମାଆ ହେଇ ପାରିବେନାହିଁ ଏବଂ ତାଙ୍କ ପୂର୍ବ ପତ୍ନୀଙ୍କ ଠାରୁ ଥିବା ପିଲା କୁ ଲାଳନ ପାଳନ କରିବେ ବୋଲି ମହିଳାଜଣକ ବିବାହ ପୂର୍ବରୁ ତାଙ୍କ ସ୍ୱାମୀଙ୍କୁ କହିଦେଇଥିଲେ |
ଏହାପରେ ତାଙ୍କ ଶଶୁର ଘର ଲୋକ ତାଙ୍କୁ ଅନେକ ଥର ବିତାଡିତ କରିବା ପାଇଁ ଚେଷ୍ଟା କରୁଥିଲେ | ବିବାହର କିଛି ଦିନ ପରେ ହିଁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛାଡି ଅନ୍ୟତ୍ର ରହୁଥିଲେ ଏବଂ ନିଜ ସ୍ତ୍ରୀଙ୍କୁ କିନ୍ନର ବୋଲି କହୁଥିଲେ |