ଯଦି କେହି ଆପଣଙ୍କ ମନରେ କଷ୍ଟ ଦେଉଛି, ଦୁଃଖ ଦେଉଛି, ତେବେ ଆପଣ କଣ କରିବେ, Dr APJ Abdul Kalam ସାର କହିଛନ୍ତି ଏମିତି କିଛି, ସମସ୍ତେ ଜାଣିବା ଦରକାର…

ମଣିଷ ଜୀବନର ସର୍ବଶ୍ରେଷ୍ଠ ରତ୍ନ ହେଉଛି ତାର ହୋସ ତାର ସର୍ଯ୍ୟକର୍ତ୍ତା। ମଣିଷ ଜୀବନରେ ସର୍ଯ୍ୟକର୍ତ୍ତା ହେଉଛି ତାର ସବୁଠାରୁ ଧନ ଯେଉଁ ମଣିଷର ଯେତେ ଶଯ୍ୟା ତାର ଯେତେ ହୋସ ଅଛି ସେ ସେତେ ସେ ସେତେ ସଫଳ କାରଣ ଯେତେ ହୋସ ଥିବା ବ୍ୟକ୍ତି ସଜାଗ ରହୁଥିବା ବ୍ୟକ୍ତି ସେ ଜୀବନରେ କଣ କରିବା ଉଚିତ୍ ନକରିବା ଉଚିତ୍ ଭଲ ଭାବରେ ଜାଣି ପାରନ୍ତି ବେହୋସ୍ ରେ ରହୁଥିବା ବ୍ୟକ୍ତି ସଦାସର୍ବଦା ଭୁଲ୍ କରେ ତେଣୁ ପ୍ରତ୍ୟେକ ମଣିଷ ହୋସରେ ରହିବା ଆବଶ୍ୟକ ଆଉ ହୋସ କେତେବେଳେ ଆସେ ଯେତେବେଳେ ସେ ଜୀବନର ଦୃଢ଼ତୱକୁ ବୁଝେ।

ମଣିଷ ହେଉଛି ସାମାଜିକ ପ୍ରାଣୀ ସେ ଯେତେବେଳେ ସମାଜରେ ରହେ ବିଭିନ୍ନ ପ୍ରକାର ବ୍ୟକ୍ତିଙ୍କ ସହ ସମ୍ପର୍କ ସୃଷ୍ଟି କରେ ଆଉ ଯେତେବେଳେ ସମ୍ପର୍କ ସୃଷ୍ଟି କରେ ବେଳେ ବେଳେ ଏମିତି କିଛି ଲୋକ ତାକୁ ମିଳନ୍ତି ଯେଉଁମାନେ ତାର ମନ ମୁତାବକ ବ୍ୟବହାର କରନ୍ତି ନାହିଁ ଚିନ୍ତାଧାରା ସମାନ ହୁଏ ନାହିଁ ସେହି ଜାଗାରେ ମଧ୍ୟ ମଧ୍ୟରେ ମଧ୍ୟରେ ଫାଟ ସୃଷ୍ଟି ହୁଏ ଆମକୁ ସେତେବେଳେ ଦୁଃଖ ମିଳେ। କିଛି ଲୋକ ଏମିତି ମିଳନ୍ତି ଯେଉଁମାନଙ୍କ ଶବ୍ଦ ବୋହୁତ କଠୋର ତେଣୁ ଆମେ ଏହି ଦୁଃଖରୁ କେମିତି ମୁକ୍ତି ପାଇବା। ଯଦି ଆମ ପରିବାରର ଲୋକ ନିଜ ଲୋକ ପାଖ ପଡିଶା ଲୋକ କିମ୍ବା କୌଣସି ବି କ୍ଷେତ୍ରରେ ହେଉ ଆମକୁ ଖରାପ ବ୍ୟବହାର ଦେଖାଉଛି କଷ୍ଟ ଦେଉଛି ଅପମାନ ଦେଉଛି ଆମେ ସେହି ଜାଗାରେ କଣ କହିବା ତାକୁ ସମାନ ବ୍ୟବହାର ଦେଖାଇବା ନା ଚୁପ୍ ରହିବା କଣ କରିବା ଆସନ୍ତୁ ଏହି ସମସ୍ତ ଜିନିଷକୁ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଜାଣିବା।

