ଆଜି ଅକଲେଣ୍ଡ ରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥବା ଦ୍ଵିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜଲାଣ୍ଡ ଦଳ ସମ୍ମାନଜନକ ରନ କରିଥିଲେ. କିନ୍ତୁ ନିଜ ବୋଲର ମାନଙ୍କ ବଳରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ 22 ରନରେ ହରାଇ ସିରିଜକୁ ନିଜ ନାମରେ କରିଲା |
ନ୍ୟଜିଲାଣ୍ଡ କରଥିଲେ ସମ୍ମାନ ଜନକ ସ୍କୋର
ମ୍ୟାଚରେ ଭାରତୀୟ ଦଳ ଟଚ ଜିତି ପ୍ରଥମେ ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ | ଯାହା ପରେ ନ୍ୟୁଜିଲାଣ୍ଡ ଦଳ ଭଲ ଆରମ୍ଭ କରିଥିଲେ |ମାର୍ଟିନ ଗପଟିଲ 79ରନ ଓ ହେନେରୀ ନିକୋଲାସ 41ରନ କରିଥିଲେ | ଯାହା ପରେ କୌଣସି ବ୍ୟାଟ୍ସମ୍ୟାନ ମୈଦାନରେ ଭଲ ବ୍ୟାଟିଂ କରିପାରି ନଥିଲେ, ବୋଲିଂରେ ଭାରତୀୟ ଦଳ ଭଲ ପଦର୍ଶନ କରିଲେ | ରସ ଟେଲର ଶେଷରେ 73ରନ କରି ଟିମ କୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇ ଥିଲେ |
ଯାହା ଦ୍ଵାରାକି ନ୍ୟୁଜିଲାଣ୍ଡ 273ରନ ପର୍ଯ୍ୟନ୍ତ ପହଞ୍ଚି ପାରିଲା| ଭାରତ ପାଇଁ ସାରଦୁଲ ଠାକୁର ୨ଟି ଓ ଚହଳ ୩ଟି ଵିକେଟ ନେଇଥିଲେ | ରବୀନ୍ଦ୍ର ଜାଡେଜା କମ ରନ ଦେଇ ୧ ଵିକେଟ ନେଇଥିଲେ | ନ୍ୟୁଜିଲାଣ୍ଡର କିଛି ଵିକେଟ ରନ ଆଉଟ ରୂପରେ ଯାଇଥିଲା |
ଭାରତ ଲକ୍ଷ୍ୟ ରେ ପହଞ୍ଚି ପାରିଲା ନାହିଁ
274ରନର ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳର ପ୍ରାରମ୍ଭ କିଛି ଠିକ ରହିଲା ନାହିଁ | ପ୍ରଥମ 15 ଓଭରରେ ଦଳ 75ରନ କରି ନିଜର 4 ଵିକେଟ ହରାଇ ସାରିଥିଲା | ଯେଉଁଥିରେ କ୍ୟାପଟେନ ବିରାଟ କୋହଲି ଓ ଫର୍ମରେ ଥିବା କେଏଲ ରାହୁଲଙ୍କର ବି ଵିକେଟ ଥିଲା | ପୃଥିବୀ ସାହ 24ରନ କରିଥିଲେ | ଯେତେବେଳେ କି ଶ୍ରେୟସ ଆୟାର 52 ରନ କରି ଦଳକୁ ସମ୍ଭାଳିବା ପାଇଁ ପୁରା ପ୍ରୟାସ କରିଥିଲେ |
କିନ୍ତୁ ଅନ୍ୟ ପଟରୁ ତାଙ୍କୁ କାହାର ମଧ୍ୟ ସାଥ ମିଳିନଥିଲା | ରବୀନ୍ଦ୍ର ଜାଡେଜା 55ରନ କରିଥିଲେ | ନବଦିପ ସେନି 45ରନ କରିଲେ | ନ୍ୟଜିଲାଣ୍ଡ ପାଇଁ ବେନେଟ ୨ଟି ଓ ସାଉଦି ୨ଟି ଵିକେଟ ନେଇଥିଲେ | ଯେଉଁ କାରଣ ପାଇଁ ଭାରତୀୟ ଦଳ 251ରନରେ ଅଲଆଉଟ ହେଇ 22ରନରେ ମ୍ୟାଚ ହାରିଯାଇଥିଲେ | ଯାହା ସହ ନ୍ୟୁଜିଲାଣ୍ଡ ଦଳ ଏକଦିବସୀୟ ସିରିଜ କୁ 2-0ରେ ଜିତି ଗଲେ |
ବିରାଟ ଙ୍କର ଏହି ନିଷ୍ପତି ଭାରତୀୟ ଦଳ ଉପରେ ପଡିଲା ଭାରି
ଭାରତୀୟ କ୍ୟାପଟେନ ବିରାଟ କୋହଲି ନିଜର ସବୁଠାରୁ ଅନୁଭବୀ ଓ ପ୍ରେସର ସମୟରେ ଭଲ ବ୍ୟାଟିଂ କରିବାରେ ସକ୍ଷମ ମନୀଷ ପାଣ୍ଡେ କୁ ବାହାର କରି କେଦାର ଯାଦବ ଙ୍କୁ ବାରମ୍ବାର ଦଳରେ ଖେଳାଉଛନ୍ତି. ମନୀଷ ପାଣ୍ଡେ ନମ୍ବର 5ରେ କେଦାର ଯାଦବଙ୍କ ଠାରୁ ବହୁତ ଭଲ ବିକଳ୍ପ | ଭାରତୀୟ ଦଳ ପାଖରେ ଯଶପ୍ରୀତ ଭୂମରା, ସାରଦୁଲ ଠାକୁର ଆଉ ନବଦୀପ ସେନି ଙ୍କ ପରି ବୋଲର ଥିଲେ ଯେଉଁମାନେ ନିଜ ଓଭର ପୁରା କରିବାରେ ପୁରା ସକ୍ଷମ ଥିଲେ, ତାପରେ ଚହଳ ଓ ଜାଡେଜା ରୂପରେ ଦୁଇଟି ବିଶ୍ୱ ସ୍ତରୀୟ ଭଲ ସ୍ପିନର ବି ଥିଲେ | ଏମିତିରେ ମନୀଷ ପାଣ୍ଡେଙ୍କୁ ଦଳରେ ଜାଗା ନ ଦେବା କେଉଁଠି ନା କେଉଁଠି ଦଳର ହରିବାର ମୁଖ୍ୟ କାରଣ ଅଟେ |
ଦେଖନ୍ତୁ ପୁରା ଖେଳର ସାରାଂଶ