ମେଷ
ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ ।
ବୃଷ
ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ ।
ମିଥୁନ
ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧା ଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚ଼ତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚ଼ିତ୍ ।
କର୍କଟ
ଆଜି ଆପଣଙ୍କ ଜୀବନରେ ଭ୍ରମ ସୃଷ୍ଟି ହୋଇପାରେ, ସାବଧାନ ରୁହନ୍ତୁ । ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ ଯେଉଁ ଥିରେ କି ଆପଣ ଆପଣଙ୍କର ସାଙ୍ଗ ମାନଙ୍କୁ କିଛି ଭୂଲ କଥା ନ କୁହନ୍ତୁ ।
ସିଂହ
ଆଜି ଆପଣ ଏମିତିହିଁ ଗପିବା ସମୟରେ ନିଜର ଶବ୍ଦଗୁଡ଼ିକୁ ବୁଝି ବିଚ଼ାରକରି କହିବେ । ଆପଣ କାହାକୁ କ`ଣ କହୁଛନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଶବ୍ଦଗୁଡ଼ିକୁ ବୁଲେଇ ଆପଣଙ୍କ ବିରୋଧରେ ବ୍ୟବହାର କରାଯାଇପାରେ ।
କନ୍ୟା
ଆଜି ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ । ଖାସ କରି ସେହି କାର୍ଯ୍ୟଗୁଡ଼ିକ ଯାହାକୁ ପୁରଣ କରିବା ପାଇଁ ଉଚ୍ଚ ଅଧିକାରୀ ମାନଙ୍କର ସ୍ୱୀକୃତୀ ଦରକାର ଥିଲା ।
ତୁଳା
ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘରେ କିଛି ଚ଼ିନ୍ତା ଅନୁଭବ ହୋଇପାରେ । ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି ,ଯାହାର ପ୍ରଭାବ ଆପଣଙ୍କର ମୁଡ଼୍ ଉପରେ ମଧ୍ୟ ପଡ଼ିପାରେ ।
ବିଛା
ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ଧନୁ
ଆଜି ଆପଣ ନିଜର ପରିଚ଼ିତ ବ୍ୟକ୍ତିମାନଙ୍କ ଜରିଆରେ ବ୍ୟବସାୟିକ ଏବଂ ସାମାଜିକ ଜୀବନରେ ମଫଳତା ପାଇବେ । ଏହି ସମ୍ପର୍କକୁ ବଜାଏ ରଖିବେ, କାରଣ ଏଥିରୁ ହିଁ ଆପଣଙ୍କର ଜୀବନରେ ବହୁତ ଗୁଡ଼ିଏ ପରିବର୍ତ୍ତନ ଆସିବ ।
ମକର
ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।
କୁମ୍ଭ
ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ । କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।
ମୀନ
ଆଜି ଆପଣ ଆତ୍ମଜ୍ଞାନ ଆଧ୍ୟାତ୍ମିକ ଦିଗରେ ନିଜର ପ୍ରକୃତ ରୂପକୁ ଚିହ୍ନନ୍ତୁ ଓ ଆଧ୍ୟାତ୍ମିକଜ୍ଞାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ମାର୍ଗରେ ଗତି କଲେ ଆଜି ଆପଣଙ୍କୁ ବହୁତ ଲାଭ ହେବ ଓ ଶାନ୍ତି ମଧ୍ୟ ମିଳିବ ।