ଆଜିର ରାଶିଫଳ; 05 ସେପ୍ଟେମ୍ବର 2020 ଶନିବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ନିଜର ବନ୍ଧୁମାନଙ୍କ କଥା ନଶୁଣି ,ନିଜର ହୃଦୟ କଥା ଶୁଣନ୍ତୁ ।ଆପଣଙ୍କ ଅନ୍ତରର ବାଣି ହିଁ ଆପଣଙ୍କୁ ନୂତନ ଦିଗଦର୍ଶନ ଦେବ ।ଆପଣ ନିଜେ ହିଁ ନିଜକୁ ଆଗେଇ ନେବାରେ ସାହାୟକ ହୋଇଛନ୍ତି ଏବଂ ଏବେ ଆପଣଙ୍କୁ ସଠିକ୍ ନିର୍ଣ୍ଣୟ ନେବା ଉଚ଼ିତ୍ ।

ବୃଷ

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ ।

ମିଥୁନ

ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ । ଆପଣ ନିଜ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରନ୍ତୁ କିନ୍ତୁ ଧୀର ମସ୍ତିଷ୍କରେ ଯୋଜନା କରନ୍ତୁ । ଶେଷରେ ଦେଖିବେ ଆପଣ ସମସ୍ତ କାର୍ଯ୍ୟ ସୁରୁଖୁରରେ କରିପାରିବେ ।

କର୍କଟ

ଆଜି ଆପଣ ମାନସିକ ଶାନ୍ତିରୁ ବଞ୍ଚିତ ରହିବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଭାଗନେଲେ ବହୁତ ଉତ୍ତମ । ପରିବାର ସଦସ୍ୟ କିମ୍ବା ସାଥିମାନଙ୍କ ସହ ବାହାରେ ଭ୍ରମଣ କରନ୍ତୁ ।

ସିଂହ

ଆଜି ଆପଣଙ୍କ ଆତ୍ମବିଶ୍ୱାସ ଖୁବ୍ ଉଚ୍ଚରେ ରହିବ । ଆପଣଙ୍କର ଖୁବ୍ କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସାଭାଜନ ହୋଇଛନ୍ତି । ଏହି ପ୍ରକାର କାର୍ଯ୍ୟ ଦକ୍ଷତାକୁ ଚ଼ିନ୍ତା କରି ଆପଣ ସମାଧାନ କରିପାରିନଥିବା ସମସ୍ୟାର ସମାଧାନ ପନ୍ଥା ବାହାର କରନ୍ତୁ ।

କନ୍ୟା

ଆପଣଙ୍କ ସୁଖ ସଂବଳ ଆପଣଙ୍କୁ ବହୁତ ସାହାଯ୍ୟ କରିବ । ଆପଣ ଯାହା କିଛି ଆଜି କରନ୍ତୁ ନା କାହିଁକି ଆପଣଙ୍କ ଅନ୍ତରଆତ୍ମା ଇଚ୍ଛାନୁଯାଇ କାମକରନ୍ତୁ । ଆପଣ କୌଣସି ବିପଦକୁ ଡ଼ରିବେ ନାହିଁ ।

ତୁଳା

ଆପଣଙ୍କ ମନ ଆଜି ଖୁସି ରହିବ । ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।ଏହା ଆପଣଙ୍କୁ କାର୍ଯ୍ୟ ସମ୍ପାଦନରେ ଏକ ସକାରାତ୍ମକ ମନଭାବ ସୃଷ୍ଟି କରିବ । ଏହି ପ୍ରକାର ମନଭାବ ନେଇ ଆଗେଇ ଚାଲନ୍ତୁ ଓ ବାକି ରହିଥିବା କାମଗୁଡିକ ଶେଷ କରନ୍ତୁ ।

ବିଛା

ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ ।

ଧନୁ

ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।

ମକର

ଆଜି ଆପଣ ନିଜର ଅତିତକଥା ମନେ ପକାଇ ଖୁସି ରହିବେ । ସପ୍ତାହଶେଷରେ ବନ୍ଧୁ ଏବଂ ସମ୍ପର୍କିୟଙ୍କୁ ଭେଟିବାକୁ ଇଛା କରିବେ । ଏହା ଆପଣଙ୍କୁ ବିଗତ ଦିନର ସ୍ମୃତି ଚାରଣ କରିବାରେ ସାହାଯ୍ୟ କରିବ ।

କୁମ୍ଭ

ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।

ମୀନ

ଅନ୍ୟମାନଙ୍କର ଅଭିଯୋଗ ସମାଲୋଚନାକୁ ଖାତିର ନ କରି ଦିନ କଟାଇବେ ଏବଂ ଅନ୍ୟମାନଙ୍କ ସମାଲୋଚନା ଦ୍ୱାରା ନିଜେ ପ୍ରଭାବିତ ହେବେ ନାହିଁ । ପରିଶେଷରେ ଅନ୍ୟମାନେ ଆପଣଙ୍କୁ ଗ୍ରହଣ କରିବେ ।