କୌଣସି ଏକ ଅଂଚଳରେ ଏକ କାଠୁରିଆ ଥିଲା କଥା କାଟି ପରିବାର ପୋଷିବା ହେଉଛି ତାର ବ୍ୟବସାୟ। ପ୍ରତ୍ୟେକ ଦିନ ସେ ଜଙ୍ଗଲକୁ ଯାଏ କାଠ କାଟିବା ପାଇଁ ଦିନସାରା ପରିଶ୍ରମ କରେ ସନ୍ଧ୍ୟା ବେଳକୁ ଆସେ ଏବଂ ତାର କୁରାଢିକୁ ତୀକ୍ଷ୍ଣ କରେ କାରଣ ସେହି କୁରାଢ଼ୀ ମାଧ୍ୟମରେ ହିଁ ସେ ତାର ବ୍ୟବସାୟ କରୁଛି ସେହି କୁରାଢି ଯେତେ ତୀକ୍ଷ୍ଣ ରହିବ ସେ ସେତେ ଭଲ ଭାବରେ କାଠ କାଟି ପାରିବ। କାଠୁରିଆ ଜଣଙ୍କ ଜଙ୍ଗଲରେ ଗୋଟେ ଛୋଟ କୁଡିଆ ଭିତରେ ରହେ ଏବଂ ଜଙ୍ଗଲର ଜୀବଜନ୍ତୁ ମଧ୍ୟ ସେଠାରେ ବିଚରଣ କରନ୍ତି।

ଦିନେ ସେହି ଜଙ୍ଗଲରେ ବିଚରଣ କରୁଥିବା ଜୀବଜନ୍ତୁଙ୍କ ମଧ୍ୟରୁ ଗୋଟିଏ ବଡ ସର୍ପ କାଠୁରିଆ ଘର ମଧ୍ୟରେ ପ୍ରବେଶ କଲା ଘରେ ପ୍ରବେଶ କରିବା ସମୟରେ ତା ଦେହରେ କଣ ଗୋଟିଏ ବାଜିଲା ଆଉ ତାକୁ କଷ୍ଟ ହେଲା ସେ ସେହି ଜାଗାରେ ଅଟକି ଗଲା ତାର ରାଗ ଆସିଲା ଫଣା ଉଠାଇ ଜୋର୍ କରି ମାରିଲା ସେହି ସ୍ଥାନରେ ଏବଂ ତାକୁ ଆହୁରି ଆଘାତ ହେଲା ଜାଣି ପାରିଲା ତା ମୁହଁର ଗୋଟିଏ ଅଂଶ କଟି ଯାଇଛି ତାର ଆହୁରି ରାଗ ବଢିଲା ଯେଉଁ ପଦାର୍ଥ ତାକୁ ଆଘାତ କରୁଥିଲା ସେ ତା ଉପରେ ସଂପୂର୍ଣ୍ଣ ଭାବରେ ଗୁଡେଇ ହୋଇ ପଡ଼ିଲା କିନ୍ତୁ ତାକୁ ସେତେବେଳେ କଷ୍ଟ ହେଲା ଆଉ ତାକୁ ଯେତେ କଷ୍ଟ ହେଲା ତାର ସେତେ ରାଗ ଆସିଲା ତାର ଅହଙ୍କାର ଉତେଜିତ୍ତ ହେଲା ଜୋର୍ ରେ ଭିଡ଼ି ଧରିଲା ଶେଷରେ ତା ଦେହରୁ ବୋହୁତ ରକ୍ତ ବାହାରିଲା ଶରୀର ଖଣ୍ଡ ଖଣ୍ଡ ହୋଇଗଲା ମୃତ୍ୟୁବରଣ କଲା। ସେହି ସର୍ପଟି ଯାହାକୁ ଆଘାତ କରୁଥିଲା ସେ ଆଉ କେହି ନଥିଲା ସେ ଥିଲା ତୀକ୍ଷ୍ଣ କୁରାଢିଟେ।

