ମେଷ
ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ । ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ ।
ବୃଷ
ଆଜି ଦିନରେ ଆପଣ ଅତି ସାବଧାନରେ ସମସ୍ତ କଥା ଚିନ୍ତା କରିବେ । ଏଭଳି ଅବସ୍ଥାରେ ପହଞ୍ଚିବା ପାଇଁ କେତେ କଠିନ ପରିଶ୍ରମ କରିଛନ୍ତି ତାହା ଚିନ୍ତା କରି ଆନନ୍ଦିତ ହେବେ ଏବଂ ଭବିଷ୍ୟତ ଆପଣଙ୍କ କିପରି ହେବ ତାହା ମଧ୍ୟ ଚିନ୍ତା କରିବେ ।|
ମିଥୁନ
ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।|
କର୍କଟ
ଆପଣ ପରିବାରର କାର୍ଯ୍ୟ କ୍ଷେତ୍ର ଏବଂ ବୈବାହିକ ଜୀବନରେ ସଫଳତାର ସ୍ୱାଦ ଉପଭୋଗ କରିବେ । ଆପଣଙ୍କର ଭବିଷ୍ୟତର ସୁଖ ସ୍ୱାଛନ୍ଦ୍ୟର ଭାବନା । ଆପଣଙ୍କ ଦିନଟି ସୁଖରେ କଟିବ । ଏହା ଅନ୍ୟମାନଙ୍କୁ ପ୍ରଭାବିତ କରିବ ।|
ସିଂହ
ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ ।|
କନ୍ୟା
ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ ।|
ତୁଳା
ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।|
ବିଛା
ଆଜି ଦିନରେ ଆପଣଙ୍କର ମାନସିକ ଦୁଶ୍ଚିନ୍ତା ଅଧିକ ହେଇପାରେ । ପରିବାର ସଦଶ୍ୟ ମାନଙ୍କ ସହ ସମୟ ବିତାଇ ପାରନ୍ତି । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । କିନ୍ତୁ ଏହା ଖୁବ୍ ଶିଘ୍ର ଦୂର ହୋଇଯିବ ।|
ଧନୁ
ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।|
ମକର
ଆପଣଙ୍କର ପ୍ରତି ପଥରେ କୌଣସି ପ୍ରତିବଂଧକ ସୃଷ୍ଟିହୋଇପାରେ । ଆପଣ ଏଥିପାଇଁ କିଛି ପରିମାଣରେ ନିରାଶ ହୋଇ ପାରନ୍ତି । କିନ୍ତୁ ଆପଣ ଏ ପ୍ରତିବଂଧକ ଏଡାଇବା ପାଇଁ କଠିନ ପରିଶ୍ରମ କରି ଆସନ୍ତୁ ।|
କୁମ୍ଭ
ଅଯଥା ଭୟଯୋଗୁଁ ନିଜର ମାନସିକ ଅବସ୍ଥାକୁ ବିବ୍ରତ କରନ୍ତୁ ନାହିଁ । ବିନା କାରଣରେ ଭୟଭୀତ ହୁଅନ୍ତୁ ନାହିଁ । ଦୁଃଶ୍ଚିନ୍ତାକୁ ଆପଣେଇବା ଦରକାର ନାହିଁ, ଯୋଉଁଥିପାଇଁ ଆପଣ ଏତେ ଚିନ୍ତାଗ୍ରସ୍ତ ,ତାହା ଭିତ୍ତିହୀନ ।|
ମୀନ
ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ ।|