ବଲିଉଡ ର ଆକ୍ଟର ଫରହାନ ଅକ୍ଷତାର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଙ୍କ ମଧ୍ୟ ରେ ଥିବା ସମ୍ବନ୍ଧ କୁ ନେଇ ପୁଣି ଚର୍ଚା ଲାଗି ରହିଛି I ଏହି ସମ୍ବନ୍ଧ କୁ ନେଇ ଶ୍ରଦ୍ଧା ଙ୍କ ର ପିତା ବିରକ୍ତି ଭାବ ପ୍ରକାଶ କରିଛନ୍ତି I
ଏବଂ ଏଥର ଫରହାନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ସମୟ ଟି ଥିଲା ଫରହାନ ଙ୍କ ର ଜନ୍ମଦିନ ସମୟ I ଏହି ସମୟ ରେ ଶ୍ରଦ୍ଧା ଏକ ସୁନ୍ଦର ମ୍ୟାସେଜ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ I ତେବେ ଉଭୟ ଙ୍କ ମଧ୍ୟ ରେ ନିକଟତା ବଢିବା ର ଦୁଇଟି କାରଣ ବି ରହିଛି I ଫରହାନ ଙ୍କୁ ସେ ଅଂନଫଲୋ କରିବା ପରେ ପୁଣି ଇନ୍ଷ୍ଟଗ୍ରାମ ରେ ଫଲୋ କରିଛନ୍ତି I
43 ବର୍ଷୀୟ ଏହି ଅଭିନେତା ଫରହାନ ଙ୍କ ସହ ଶ୍ରଦ୍ଧା ଙ୍କ ର ସମ୍ବନ୍ଧ କୁ ନେଇ ପିତା ଶକ୍ତି କପୁର ଚିନ୍ତା ରେ ପଡିଯାଇଛନ୍ତି I ଏବଂ ସେ ଶ୍ରଦ୍ଧା ଙ୍କୁ ଏହି ସବୁ ହରକତ ରୁ ଦୁରେଇ ରହିବାକୁ ପରାମର୍ଶ ଦେଇଛନ୍ତି I ମିଡ଼ିଆ ରିପୋର୍ଟ ମୁତାବିକ ଫରହାନ ଓ ଶ୍ରଦ୍ଧା ଉଭୟ ଲିଭ ଇନ ରିଲେସନ ରେ ରହିଥିଲେ I ଏବଂ ଡିସେମ୍ବର ରେ ସେହି ସମୟ ରେ ହଂଗାମା ହେଇଯାଇଥିଲା ଯେତେବେଳେ ବାନ୍ଦ୍ରା ରେ ଆପାର୍ଟମେଣ୍ଟ ରେ ଝିଅ ଶ୍ରଦ୍ଧା ଙ୍କୁ ଫରହାନ ଙ୍କ ସହ ଧରିଥିଲେ ଓ ଟାଣି ଟାଣି ଘର କୁ ଆଣିଥିଲେ I
ସେ ସମୟ ରୁ ହିଁ ଶକ୍ତି କପୁର ଶ୍ରଦ୍ଧା ଙ୍କୁ ଏପରି ହରକତ ରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ I ଏହି କାରଣ ରୁ କିଛି ମାସ ତଳେ ବିହାର ସରକାର ଙ୍କ ଦ୍ୱାରା ଆୟୋଜିତ ହେଇଥିବା ମାରାଥନ ରେ ଷ୍ଟେଜ ସୋ କରିବାକୁ ଶ୍ରଦ୍ଧା ମନା କରିଥିଲେ I ଏବଂ ସେଠାକୁ ଫରହାନ ଙ୍କୁ ବି ଡକାଯାଇଥିଲା I ସେଠାରେ ସାଇନା ଙ୍କୁ ନିମନ୍ତ୍ରଣ କରାଯାଇଥିଲା I
ସୂଚନା ମୁତାବିକ ଶ୍ରଦ୍ଧା ଓ ଫରହାନ ଉଭୟ ଫିଲ୍ମ ରକ ଅନ 2 ର ଷ୍ଟେଜ ରେ ପରସ୍ପର ର ନିକଟ ହେଇଥିଲେ I କିନ୍ତୁ ଶ୍ରଦ୍ଧା ଙ୍କ ର ପରିବାର ଏହି ସମ୍ବନ୍ଧ କୁ ନେଇ ନିଜ ର ବିରକ୍ତି ଭାବ ପ୍ରକାଶ କରିଛନ୍ତି I ତେବେ ଶ୍ରଦ୍ଧା ଙ୍କୁ ଏପରି ଫରହାନ ଙ୍କ ଆପାର୍ଟମେଣ୍ଟ ରୁ ଟାଣି ଟାଣି ଆଣିବା ପରେ ଉଭୟ ଙ୍କ ର ସମ୍ବନ୍ଧ ବିଷୟ ରେ ମିଡ଼ିଆ ରେ ଚର୍ଚା ଜୋର ଧରିଛି I