ଆଜିର ରାଶିଫଳ; ୧୩ ନଭେମ୍ବର ବୁଧୁବାର; କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ଗୋଟିଏ ଭଲ ବିଷୟ ପ୍ରତି ଆପଣଙ୍କର ଅଧିକ ରୁଚ଼ି ବଢ଼ିବ । ଏହି ପ୍ରକାର ଅଲଗା ଅଲଗା ବିଷୟରେ ନିଜର ଜ୍ଞାନ ବଢ଼ାଇବା ଦ୍ୱାରା ଆପଣଙ୍କୁ ଲାଭ ହେବ

ବୃଷ

ନିଜର ପରିବାର ବର୍ଗଙ୍କୁ ସାହାଯ୍ୟ କରନ୍ତୁ କାରଣ ଯେବେ ଆପଣଙ୍କୁ ତାଙ୍କର ଦରକାର ପଡିବ ସେମାନେ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥିବେ । ମିଥୁନ

ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ ।

କର୍କଚ

ଆଜି ଆପଣଙ୍କୁ ଆପଣଙ୍କ ଯୋଗ୍ୟତାର ବିକାଶ କରିବାର ସୁଯୋଗ ମିଳିପାରେ । ଏହି ସୁଯୋଗର ଆପଣ ପୂରା ଲାଭ ଉଠାନ୍ତୁ ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ ।

ସିଂହ

ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ ।ଏହା ଠାରୁ ଭଲ ରାସ୍ତା ଆପଣଙ୍କ ପାଖରେ ନାହିଁ ।

କନ୍ଯା

ଆଜି ଆପଣ ନିଜ ଘରର ସାଜସଜ୍ଜାକୁ ଗୋଟିଏ ନୂଆରୂପ ଦେବାକୁ ଚ଼ାହିଁବେ । ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ, ଘରେ କରାଯାଇଥିବା ଏହି ପରିବର୍ତ୍ତନ ଆପଣଙ୍କର ନିଜ ଭିତରେ ଥିବା ପରିବର୍ତ୍ତନ କୁ ହିଁ ଦର୍ଶାଇବ ।

ତୁଳା

ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।

ବିଛା

ଆଜି ଆପଣଙ୍କୁ ଏମିତି ଗୋଟିଏ ଜ୍ଞାନ ପ୍ରାପ୍ତି କରିବାର ଅବସର ମିଳିବ ଯେଉଁଥିରେ କି ଆପଣଙ୍କୁ ଲାଭ ହେବ । ଏହି ଜ୍ଞାନ ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ପୁସ୍ତକରୁ ପ୍ରାପ୍ତ ହୋଇପାରେ ।

ଧନୁ

ଆଜି ଆପଣଙ୍କୁ କିଛି ନୂଆ ଶିଖିବାକୁ ମିଳିବ । ଜୀବନରେ ପ୍ରତିକ୍ଷଣରେ ଆମକୁ କିଛି ନୂଆ କଥା ଶିଖିବାକୁ ପଡ଼ିଥାଏ ।ତେଣୁ ସବୁ ପରିସ୍ଥିତିରୁ ଆମେ କିଛି ନା କିଛି ଶିଖିବା ଉଚ଼ିତ୍ । ଏମିତିବି ଆପଣଙ୍କୁ ନୂଆ ଅନୁଭୂତି ଅନୁଭବ କରିବା ବହୁତ ପସନ୍ଦ ।

ମକର

ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ ।

କୁମ୍ଭ

ଏହି କ୍ଷେତ୍ରରେ ଆପଣ ବଢ଼ାଇଥିବା ପାଦ କେବଳ ଆପଣଙ୍କ ମାନସିକ ଯୋଗ୍ୟତା ନୁହେଁ ଆପଣଙ୍କ ବ୍ୟବସାୟିକ ଦିଗରେ ମଧ୍ୟ ବହୁତ ଲାଭଦାୟକ ହେବ । ଆଜି ଆପଣଙ୍କୁ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ବ୍ୟସ୍ତ କରେଇଦେବ ।

ମୀନ

ଆଜିର ଦିନ ନିଜର ପରିଜନ ଏବଂ ପ୍ରିୟଜନ ମାନଙ୍କ ସହିତ ବିତାଇବାର ଶୁଭ ଦିନ ଅଟେ । ଆଜି ଆପଣ ଏମିତି ପ୍ରିୟଜନ ମାନଙ୍କ ସହିତ କଟେଇବେ ଯେଉଁ ମାନଙ୍କ ସହିତ ଆପଣ ବହୁତ ଦିନରୁ ଦେଖାକରି ପାରିନାହାନ୍ତି ।