ଅଧିକାଂଶ ସମୟରେ ଏହି ପରିବେଶ ପରିସ୍ଥିତି ମଣିଷ ସୃଷ୍ଟି କରିଥାଏ ଆଉ ତାର ପରିଣାମ ଠିକ୍ ସର୍ପ ଭଳି ହୋଇଥାଏ। ମଣିଷ ଜୀବନରେ ଏମିତି ବୋହୁତ ଲୋକ ମିଳନ୍ତି ବୋହୁତ ପରିବେଶ ପରିସ୍ଥିତି ସୃଷ୍ଟି ହୁଏ ଯେଉଁ ପରିବେଶ ପରିସ୍ଥିତି ଆମକୁ ଦୁଃଖ ଦିଏ। ଆମର ନିଜର ଲୋକ ମଧ୍ୟ ଆମକୁ ବେଳେ ବେଳେ କଷ୍ଟ ଦିଅନ୍ତି ଆଉ କିଛି ଲୋକଙ୍କ ପ୍ରକୃତି ଏମିତି ସେ ବାରମ୍ବାର ଏମିତି ପ୍ରକୃତି ଦେଖାନ୍ତି ଆମ ଶରୀରକୁ ହେଉ ଆମ ମନକୁ ହୋଉ କଷ୍ଟ ହୁଏ ଆମ ଅହଙ୍କାର ଉପରେ ବାଧା ଆସେ। ଆମେ ମଧ୍ୟ ତାକୁ ସେହିପରି ସମାନ ବ୍ୟବହାର ଦେଖାନ୍ତି ତାକୁ ଭିଡ଼ି ଧରନ୍ତି ଏହାଦ୍ବାରା ଆମେ ଆହୁରି ଶାରିରୀକ ଏବଂ ମାନସିକ ଆଘାତ ପାଆନ୍ତି କିନ୍ତୁ ଆମେ ସେତେବେଳେ କେବେବି ଭାବନ୍ତି ନାହିଁ ଆମେ ଯାହାକୁ ଆଘାତ କରୁଛନ୍ତି ସେ ହେଉଛି କୁରାଢି। ସେତେବେଳେ ଆମର ହୋସ ରହିବା ଦରକାର ସଜାଗ ରହିବା ଦରକାର ମୁଁ କାହାକୁ ଆଘାତ କରୁଛି କୁରାଢିକୁ ଏବଂ କୁରାଢିର ପ୍ରକୃତି ହେଉଛି ସେ କଟିବ। ତେଣୁ ଜ୍ଞାନୀ ଲୋକମାନେ ସେହି ସ୍ଥାନରେ ଚୁପ୍ ରହିବା ଦରକାର।

ଦର୍ଶକ ବନ୍ଧୁ ଯେଉଁ ଜାଗାରେ ଏମିତି କିଛି ଲୋକ ମିଳୁଛନ୍ତି ଯିଏ ଆମକୁ କଷ୍ଟ ଦେଉଛି ଦୁଃଖ ଦେଉଛି ସେହି ସ୍ଥାନରୁ ଚୁପ୍ ଚାପ୍ ଓହରି ଆସିବା ଆବଶ୍ୟକ କାରଣ ପ୍ରତ୍ୟେକ ଲୋକଙ୍କ ସହ ତାହା ହିସାବରେ ଚାଲିବାର ଆବଶ୍ୟକତା ନାହିଁ ଆମର ଯେମିତି ବ୍ୟବହାର ଆମର ଯେମିତି ବିଚାରଧାରା ସେମିତି ବୋହୁତ ଲୋକ ଅଛନ୍ତି ତାକୁ ଆପଣମାନେ ଖୋଜନ୍ତୁ। ନିଜ କର୍ମ ଉପରେ ଧ୍ୟାନ ଦିଅନ୍ତୁ ସୁନ୍ଦର ବ୍ୟକ୍ତିତ୍ଵ ଖୋଜନ୍ତୁ ଖୋଜିଲେ ସବୁ ମିଳେ ଆନନ୍ଦରେ ରହିବେ ଖୁସିରେ ରହିବେ ଆଉ ଯଦି ଭୁଲ୍ ବଶତଃ କୁରାଢି ସହିତ ଆପଣ ଯୁଦ୍ଧ କରିବେ ରକ୍ତାକ୍ତ ହେବା ନିଶ୍ଚିତ ଶାରିରୀକ ଭାବରେ ମାନସିକ ଭାବରେ ଆଘାତ ପାଇବା ସୁନିଶ୍ଚିତ କାରଣ କୁରାଢିର ପ୍ରକୃତି ହେଉଛି କଷ୍ଟ ଦେବା ସେହିପରି ଖରାପ ଲୋକମାନଙ୍କୁ ତାଙ୍କ ରାସ୍ତାରେ ଯିବାକୁ ଦିଅନ୍ତୁ ଏବଂ ଆପଣ ଆପଣଙ୍କ କର୍ମ କରି ଚାଲନ୍ତୁ। ନିଜେ କେମିତି ଖୁସିରେ ରହିବେ ନିଜେ କେମିତି ଆନନ୍ଦରେ ରହିବେ ନିଜ ଜୀବନକୁ ନିଜ ହିସାବରେ କେମିତି କାଟିବେ ସେହି କଥା ଚିନ୍ତା କରନ୍ତି ବିଚାର କରନ୍ତୁ। ସେଥିପାଇଁ ଜୀବନରେ ହୋସ ରହିବା ବୋହୁତ ଆବଶ୍ୟକ।