ଏବେ ଏବେ ଆସିଲା ବଡ ଖବର, ବାପା ହେଲେ ଏହି ବଡ ଷ୍ଟାର ଅଲ୍ରାଉଣ୍ଡର ଖେଳାଳି… ଘରେ ଜନ୍ମ ହେଲା….

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବାପା ହୋଇଛନ୍ତି । ହାର୍ଦିକ ଏବଂ ତାଙ୍କ ପତ୍ନୀ ନତାଶା ଙ୍କର ଏକ ପୁଅ ହେଇଛି | ହାର୍ଦ୍ଦିକ ପାଣ୍ଡ୍ୟା ଟ୍ୱିଟରରେ ଫଟୋ ସେୟାର କରି ପ୍ରଶଂସକଙ୍କ ମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । ତେବେ ହାର୍ଦିକ ସେୟାର କରିଥିବା ଫଟୋରେ ତାଙ୍କ ପୁଅର ଚେହେରା ଦୃଶ୍ୟମାନ ହେଉନାହିଁ। କହି ରଖୁ ଯେ 31 ମଇ 2020 ରେ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବିଷୟରେ ସୂଚନା ଦେଇଛନ୍ତି ଯେ ସେମାନେ ବାପା-ମା ହେବାକୁ ଯାଉଛନ୍ତି। ହାର୍ଦ୍ଦିକ ଏବଂ ନତାଶା ଏହି ବର୍ଷ ଆରମ୍ଭରେ ବିବାହ କରି ଥିଲେ। କୋଭିଡ -19 ମହାମାରୀ ହେତୁ ଦେଶରେ ଲକଡାଉନ ସମୟରେ ଦୁହେଁ ବିବାହ କରିଥିଲେ।

ନତାଶା ଜଣେ ସର୍ବିଆ ମଡେଲ୍ ଅଟନ୍ତି | ନିକଟରେ ଏକ ସାକ୍ଷାତକାର ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ କହିଥିଲେ। ଏହି ସମୟରେ ହାର୍ଦ୍ଦିକ କହିଥିଲେ ଯେ ସେ ନିଜ ବାପା ମାଙ୍କୁ ବି ନିର୍ବନ୍ଧ ବିଷୟରେ କହି ନଥିଲେ । ସେ କହିଥିଲେ ଭାଇ କୁନାଲ ପାଣ୍ଡ୍ୟା ବି ନିରବନ୍ଧର ଦୁଇ ଦିନ ପୁର୍ବରୁ ଏହି କଥା ଜାଣିଥିଲେ । ସେହି ସାକ୍ଷାତକାରରେ ହାର୍ଦ୍ଦିକ କହିଥିଲେ, ‘ମୋର ପିତାମାତା ଜାଣି ନଥିଲେ ଯେ ମୁଁ ନିର୍ବନ୍ଧ କରିବାକୁ ଯାଉଛି । ମୁଁ ଦୁଇ ଦିନ ପୂର୍ବେ ଭାଇ କୁନାଲ ପାଣ୍ଡ୍ୟାଙ୍କୁ କହିଥିଲି | ମୁଁ ତାଙ୍କୁ କହିଲି ଯେ ମୋର ଜୀବନରେ ଏମିତି ଜଣେ ଅସିଜାଇଛନ୍ତି ଯାହାକୁ ମୁଁ ବହୁତ ଭଲ ପାଉଛି ଏବଂ ପୂର୍ବ ଅପେକ୍ଷା ଜଣେ ଭଲ ମଣିଷ ହେବାକୁ ଯାଉଛି | ପରିବାର ମୋତେ ସମର୍ଥନ କଲେ ଏବଂ ମତେ କହିଲେ ଯାହା କରିବାର ଅଛି କର ।

ନତାଶାଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ବିଷୟରେ ପାଣ୍ଡ୍ୟା କହିଛନ୍ତି, ‘ମୁଁ କିଏ ବୋଲି ସେ ଜାଣି ନଥିଲେ। କଥାବାର୍ତ୍ତା କରି ଆମେ ନିକଟତର ହେଲୁ | ଯେଉଁଠି ଆମେ ଭେଟ ହେଇଥିଲୁ ସେ ମତେ ସେଦିନ ଟୋପିରେ ଦେଖିଥିଲେ | ରାତି ଗୋଟିଏରେ ମୁଁ ଟୋପି ପିନ୍ଧିକି, ବେକରେ ଚେନ ପିନ୍ଧିଥିଲି ଏବଂ ମୋ ହାତରେ ଏକ ଘଣ୍ଟା ଧରି ବସିଥିଲି ସେ ଭାବିଲେ ଯେ ସେଠାରେ ଏକ ଭିନ୍ନ ପ୍ରକାରର ମଣିଷ ଅଛି | ତା’ପରେ ଆମେ ଦୁହେଁ କଥା ହେବା ଆରମ୍ଭ କଲୁ | ତା’ପରେ ଆମେ ଦୁହେଁ ପରସ୍ପରକୁ ଜାଣିବା ଏବଂ ତା’ପରେ ଆମେ ଡେଟିଂ ଆରମ୍ଭ କଲୁ ଏବଂ ତା’ପରେ ଆମେ 31 ଡିସେମ୍ବରରେ ନିର୍ବନ୍ଧ କରିଦେଲୁ |