ନମସ୍କାର ବନ୍ଧୁଗଣ ଧରା ପଡ଼ିଲା କି ସତ ଷଡ଼ଯନ୍ତ୍ର କରିଥିଲେ କି ବିଦ୍ୟାଶ୍ରୀ। ଆଦିତ୍ୟଙ୍କ କେସ୍ କୁ ନେଇ ଖୋଲିଲା ବଡ଼ ରହସ୍ୟ। ବର୍ତ୍ତମାନର ବଡ଼ ଖବର ଆଦିତ୍ୟ ଦାସ ଘଟଣାର ରହସ୍ୟ ଉପରୁ ଉଠିଲା ପରଦା। ଗତବର୍ଷ ଲକ୍ ଡାଉନ୍ ରେ ଚର୍ଚ୍ଚିତ ହୋଇଥିବା ଘଟଣା ଥିଲା ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ନିର୍ଦ୍ଧନ ରହସ୍ୟ। ଠିକ୍ ବର୍ଷେ ତଳେ ୬ ଜୁଲାଇ ୨୦୨୦ ରାତିରେ ନିଖୋଜ ହୋଇଯାଇଥିଲେ ମାନବ ପ୍ରେମୀ ଆଦିତ୍ୟ ଦାସ।
ତାପର ଦିନ ଅତି ରହସ୍ୟ ଜନକ ଭାବେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ଗଡରୁ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ମିଳିଥିଲା। ଜଣେ ମୋଟିଭେସ୍ନାଲ୍ ସ୍ପିକର ଓ ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ହେଲା।
ପ୍ରଥମେ ତଦନ୍ତ ଆରମ୍ଭ କଲା GRP ପୋଲିସ୍ ଏବଂ ପରେ କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଯାଇଥିଲା ହେଲେ କ୍ରାଇମବ୍ରାଞ୍ଚ ତଦନ୍ତ ବି ସନ୍ଦେହ ଘେରରେ ଆସିଲା। ଏହା ଭିତରେ ବର୍ଷେ ବିତିସାରିଛି ଗୋଟେ ବୋଲି ପୁଅକୁ ହରାଇଥିବା ବାପା ମା ନ୍ୟାୟ ପାଇଁ ଲଢ଼ୁଛନ୍ତି। କ୍ରାଇମବ୍ରାଞ୍ଚ ଉପରେ ଭରଷା ନାହିଁ ସେଥିପାଇଁ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟର ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ମା ବାପା।
ତାଙ୍କ ବାପା ମା ସିଧାସଳଖ ଅଭିଯୋଗ କରିଛନ୍ତି ଇଏ ହତ୍ୟା କୋହିଛନ୍ତି ସରକାରଙ୍କ ସହିତ ପଙ୍ଗା ନେବାରୁ କରାଯାଇଛି ହତ୍ୟା। ସେପଟେ ଏହି ମାମଲାରେ ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ଦୁଇ ସହଯୋଗୀ ପପୁ, ବିକାଶଙ୍କୁ ମିଶାଇ ୪ ଜଣଙ୍କର ହୋଇଥିଲା ପଲିଗ୍ରାଫ ଟେଷ୍ଟ। ଏହି ମାମଲାରେ ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ବାଲେଶ୍ଵରର ଝିଅ ଚିନ୍ମୟଙ୍କୁ ସାଇକୋ କିଲର୍ ଭାବରେ ଅଣା ଯାଇଥିଲା।
ସୁବାସିସ୍ ଷଡ଼ଙ୍ଗୀ, ପପୁ ଦଳ ବେହେରା ଭଳି ସମାଜସେବୀ ଅନେକ ପ୍ରଶ୍ନ ଉଠାଇ ଲୋକପ୍ରିୟ ହୋଇ ପାରିଥିଲେ। ବିବାଦ ଘେରକୁ ଆସିଥିଲେ ବିଦ୍ୟାଶ୍ରୀ। ଆଦିତ୍ୟଙ୍କ ବାପା ମା ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ସହଯୋଗୀ ଉପରେ ସନ୍ଦେହ ପ୍ରକଟ କରିଥିଲେ। ତେବେ ଏପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଏଘଟଣାର ସତ୍ୟାସତ୍ୟ ଖୋଜି ପାଇନଥିବା ବେଳେ ଆଦିତ୍ୟଙ୍କ ମା ନିକଟରେ ଏକ ଇଣ୍ଟର୍ଭ୍ୟୁରେ ବିଦ୍ୟାଶ୍ରୀଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି।