ଭାରତୀୟ କ୍ରିକେଟ ଦଳର ନୂଆ ଦରମା ଲିଷ୍ଟର ହେଲା ଘୋଷଣା, କୋହଲିଙ୍କର ବାର୍ଷିକ ଦରମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ BCCI ଭାରତ ରେ ନୂଆ କ୍ରିକେଟ ଦରମା ଲିଷ୍ଟ ଜାରି କରିଛି I ତାମିଲନାଡୁ ସୋସାଇଟି ପଞ୍ଜିକରଣ ଅଧିନିୟମ ଅନୁସାରେ ଏହା ପଂଜିକୃତ ଅଟେ I ଏହା ଡିସେମ୍ବର 1928 ରେ ଆରମ୍ଭ ହେଇଥିଲା I ଏହା ରାଜ୍ୟ କ୍ରିକେଟ ସଙ୍ଘ ର ଏକ ସଙ୍ଘ ଅଟେ I BCCI 2019-2020 ରେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ର ଘୋଷଣା କରିଛି I ଏହି ଲିଷ୍ଟ ରେ ଅନେକ ବଡ଼ ପରିବର୍ତନ ଆସିଛି I

ମହେନ୍ଦ୍ର ସିଂ ଧୋନି , ଦୀନେଶ କାର୍ତିକ , ଖାଲିଲ ଅହମଦ ଓ ଅମ୍ବାତି ରାଇଡ଼ୁ ଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ରୁ ବାହାର କରାଯାଇଛି I

ଗ୍ରେଡ଼ A + ଓ ଗ୍ରେଡ଼ A
ଗ୍ରେଡ଼ A + (ବେତନ 7 କୋଟି ବର୍ଷ କୁ ) – ରୋହିତ ଶର୍ମା , ବିରାଟ , ଯଶପ୍ରୀତ ବୁମରାହ
ଗ୍ରେଡ଼ A (ବେତନ 5 କୋଟି ବର୍ଷ କୁ ) – ରବିଚନ୍ଦ୍ରନ ଅଶ୍ୱିନୀ , ରବୀନ୍ଦ୍ର ଜାଡେଜା , ଭୁବନେଶ୍ୱର , ଚେତ୍ତେଶ୍ୱର ପୂଜାରା , ଅଜୀକ୍ୟ ରାହାଣେ , ଶିଖର ଧାୱନ , ମୋହମ୍ମଦ ସମୀ , କେଏଲ ରାହୁଲ , ଇଶାନ୍ତ ଶର୍ମା , କୁଲଦୀପ ଯାଦବ , ଋଷବ ପଂତ I

ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ରେ କେଏଲ ରାହୁଲ ଙ୍କୁ ପ୍ରମୋସନ ହେଇଚି I ଯାହା ଙ୍କୁ ଗ୍ରେଡ଼ ବି ରୁ ଗ୍ରେଡ଼ ଏ କୁ ପ୍ରମୋସନ କରାଯାଇଛି I

ଗ୍ରେଡ଼ B ଓ ଗ୍ରେଡ଼ C
ଗ୍ରେଡ଼ B (3 କୋଟି ବର୍ଷ କୁ ଦରମା ) – ଉମେଶ ଯାଦବ , ୟୁଜବେନ୍ଦ୍ର ଚହଲ, ହାର୍ଦିକ ପାଣ୍ଡିଆ , ରିଦ୍ଧିମାନ ସାହ ଓ ମୟଙ୍ଗ ଅଗ୍ରୱାଲ
ଗ୍ରେଡ଼ C (1 କୋଟି ବର୍ଷ କୁ ) – ଦୀପକ ଚହାର , ସାରଦୁଲ ଠାକୁର , ଶ୍ରେୟସ ଅୟାର, ୱାସିଂଟନ ସୁନ୍ଦର , କେଦାର ଯାଦବ , ମନୀଷ ପାଣ୍ଡେ , ହନୁମା ବିହାରୀ , ନବଦ୍ୱୀପ ସେନି I

ଏହି ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ ରେ 5 ଜଣ ନୂଆ ଖେଳାଳି ସାମିଲ ହେଇଛନ୍ତି ସେମାନେ ହେଲେ ନବଦ୍ୱୀପ ସେନି , ମୟଙ୍କ ଅଗ୍ରୱାଲ , ଶ୍ରେୟସ ଅୟାର , ୱାସିଂଟନ ସୁନ୍ଦର ଓ ଦୀପକ ଚହାର I