ଆଜିର ରାଶିଫଳ; ୨୨ ଜାନୁଆରୀ ୨୦୨୦ ବୁଧୁବାର ; କେମିତି କଟିବ ଆଜିର ଦିନ

ମେଷ

ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ବୃଷ

ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।|

ମିଥୁନ

ଆଜି ଆପଣଙ୍କର ଦିନ ଶାନ୍ତିରେ କଟିବ । ଦୁନିଆର ଅଶାନ୍ତି ବାତାବରଣ ଆପଣଙ୍କୁ ବ୍ୟସ୍ତ କରିପାରିବ ନାହିଁ । ଆଜି ଆପଣ ନିଜ ମସ୍ତିଷ୍କକୁ କିଛି ସମୟ ବିଶ୍ରାମ ଦେଲେ ଭଲ ହେବ ।|

କର୍କଟ

ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।|

ସିଂହ

ଆଜି ଆପଣଙ୍କୁ ବୋଧହୁଏ ନିଜ ପରିବାର କିମ୍ବା ବ୍ୟବସାୟୀକ କ୍ଷେତ୍ରରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ । ନିଷ୍ପତ୍ତି ନେବାପୂର୍ବରୁ ଭାବିଚ଼ିନ୍ତି ନିଷ୍ପତ୍ତି ନେଲେ ଭଲ ହେବ ।|

କନ୍ୟା

ଆଜି ଆପଣ ପରିବାରର ଲୋକଙ୍କୁ ଏବଂ ବନ୍ଧୁ ମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ପ୍ରଶଂସା କରିବେ । ସେମାନଙ୍କୁ ସେମାନଙ୍କର ସାହାଯ୍ୟ ପାଇଁ ଧନ୍ୟବାଦ ଅବସ୍ୟ ଦିଅନ୍ତୁ । ଏହା ଆପଣଙ୍କର ସମ୍ପର୍କ ଏବଂ ଶରୀର ପାଇଁ ଲାଭଦାୟକ ହେବ ।|

ତୁଳା

ଆଜି ଆପଣ ନିଜର ଉଗ୍ରସଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ, ନ ହେଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଆପଣ ଜୀବନରେ କୌଣସି ଘଟଣାକୁ ନେଇ ଆପଣ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ତଥାପି ନିଜକୁ ଶାନ୍ତ ରଖନ୍ତୁ ।|

ବିଛା

ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ ।|

ଧନୁ

ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ ।|

ମକର

ଆପଣ ଖେଳିବା କିମ୍ବା ଚଳଚ୍ଚିତ୍ର ଦେଖିବାପାଇଁ ଚାହୁଁଥିଲେ ମଧ୍ୟ ଏହା ଆପଣଙ୍କର ପଢିବାର ସମୟ । ଆଜି ଆପଣଙ୍କ ମନ କିଛିଟା ବିଚଳିତ ରହିବ ,ମାତ୍ର ଆପଣ ନକାରାତ୍ମକତାରୁ ଧ୍ୟାନ ହଟାଇ ପଢାରେ ମନ ଦେବା ଉଚିତ ।|

କୁମ୍ଭ

ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ । କିଛି ନୂଆ ଖେଳ ଖେଳିବାକୁ କିମ୍ବା କୌଣସି ନୂତନ କାର୍ଯ୍ୟ କରିବାକୁ ଆପଣଙ୍କର ପ୍ରବଳ ଆଗ୍ରହ ହେବ । ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ ।|

ମୀନ

ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।|