ଯେପରି କି ଆପଣ ଜାଣିଥିବେ ସୋସିଆଲ ମିଡ଼ିଆ ରେ ଆପଣ ଅନେକ ସମୟ ରେ କିଛି ଏପରି ଘଟଣା ଦେଖିଥାନ୍ତି ଯାହା କି ବେଶ ଆଶ୍ଚଯ୍ୟକର ଅଟେ I ଆଜି ର ଏହି ଘଟଣା ରେ ଜଣେ ଦମ୍ପତି ନିଜ ର ସବୁ ସମ୍ପତି ଏକ ମାଙ୍କଡ଼ ନାମ ରେ କରି ଦେଇଛନ୍ତି I
ଏହି ଘଟଣା ଟି ଉତ୍ତର ପ୍ରଦେଶ ର ରାୟବରେଲି ଜିଲ୍ଲା ର ଅଟେ I ଏଠାରେ ରହୁଥିବା ଜଣେ ମହିଳା ନିଜ ର ସବୁ ସମ୍ପତି ଏକ ମାଙ୍କଡ଼ ନାମ ରେ କରିଛନ୍ତି I ଏହି ମହିଳା ଯେଉଁ ମାଙ୍କଡ଼ ନାମ ରେ ନିଜ ର ସବୁ ସମ୍ପତି ଦାନ କରିଛନ୍ତି ସେହି ମାଙ୍କଡ଼ ର ନାମ ଚୁନମୁନ ଅଟେ I ଅନେକ ଦିନ ହେବ ଚୁନମୁନ ର ମୃତ୍ୟୁ ହେଇଯାଇଛି I ବିଗତ ବର୍ଷ ହିଁ ଚୁନମୁନ ର ମୃତ୍ୟୁ ହେଇଚି I ଚୁନମୁନ ନାମ ରେ ସେ ଏକ ସଂସ୍ଥା କରି ଏହି ସଂସ୍ଥା କୁ ମହିଳା ନିଜ ର ସବୁ ସମ୍ପତି ଦାନ କରିଛନ୍ତି I ଚୁନମୁନ ଙ୍କ ର ଏକ ମନ୍ଦିର ମଧ୍ୟ ନିର୍ମାଣ ହେଇଚି I ଏବଂ ମନ୍ଦିର ରେ ମଙ୍ଗଳବାର କୁ ରାମ ଲକ୍ଷ୍ମଣ ଓ ସୀତା ଙ୍କ ସହ ଏହି ମାଙ୍କଡ଼ ର ପ୍ରତିମା ମଧ୍ୟ ପ୍ରତିଷ୍ଠା କରାଯାଇଛି I
ସୂଚନା ଅନୁସାରେ ଏହି ଚୁନମୁନ ନାମ ମାଙ୍କଡ଼ କାରଣ ରୁ ଏହି ମହିଳା ଙ୍କ ର ଜୀବନ ରେ ଅନେକ ଖୁସି ର ଆଗମନ ହେଇଥିଲା I ଏହି କାରଣ ରୁ ମାଙ୍କଡ଼ ର ମୃତ୍ୟୁ ପରେ ମହିଳା ତାଙ୍କ ର ସବୁ ସମ୍ପତି ମାଙ୍କଡ଼ ନାମ ରେ କରି ଦେଇଛନ୍ତି I ଶକ୍ତିନଗର ନିବାସୀ କବଯତି ସବିସ୍ତା ଙ୍କ କହିବା ଅନୁସାରେ ଚୁନମୁନ ତାଙ୍କ ଜୀବନ ରେ ଆସିବା ପରେ ତାଙ୍କ ଜୀବନ ରେ ଅନେକ ବଡ଼ ପରିବର୍ତନ ଆସିଛି I ଏହିପରିବାର ପାଁଇ ଚୁନମୁନ ବହୁତ ଭାଗ୍ୟଶାଲୀ ହେଇଥିଲେ I ଏବଂ ମହିଳା ଙ୍କ ଉପରେ ଥିବା ଅନେକ କରଜ ମଧ୍ୟ ସେ ଶୁଝିବା ରେ ସଫଳ ହେଇଥିଲେ I
1998 ରେ କବିୟତ୍ରୀ ଙ୍କ ର ପ୍ରେମ ବିବାହ ବ୍ରୁଜେସ ଶ୍ରୀବାସ୍ତବ ଙ୍କ ସହ ହେଇଥିଲା I ତାଙ୍କ ର କିନ୍ତୁ କେହି ସନ୍ତାନ ନ ଥିଲେ I ଏବଂ 1 ଜାନୁୟାରୀ 2005 ମସିହା ରେ ଚୁନମୁନ ଏହି ପରିବାର କୁ କୁନି ଅତିଥି ହେଇ ଆସିଥିଲେ I ଯେତେବେଳେ ଚୁନମୁନ ଙ୍କ ର ବୟସ 3 ମାସ ଥିଲା ସେହି ସମୟ ରେ ହିଁ ସେ ଏହି ଘର କୁ ଆସିଥିଲେ I ଏବଂ ଏହି ଚୁନମୁନ ଘର କୁ ଆସିବା ପରେ ତାଙ୍କ ପରିବାର ର ଆର୍ଥିକ ସ୍ତିତି ଭଲ ହେଇଥିଲା I
ଏହି ଦମ୍ପତି ଙ୍କ ର କେହି ସନ୍ତାନ ନ ଥିବା କାରଣ ରୁ ସେ ଚୁନମୁନ କୁ ନିଜ ପୁଅ ପରି ପାଳିଥିଲେ I ଚୁନମୁନ ଙ୍କ ର ବିଶେଷ ରୁମ ଥିଲା ଓ ସେଠାରେ ରୁମ ହିଟର ସହ ଏୟାରକଣ୍ଡିସନ ମଧ୍ୟ ସୁବିଧା ରହିଥିଲା I 2010 ରେ ସହର ନିକଟ ରେ ଛଜଳପୁର ନିବାସୀ ର ଜଣେ ବ୍ୟକ୍ତି ତାଙ୍କ ର ରଖିଥିବା ଏକ ସ୍ତ୍ରୀ ଲିଙ୍ଗ ମାଙ୍କଡ଼ ସହ ଚୁନମୁନ ଙ୍କର ବିବାହ କରିଥିଲେ I ଏହାର କିଛି ଦିନ ପରେ ଚୁନମୁନ ର ମୃତ୍ୟୁ ହେଇଥିଲା I ଚୁନମୁନ ର ମୃତ୍ୟୁ ପରେ ଏହି ମହିଳା ଚୁନମୁନ ନାମ ରେ ଏକ ସଂସ୍ଥା କରିଥିଲେ ଓ ନିଜ ର ସବୁ ସମ୍ପତି ଏହି ସଂସ୍ଥା କୁ ଦାନ କରିଥିଲେ I
ଦମ୍ପତି ଜଣଙ୍କ ନିଜର ସବୁ ସମ୍ପତି କରିଦେଲେ ମାଙ୍କଡ଼ ନା ରେ, ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ଆପଣ ବି କହିବେ ବାଃ ବାଃ ରେ
