ନମସ୍କାର ବନ୍ଧୁଗଣ ସିନେମା ଜଗତ ପାଇଁ ପୁଣି ଆସିଲା ଆଉ ଏକ ଦୁଃଖଦ ଖବର ବାର୍ଥରୁମ୍ ରେ ପଡ଼ି ଏହି ଅଭିନେତାଙ୍କର ପରଲୋକ ହୋଇଛି। ତେବେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି ଏବଂ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ବାର୍ଥରୁମ୍ ରୁ ଉଦ୍ଧାର ହେଲେ ଏହି ଜଣାଶୁଣା ଫିଲ୍ମ ଅଭିନେତା।
ପ୍ରାୟ ୩ ଦିନ ପୂର୍ବେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଘରର କବାଟ ଭାଙ୍ଗି ତାଙ୍କର ମୃତ ଦେହକୁ ବାର୍ଥରୁମ୍ ରୁ ଉଦ୍ଧାର କରାଯାଇଛି। ଏହି ଖବର ପ୍ରସାରିତ ହେବା ପରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ମୃତୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।
ସୂଚନା ମୁତାବକ ଧୋବିତାଲା ବସ୍ତି ସ୍ଥିତ ନିଜ ଘରେ ରସିଦ୍ ପ୍ରାୟତଃ ୩ ଦିନ ପୂର୍ବରୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସକାଳେ ଗାଧୋଇବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ମୃତ ଦେହ ବାର୍ଥରୁମ୍ ରୁ ଉଦ୍ଧାର କରାଯାଇଛି। ପ୍ରଥମେ ରସିଦ୍ ସହର ବାହାରେ ଥିବା ନିକଟ ସମ୍ପର୍କୀୟ ଅନୁମାନ କରିଥିଲେ।
ଏଥି ସହିତ ଖୁବ୍ ଶୀଘ୍ର ଫେରି ଆସିବେ ବୋଲି ଭାବିଥିଲେ ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ଫୋନ୍ ନ ଉଠାଇବାରୁ ଏହାକୁ ନେଇ ପୋଲିସ୍ କୁ ସୂଚନା ଦିଆଯାଇଥିଲା। ଏହାପରେ ପୋଲିସ୍ ଙ୍କ ଉପସ୍ଥିତି ଘରର କବାଟ ଭଙ୍ଗା ଯାଇ ରସିଦ୍ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା।
ସୂଚନା ଅନୁସାରେ କିଛି ଦିନ ହେଲା ବିଭିନ୍ନ ସ୍ବାସ୍ଥ୍ୟ ଜନିତ ସମସ୍ୟାରେ ଗତି କରୁଥିଲେ ରସିଦ୍। ମୁମ୍ବାଇ ପ୍ରେସ୍ କ୍ଳବ୍ ର ରସିଦ୍ ଜଣେ ସକ୍ରିୟ ସଦସ୍ୟ ରହିଥିବା ବେଳେ ତାଙ୍କ ମୃତ୍ୟୁରେ କ୍ଳବ୍ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି। ତାଙ୍କୁ ୨ ରୁ ୩ ଦିନ ହେବ ଦେଖା ଯାଇନଥିବା ବେଳେ ଭୋରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଗଲା ବୋଲି କ୍ଳବ୍ ପକ୍ଷରୁ କୁହାଯାଇଛି।
ଜଣାଶୁଣା ଫିଲ୍ମ କ୍ରିଟିକ୍ ରସିଦ୍ ଇରାନିଙ୍କ ମୃତ ଦେହ ବାର୍ଥରୁମ୍ ରୁ ଉଦ୍ଧାର କରାଯାଇଥିଲା। ତେବେ ରସିଦ୍ ଙ୍କ ମୃତ୍ୟୁରେ ବଲିଉଡ୍ ର ବୋହୁ ଆଗ ଧାଡ଼ିର ଅଭିନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଟୁଇଟ୍ କରି ରସିଦ୍ ଙ୍କ ଆତ୍ମାର ସ୍ୱର୍ଗ ଗତି ନିମନ୍ତେ କାମନା କରୁଛନ୍ତି ଏବଂ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି।