10th Board Exam ରାତି ର ଘଟଣା- ଏମିତି ଘଟିଲା କିଛି ସବୁ ଶୁଣିକି ଆଶ୍ଚର୍ଯ୍ୟ, ଛୋଟ ପିଲା ଦୁରେଇ ରୁହନ୍ତୁ

ଏହି ଘଟଣାଟି ହେଉଛି ୧୯୯୪ ମସିହାର ସେଦିନ ବୋର୍ଡ ପରୀକ୍ଷାର ଶେଷ ଦିନ ଥାଏ ସମୟ ରାତି ପାଖାପାଖି ୮:୦୦। ମନୋଜ ତା ସାଙ୍ଗ ରବି ଠାରୁ ବିଦାୟ ନେଇ ଗାଁକୁ ଯିବାପାଇଁ ବାହାରିଲା। ରବି ରାତିରେ ଏକୁଟିଆ ନଯିବା ପାଇଁ ଯେତେ ବୁଝାଇଥିଲେ ମଧ୍ୟ ମନୋଜ ମାନି ନଥିଲା। ନିଜ କିଣିଥିବା ସାଇକେଲରେ ମାତ୍ର ୧ ରୁ ୨ ଘଣ୍ଟା ଲାଗିବ ବୋଲି ରବିକୁ ବୁଝାଇଥିଲା ମନୋଜ। ଆଜି ଯେମିତି ହେଲେ ବି ଗାଁକୁ ଯିବାକୁ ହେବ କାରଣ ଆଜି ତାର ଦଶମ ବୋର୍ଡ ପରୀକ୍ଷା ସରିଛି। ବାପା ମା ତେଣେ ଗାଁରେ ଚାହିଁ ବସିଥିବେ ପୁଅର ପରୀକ୍ଷାରେ କେମିତି ହୋଇଛି ଜାଣିବା ପାଇଁ। ମନୋଜର ବାପା ମା ବଡ଼ କଷ୍ଟରେ ପଇସା ଯୋଗାଡ କରି ତାକୁ ପାଠ ପଢାଇଥିଲେ। ଟିଉସନ୍ ଯିବାରେ ଅସୁବିଧା ହେବାରୁ ମନୋଜର ମା ତାର କାନଫୁଲ ବନ୍ଧା ପକାଇ ସାଇକେଲ ଟିଏ ତା ପାଇଁ କିଣି ଦେଇଥିଲେ।

ମନୋଜ ମଧ୍ୟ ବୋହୁତ ପରିଶ୍ରମ କରିଥିଲେ ପରୀକ୍ଷା ପାଇଁ। ତେଣୁ ଆଜି ଘରେ ପହଞ୍ଚି ଖୁସୀ ଖବର ଜଣେଇ ଦେବି ବାପା ମାଙ୍କୁ କି ପରୀକ୍ଷା ବୋହୁତ ଭଲ ହୋଇଛି। ପରୀକ୍ଷା ଭଲରେ ସରିଥିବାରୁ ଆଜି ରବି ସହିତ ଟିକେ ବୁଲାବୁଲି କରିବାରୁ ଡେରି ହୋଇଯାଇଥିଲା ମନୋଜକୁ। ଆଉ ଡେରି ନକରି ଜୋର୍ ରେ ପେଡେଲ୍ ମାରି ଗାଁକୁ ମାଡି ଚାଲିଲା ମନୋଜ। ସେ ସମୟରେ ଆଜିକା ପରି ପରୀକ୍ଷା ସେଣ୍ଟର୍ ଏତେ ପାଖରେ ପଡୁ ନଥିଲା ପ୍ରାୟ ୨୦/୨୫ କିଲୋମିଟର ଦୂରରେ ସେଣ୍ଟର୍ ପଡୁଥିଲା। ପ୍ରାୟ ୧୫ ଦିନ ହେଲାଣି ସେ ରବି ଘରେ ପରୀକ୍ଷା ଦେବା ପାଇଁ ରହିଥିଲା କାରଣ ପରୀକ୍ଷା ସେଣ୍ଟର୍ ପାଖ ଗାଁରେ ରବିର ଘର ଥିଲା। ଦୁହେଁ ସାଙ୍ଗ ହୋଇ ଦଶମ ପରୀକ୍ଷା ଦେଉଥିଲେ।

ମନୋଜ ପ୍ରାୟ ଅଧା ରାସ୍ତା ଅତିକ୍ରମ କଲା ପରେ ତା ସାମ୍ନାରେ ଏକ ତୋଟା ରାସ୍ତା ଆସିଲା। ଏପଟେ ନବମ ଏବଂ ଦଶମ ଦୁଇ ବର୍ଷର ବହି କେରୀୟଲରେ ବନ୍ଧା ହୋଇଥାଏ କାରଣ ସେତେବେଳେ ୨ ବର୍ଷର ବହି ପଢ଼ି ଦଶମ ବୋର୍ଡ ପରୀକ୍ଷା ଦେବାକୁ ପଡୁଥିଲା। ମନରେ ସାହସ ସଞ୍ଚୟ କରି ଟର୍ଚ୍ଚକୁ ଭଲ ଭାବରେ ଧରି ମନୋଜ ଆଗକୁ ବଢ଼ିଲା। ଧୀରେ ଧୀରେ ରାସ୍ତାଟି ନିଛାଟିଆ ହେବାକୁ ଲାଗିଲା। କେହି ହେଲେ ସେପଟେ ଯିବାର ଦେଖା ଯାଉନଥିଲେ। ଚାରିଆଡ଼େ କିଟ୍ କିଟ୍ ଅନ୍ଧାର। ନିଜ ସାଇକଲକୁ ଜୋର୍ ଜୋର୍ ଚଳାଇ ନିଜ ଘରେ ଜଲ୍ଦୀ ପହଞ୍ଚିବା ପାଇଁ ଚେଷ୍ଟା କରୁଥିବା ସମୟରେ ମନୋଜ ତୋଟା ମଝି ରାସ୍ତାରେ ସାଇକଲରୁ ପଡ଼ି ଯାଇଥିଲା।

