ମ୍ୟାଚ ପରେ ଏହି ଦୁଇ ଖେଳାଳିଙ୍କ ଉପରେ ରାଗିଗଲେ ବିରାଟ କୋହଲି, କହିଲେ ଏହି ୨ଜଣ ପାଇଁ ଆମକୁ ମ୍ୟାଚ ହରିବାକୁ ପଡିଲା

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ରେ ତିରୁବନ୍ତପୁରମ ରେ ସିରିଜ ଜାରି ରହିଛି I ଦ୍ୱିତୀୟ ଟି 20 ମ୍ୟାଚ ରେ ଭାରତୀୟ ଟିମ ପରାଜୟ ର ସମୁଖୀନ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ 170 ରନ କରିଥିଲା ଏବଂ ୱେଷ୍ଟଇଣ୍ଡିଜ ଟିମ 171 ରନ କରି ଏହି ମ୍ୟାଚ ରେ ବିଜେତା ହେଇଥିଲା I ୱେଷ୍ଟଇଣ୍ଡିଜ ଟିମ ମାତ୍ର 2 ଗୋଟି ଵିକେଟ ହରାଇ 18.3 ଓଭର ରେ ୱେଷ୍ଟଇଣ୍ଡିଜ ଟିମ ନିଜ ର ଲକ୍ଷ୍ୟ ପୁରା କରିଥିଲା I

ୱେଷ୍ଟଇଣ୍ଡିଜ ଟିମ ପଞ୍ଚମ ଓଭର ରେ ଭୁବନେଶ୍ୱର କୁମାର ଙ୍କ ର ବୋଲ ରେ ଅଧିକ ରନ କରିଥିଲେ I ପ୍ରଥମ ଓଭର ର ଦ୍ୱିତୀୟ ବଲ ରେ ଲ୍ୟାଣ୍ଡର 6 ରନ କରିଥିଲେ I ଏବଂ ସେହି ସମୟ ରେ ଏହି ବଲ କୁ ୱାସିଂଟନ ସୁନ୍ଦର ଏକ ସୁନ୍ଦର କ୍ୟାଚ ମଧ୍ୟ ହରାଇଥିଲେ I ଏବଂ ଏହି ଦୁଇଟି ଭୁଲ ପାଁଇ ଭାରତୀୟ ଟିମ ପରାଜିତ ହେଇଥିଲା I

ଭୁବନେଶ୍ୱର କୁମାର ଏହି ଓଭର ରେ ଏକ ବଲ ପରେ ଋଷବ ପଂତ ଲୁଇସ ଙ୍କୁ ଜୀବନଦାନ ଦେଇଥିଲେ I ଲୁଇସ ଏହା ର ଫାଇଦା ଉଠାଇଥିଲେ ସୁନ୍ଦର ଙ୍କ ର ଆଗାମୀ ଓଭର ରେ ଦୁଇଟି ଛକ୍କା ମାରିଥିଲେ I ଓ ପୁଣି ୟୁଜବେନ୍ଦ୍ର ଙ୍କ ର ବଲ ରେ ମଧ୍ୟ ଛକ୍କା ମାରିଥିଲେ I ୱେଷ୍ଟଇଣ୍ଡିଜ ର ପବ୍ରପ୍ଲେୟାର 41 ରନ କରିଥିଲେ ଓ ଲୁଇସ 35 ବଲ ରେ 41 ରନ କରିଥିଲେ I

ମ୍ୟାଚ ପରେ ବିରାଟ କୋହଲି ଙ୍କ ସହ ହର୍ଷ ଭଜିଲେ ଆଲୋଚନା ସମୟ ରେ ସ୍ପଷ୍ଟ ଜଣାଯାଉଥିଲା କି ବିରାଟ କୋହଲି ଟିମ ପରାଜୟ କୁ ନେଇ ଦୁଇ ଖେଳାଳି ଙ୍କ ଉପରେ ଖୁବ ରାଗିଥିଲେ I ୱାସିଂଟନ ସୁନ୍ଦର ଓ ଋଷବ ପଂତ ଙ୍କ ଉପରେ ବିରାଟ କୋହଲି ଅଧିକ ରାଗିଯାଇଥିଲେ I

ବିରାଟ ଏହା ମଧ୍ୟ କହିଥିଲେ ଆମ ର ଖରପ ଫିଲଡିଂ କାରଣ ରୁ ୱେଷ୍ଟଇଣ୍ଡିଜ ଟିମ ଅଧିକ ରନ କରିଥିଲେ I ବିଗତ ଦୁଇଟି ମ୍ୟାଚ ରେ ମଧ୍ୟ ଆମ ର ଫିଲଡିଂ ଭଲ ନ ଥିଲା I ଆମେ ଏକ ଓଭର ରେ ଦୁଇଟି କ୍ୟାଚ ମଧ୍ୟ ମିସ କରିଛୁ I ଯଦି ଏହି ଦୁଇଟି କ୍ୟାଚ ଆମେ ଧରିପାରିଥାନ୍ତେ ତେବେ ଆଜି ହୁଏତ ବିଜେତା ହେଇପାରିଥାନ୍ତେ I

ନିଜେ କ୍ୟାପଟେନ ବିରାଟ କୋହଲି ପ୍ରଥମ ଟି 20 ରେ ଏକ କ୍ୟାଚ ଛାଡିଥିଲେ I ଦ୍ୱିତୀୟ ଟି 20 ରେ ରବିବାର ଦିନ ଶିମ୍ରୋଣ ଙ୍କ ର ଏକ କ୍ୟାଚ ଧରି ଦର୍ଶକ ଙ୍କୁ ଖୁସି କରାଇଥିଲେ I