20 ଜୁଲାଇ ଶୁକ୍ରବାର : କେମିତି କଟିବ ଆଜିର ଦିନ

ମେଷ- ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ ।

ବୃଷ- ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ସୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ ।

ମିଥୁନ- ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।

କର୍କଟ- ଏହି ସମୟରେ ନିଜର ଲୋକମାନଙ୍କ ସହିତ ମଜା କରନ୍ତୁ ,କିନ୍ତୁ ଏହାସହ ନିଜ କାର୍ଯ୍ୟକୁ ମଧ୍ୟ ଠିକ୍ ସମୟରେ ସାରିବା ପାଇଁ ଚ଼େଷ୍ଟା କରନ୍ତୁ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ ।

ସିଂହ- ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।

କନ୍ୟା- ଆଜି ଆପଣଙ୍କୁ ନିଜର ସାଙ୍ଗମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଆବଶ୍ୟକ ଅଟେ । ହୁଏତ ଆପଣଙ୍କ ମଧ୍ୟରେ ଇର୍ଷା ସୃଷ୍ଟି ହେଉଛି ଯାହାକି ଆଗକୁ ଯାଇ କ୍ଷତିକାରକ ହୋଇପାରେ ।

ତୁଳା- ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।

ବିଛା- ଆଜି ମାନସିକ ଶାନ୍ତି ସାରାଦିନ ରହିବ । ଆଜି କୌଣସି କଥାରେ ଆପଣଙ୍କ ଶାନ୍ତି ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ । କିଛି ଲୋକ ଆପଣଙ୍କ କ୍ରୋଧକୁ ବଢ଼େଇପାରନ୍ତି ବା ଆପଣଙ୍କୁ ବିପଥଗାମୀ କରିବାକୁ ଚ଼େଷ୍ଟା କରିପାରନ୍ତି ।

ଧନୁ- ମନେ ଅଛି କି ଆପଣ ନିଜର ଘରର ଆଖପାଖରେ କିଛି ପରିବର୍ତ୍ତନ କରିବା ପାଇଁ ଭାବିଥିଲେ । ଘରେ ସାନ୍ତି ବାତାବରଣ ଅଛିକି ସେଥିପାଇଁ ଆରାମରେ ଯେକୌଣସି ପରିବର୍ତ୍ତନ କରି ପାରିବେ ।

ମକର- ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।

କୁମ୍ଭ- ଆଜି ହଠାତ୍ ଆପଣଙ୍କର କୌଣସି ବନ୍ଧୁ ଫୋନ୍ କିମ୍ବା ଇମେଲ କରିପାରନ୍ତି । ଏହି ବନ୍ଧୁ ବୋଧହୁଏ ଆପଣଙ୍କ ଘରେ କିଛି ଦିନ ରହିବାକୁ ଆସିପାରନ୍ତି । ଆପଣ ତାଙ୍କର ଆତିଥ୍ୟ ଚ଼ର୍ଚ୍ଚା ପାଇଁ ପ୍ରସ୍ତୁତ ହୋଇ ରୁହନ୍ତୁ ।

ମୀନ- ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ବ୍ୟବସାୟ କାର୍ଡ ନେବା ଉଚିତ ହେବ ।