ମନୋଜକୁ ଏମିତି ଲାଗିଲା ଯେମିତି କେହି ଜଣେ ତାକୁ ପଛରୁ ଧକ୍କା ଦେଇ ଦେଲା। ସେ ପଛକୁ ଚାହିଁଲା କିନ୍ତୁ ସେଠାରେ କେହିବି ନଥିଲେ ମନୋଜ ଆଉ ବେଶୀ ନଭାବି ସାଇକେଲ ଟିକୁ ଉଠାଇଲା ଏବଂ ଘରକୁ ଯିବା ପାଇଁ ବାହାରି ପଡ଼ିଲା। ପାଖାପାଖି ୫୦ ମିଟର ଦୂର ଗଲା ପରେ ମନୋଜର ସାଇକେଲ ଚେନ୍ ଖସି ଯାଇଥିଲା ସେ ସାଇକେଲରୁ ଜୋର୍ ରେ ପଡ଼ି ଯାଇଥିଲା ତା ହାତରେ ଗଭୀର କ୍ଷତ ହୋଇଗଲା। ତାହା ସହ ଆଗରୁ ଏମିତି କେବେବି ଘଟି ନଥିଲା ସେ କିଛି ବୁଝି ପାରିଲା ନାହିଁ ନିଜ ସାଇକଲକୁ ଉଠାଇ ଚେନ୍ କୁ ଠିକ୍ କରିବାକୁ ଲାଗିଲା। ହଠାତ୍ ମନୋଜ ପାଖରେ ଏକ ଗଛ ଉପରେ କେହି ଜଣେ ବସିଥିବାର ଅନୁଭବ କଲା। ଜହ୍ନ ଆଲୋକରେ ସେ ଏତେ ସ୍ପଷ୍ଟ ଦେଖିପାରୁ ନଥିଲା। ମନୋଜ ଦେଖିବା ମାତ୍ରେ ହିଁ ସେହି ବ୍ୟକ୍ତି ଜଣକ ବିକଟାଳ ଶବ୍ଦ କରି ଗଛରୁ ତଳକୁ ଡେଇଁ ପଡିଲା।

ମନୋଜ ଭୟଭୀତ ହୋଇଗଲା ସେ ଦେଖିଲା କି ସେହି ବ୍ୟକ୍ତିଙ୍କର ଗୋଡ ନଥିଲା ଏବଂ ସେ ଶୂନ୍ୟରେ ଉଡ଼ି ଉଡ଼ି ମନୋଜ ପାଖକୁ ଆସୁଥିଲା। ମନୋଜ ଜାଣି ଗଲା କି ଏ କୌଣସି ବ୍ୟକ୍ତି ନୁହେଁ। ଏହା ଏକ ପ୍ରେତ ଆତ୍ମା। ମନୋଜ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ିବାକୁ ଲାଗିଲା, ସେ ସେହି ପ୍ରେତାତ୍ମା ଠାରୁ ଯେତେ ଦୂରକୁ ଯିବାକୁ ଚେଷ୍ଟା କରୁଥିଲା ସେହି ପ୍ରେତାତ୍ମା ତାର ପିଛା ଛାଡ଼ୁ ନଥିଲା। ମନୋଜ ସେତେ ବେଳକୁ ଲୋହୁ ଲୁହାଣ ହୋଇ ପଡ଼ିଥିଲା ଏବଂ ସେହି ତୋଟା ଭିତରେ ସଜି ସାରିଥିଲା। ତା ଶରୀରରେ ଆଉ ଦୌଡିବା ପାଇଁ ଆଉ ଜମାରୁ ଶକ୍ତି ନଥିଲା। ସେ ହଠାତ୍ ଦୂରରେ ଏକ ମିଞ୍ଜି ମିଞ୍ଜି ଆଲୋକ ଜଳୁ ଥିବାର ଦେଖିଲା। ସେ ପ୍ରାଣ ବିକଳରେ ସେଠାକୁ ଦୌଡ଼ିବାକୁ ଲାଗିଲା। ସେ ବୋହୁତ ଥକି ସାରିଥିଲା ଏବଂ ସେଠାକୁ ଯାଇ ସେ ଚେତା ଶୂନ୍ୟ ହୋଇଗଲା।

ପରଦିନ ସକାଳୁ ଆଖି ଖୋଲିଲା ବେଳକୁ ସେ ପାଖ ଗାଁର ଗୋଟିଏ ଘର ଦୁଆରେ ପଡ଼ିଥିଲା ଏବଂ ତାକୁ ଲୋକମାନେ ପାଣି ଛିଞ୍ଚି ଉଠାଉଥିଲେ। ସେଦିନ ଲୋକମାନେ ମନୋଜକୁ ଆଣି ତାର ଗାଁରେ ଛାଡି ଦେଇଥିଲେ ଏବଂ ସେ ସେହି ବିଷୟରେ ସମସ୍ତଙ୍କୁ କହିଥିଲା। ସେଦିନ ମନୋଜ ମରୁ ମରୁ ବଞ୍ଚି ଯାଇଥିଲା ଆଜି ପର୍ଯ୍ୟନ୍ତ ସେ ସେହି କଥାକୁ ଜମାରୁ ବି ଭୁଲି ପାରିନାହିଁ।